Posted inରାଜ୍ୟ

ଏରସମାରେ ବ୍ୟାପିଲା ଝାଡ଼ାବାନ୍ତି: ତିନି ଦିନରେ ୧୧୮ ଆକ୍ରାନ୍ତ

ଏରସମା,୨୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ତିନ ଦିନ ଭିତରେ ବ୍ଲକର ବିଭିନ୍ନ ସ୍ଥାନରୁ ୧୧୮ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ସୂଚନା ଅନୁସାରେ, ଆଗ ଜ୍ୱର ହେଉଛି। ପରେ ଝାଡ଼ା ବାନ୍ତି ଲାଗି ରହୁଛି। ପରିବାରର ଜଣେ ସଦସ୍ୟ ଏହି ରୋଗରେ ପୀଡ଼ିତ ହେଲେ ସାରା ପରିବାର ଆକ୍ରାନ୍ତ ହେଉଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆ ଯାଉଥିଲେ ମଧ୍ୟ ଏହି ରୋଗ ଅଣାୟତ ହେବାରେ ଲାଗିଛି। ଲୋକଙ୍କ ମନରେ ଏହି ରୋଗ ଆତଙ୍କ ସୃଷ୍ଟି କଲାଣି। ଭ୍ରମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହେଉଛି। ଗତ ସୋମବାର ଦିନ ୩୫ ଓ ମଙ୍ଗଳବାର ୪୨ ଓ ବୁଧବାର ୪୧ଜଣ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଛନ୍ତି। କେନ୍ଦୁରୀଶାଳ ଗ୍ରାମର ପୂଜାରିଣୀ ମଲ୍ଲିକ(୯), ମାଳିପୁର ଗ୍ରମାର ଶୁଭ୍ରଜିତ ନାୟକ(୧୪), କିଆଦାର ରାଜଶ୍ରୀ ଦାସ(୧୫), ଅଲଣାର ବିପ୍ଳବ କେଶରୀ ଆଚାଯର୍‌ୟ, ପ୍ରଜ୍ଞା ପାରମିତା ସାହୁ, ଓରନାଳର ସସ୍ମିତା ବାରିକ, କାଙ୍କଣର ପ୍ରଶାନ୍ତ ଜେନା, ଜାମୁକଣ ଗ୍ରାମର ପ୍ରଭାମୟୀ ଗଛାୟତ, ଏକଘରିଆ ଗ୍ରାମର ନିରୁପମା ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ନାଉବେଲାରୀ ଗ୍ରାମର ପ୍ରଫୁଲ ଦାସ, ଆମ୍ବିିକିର ସୁନାକର ଦାସ, ନମିତା ବିଶ୍ୱାଳ, କିଆଦାର ରାଜଶ୍ରୀ ଦାସ, ଜିରାଇଲୋର ସତ୍ୟଜିତ ଦାସ, ରାଧି ସେଠୀ, ଭୁଆଁସାହିର ମାନସ ଦାସ, ଇରିବୀଣାର ସୁଶାନ୍ତୀ ଦାସ, ଏରସମାର ଉତମ ଖଟୁଆ, ଦେଉଳୀର ମିନତୀ ଦାସ, ଭ୍ରମରବର ଗଛାୟତ, ପଣ୍ଡୁଆର ସୁପୋ ଓଝା, ବିଶ୍ୱନାଥ ମହାରଣା, ରୟତସାହିର ମୋନାଲିଶା ନାୟକ, ଭୟଳର ଗୀତାଞ୍ଜଳୀ ସ୍ବାଇଁ, ଭରିଶୋଳର ବିଚିତ୍ର ମଲ୍ଲିକ ପ୍ରମୁଖ ୪୨ ଜଣ ରୋଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅସହ୍ୟ ଗୁଳୁଗୁଳି ଯୋଗୁ ଏପରି ରୋଗ ବ୍ୟାପୁଥିବା କୁହାଯାଉଛି। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଅମୀୟ ସ୍ବାଇଁ କହିଛନ୍ତି, ପାଗ ବଦଳିବା ଯୋଗୁ ଏଭଳି ହୋଇଛି। ଏହା ବିପଜ୍ଜନକ ନୁହେଁ। ଏବେ ରୋଗୀଙ୍କ ସଂଖ୍ୟା ସ୍ଥିର ଅଛି। ଅନେକ ସୁସ୍ଥ ହୋଇ ଘରକୁ ଫେରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?