Posted inଖେଳ

ବାବରଙ୍କ ଶତକ: ନ୍ୟୁଜିଲାଣ୍ଡର ପ୍ରଥମ ପରାଜୟ

ବର୍ମିଂହାମ,୨୭।୬(ପ.ଟି.)- ଚଳିତ ବିଶ୍ୱକପ୍‌ରେ ଅପରାଜେୟ ଥିବା ନ୍ୟୁଜିଲାଣ୍ଡ ଶେଷରେ ପ୍ରଥମଥର ପାଇଁ ପରାଜୟର ମୁହଁ ଦେଖିଛି। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଟୁର୍ନାମେଣ୍ଟର ୩୩ତମ ମ୍ୟାଚ୍‌ରେ ଯୁବ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ ପ୍ରଭାବୀ ବୋଲିଂ ଓ ବାବର ଆଜମଙ୍କ ଉପଯୋଗୀ ଶତକ ବଳରେ ପାକିସ୍ତାନ ୫ଟି ବଲ ବାକିଥାଇ ୬ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ତା’ର ସେମିଫାଇନାଲ ଆଶାକୁ ଉଜ୍ଜୀବିତ ରଖିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂ ଦମ୍‌ ଦେଖାଇ ପାକିସ୍ତାନ ବାଜି ମାରିଛି। ବର୍ଷା ଜନିତ ଓଦା ଆଉଟ ଫିଲ୍ଡ ଯୋଗୁ ଖେଳ ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ ମ୍ୟାଚ୍‌ ୫୦ ଓଭର ବିଶିଷ୍ଟ ହୋଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୪୯.୧ ଓଭରରେ ୪ ଉଇକେଟ ହରାଇ ୨୪୧ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଏଥିସହ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ୍‌ ଖେଳି ୫ ବିଜୟ, ୧ ପରାଜୟ ଓ ଗୋଟିଏ ବିନା ଫଳଫଳ ସହ ୧୧ ପଏଣ୍ଟ ପାଇ ପୂର୍ବପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ପାକିସ୍ତାନ ୭ଟି ମ୍ୟାଚ୍‌ ଖେଳି ୩ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନକୁ ଉଠିଛି। ୧୦୧ ରନର ଅପରାଜିତ ଶତକୀୟ ଇନିଂସ ଖେଳିଥିବା ବାବର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୩୮ ରନ ଆଭରେଜ ଟାର୍ଗେଟର ପିଛା କରି ପାକିସ୍ତାନ ଓପନର ଫଖର ଜମାନଙ୍କୁ ସଅଳ ହରାଇଥିଲା। ଜମାନ ୯ ରନ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ମାର୍ଟିନ ଗୁପ୍ଟିଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ୧୯ ରନ କରିଥିବା ବେଳେ ଅନ୍ୟତମ ଓପନର ଇମାମ ଉଲ ହକ୍‌ ଲୋକି ଫର୍ଗୁସନଙ୍କ ବଲ୍‌ରେ ଗୁପ୍ଟିଲଙ୍କୁ କ୍ୟାଚ୍‌ ଦେଇଥିଲେ। ଦଳର ସ୍କୋର ୧୧୦ ରନ ହୋଇଥିବା ବେଳେ ତୃତୀୟ ଉଇକେଟ ଭାବେ ମହମ୍ମଦ ହାଫିଜ ଆଉଟ ହୋଇଥିଲେ। ସେ ୩୨ ରନ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ କେନ୍‌ ଓ୍ବିଲିୟମସନଙ୍କ ବଲ୍‌ରେ ଫର୍ଗୁସନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଚତୁର୍ଥ ଉଇକେଟ ଯୋଡିରେ ବାବର ଆଜମ ଓ ହାରିସ ସୋହେଲ ଦମ୍‌ଦାର ବ୍ୟାଟିଂ କରି ୧୪୧ ବଲରୁ ୧୨୬ ସଂଗ୍ରହ କରି ସ୍ଥିତି ସମ୍ଭାଳିବା ସହ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ସୋହେଲ ୭୬ ବଲରୁ ୫ ଚୌକା ଓ ୨ ଛକା ସହ ୬୮ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଗୁପ୍ଟିଲଙ୍କ ଦ୍ୱାର ରନ୍‌ ଆଉଟ ହୋଇଥିଲେ। ବାବର ୧୨୭ଟି ବଲ ଖେଳି ୧୧ ଚୌକା ସହ ୧୦୨ ରନର ଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ବୋଲ୍ଟ, ଫର୍ଗୁସନ ଓ ଓ୍ବିଲିୟମସନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟିଥିଲା। ବ୍ୟାଟିଂ ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳ ୪୬ ରନରେ ୪ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲଙ୍କୁ ମହମ୍ମଦ ଅମୀର ପ୍ରଥମେ ଆଉଟ କରିଥିଲେ ମଧ୍ୟ ଅନ୍ୟତମ ଯୁବ ଦ୍ରୁତ ବୋଲର ଶାହିନା ଶାହା ଆଫ୍ରିଦୀ ୩ ଉଇକେଟ ନେଇ ଏହି ବିପର୍ଯ୍ୟୟ ଘଟାଇଥିଲେ। ଗୁପ୍ଟିଲ ୫ ରନ କରିଥିବା ବେଳେ ଅମୀରଙ୍କ ବଲ୍‌ ତାଙ୍କ ବ୍ୟାଟ୍‌ର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ପ୍ଲେଡ ଅନ୍‌ ହେବା ସହ ସେ ବୋଲ୍ଡ ହୋଇଥିଲେ। ଏହାପରେ ଅନ୍ୟତମ ଓପନର କଲିନ ମୁନରୋ ୧୨, ଅଭିଜ୍ଞ ରସ ଟେଲର ୩, ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୧ ରନ କରି ଆଫ୍ରିଦୀଙ୍କ ଶିକାର ହୋଇଥିଲେ। ଏହାପରେ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ପାଳି ପଡିଥିଲା। ସେ ୬୯ ବଲର ସମ୍ମୁଖୀନ ହୋଇ ୪ ଚୌକା ସହ ୪୧ ରନ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ ଲେଗ୍‌ ସ୍ପିନର ଶଦାବ ଖାଁଙ୍କ ବଲ୍‌ରେ ଉଇକେଟକିପର ସର୍ଫରାଜ ଅହମ୍ମଦଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଫଳରେ ଦଳ ୮୩ ରେ ୫ ଉଇକେଟ ହରାଇଥିଲା। ତେବେ ଷଷ୍ଠ ଉଇକେଟରେ ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମ ଓ ଜିମ୍ମି ନିଶାମ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ୧୩୨ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିଥିଲେ। ୭୧ ବଲରୁ ୬ ଚୌକା ଓ ୧ ଛକା ସହ ୬୪ ରନକରି ଗ୍ରାଣ୍ଡହୋମ ଅମୀରଙ୍କ ଥ୍ରୋରେ ସର୍ଫରାଜଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୨୧୫ ରନରେ ପହଞ୍ଚିଥିଲା। ସେହିପରି ନିଶାମ ୧୧୨ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୩ ଛକା ସହ ୯୭ ରନର ଇନିଂସ ଖେଳି ଅପରାଜିତ ରହିଥିଲେ। ୩ ରନ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲେ। ମିଚେଲ ସାଣ୍ଟନର ୫ ରନ କରି ଅପରାଜିତ ରହିଥିଲେ। କ୍ୟାଚ୍‌ ହାତଛଡ଼ା ପାଇଁ ପାକିସ୍ତାନ ସମାଲୋଚିତ ହୋଇଥିଲେ ମଧ୍ୟ ଏହି ମ୍ୟାଚ୍‌ରେ ଖେଳାଳିମାନେ ବେଶ୍‌ ଉଚ୍ଚକୋଟୀର ଫିଲ୍ଡିଂ କରିଥିଲେ। ସର୍ଫରାଜ ୩ଟି ଗୁରୁତ୍ୱପୂର୍ଣ୍ଣ ତଥା କଷ୍ଟସାଧ୍ୟ କ୍ୟାଚ୍‌ ନେଇ ସମାଲୋଚକଙ୍କୁ ଚୁପ୍‌ କରିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଆଫ୍ରିଦୀ ୩, ଅମୀର ଓ ଶଦାବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ବର୍ଷାଜନିତ ଓଦା ଆଉଟ୍‌ଫିଲ୍ଡ କାରଣରୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ମ୍ୟାଚ୍‌ ପୂର୍ବପରି ୫୦ ଓଭର ବିଶିଷ୍ଟ ଖେଳାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୩୭/୬
(ନିଶାମ- ୯୭*, ଗ୍ରାଣ୍ଡହୋମ- ୬୪, ଓ୍ବିଲିୟମସନ- ୪୧, ଆଫ୍ରିଦି- ୩/୨୮, ଅମୀର- ୧/୬୭, ଶଦାବ- ୧/୪୩)।
ପାକିସ୍ତାନ ୪୯.୧ ଓଭରରେ ୨୪୧/୪
(ବାବର- ୧୦୧*, ସୋହେଲ- ୬୮, ହାଫିଜ- ୩୨, ଇମାମ- ୧୯, ବୋଲ୍ଟ- ୧/ ୪୮, ଫର୍ଗୁସନ- ୧/୫୦, ଓ୍ବିଲିୟମସନ- ୧/୩୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri