ବାତ୍ୟା ଫନୀ ପ୍ରତିଶ୍ରୁତି ଅଧିକାରୀ ଭୁଲିଗଲେ: ଲଘୁଚାପ ବର୍ଷାରେ ବେସାହାରା ୫ ପରିବାର

ପୁରୁଣା ଭୁବନେଶ୍ୱର/ପିପିଲି, ୨୭ା୧୦(ଡି.ଏନ.ଏ.): ଗରିବଙ୍କ ପାଇଁ ଦରଦ ଦେଖାଉଥିବା ନେତା ଓ ପ୍ରଶାସକଙ୍କ ଅସଲ ମୁଖା ଗୋଟିଏ ଲଘୁଚାପ ବର୍ଷା ପଦାରେ ପକାଇ ଦେଲା। ଲଘୁଚାପ ବର୍ଷାରେ ବେସାହାରା ହୋଇଥିବା ୫ ଦଳିତ ପରିବାର ବାରମ୍ବାର ରାଜନୈତିକ ଆକ୍ରୋଶ କାରଣରୁ କୌଣସି ଆବାସ ଯୋଜନା ଅନ୍ତର୍ଭୁକ୍ତ ନ ହେବା ନେଇ ଅଭିଯୋଗ କରିଛନ୍ତି। ତିନିଦିନ ଲଘୁଚାପ ବର୍ଷାରେ ପରିବାରଗୁଡ଼ିକ ଦୟନୀୟ ଅବସ୍ଥାରେ ଜଳବନ୍ଦୀ ହୋଇରହିଛନ୍ତି। ବର୍ଷାଜଳ ଘରେ ପଶିଯିବା ଯୋଗୁ ରୋଷେଇବାସ ବନ୍ଦ ଯୋଗୁ ଭୋକ ଉପାସରେ ପଡିଛନ୍ତି। ପ୍ରତିବର୍ଷ ବନ୍ୟା, ବାତ୍ୟା ଦାଉରେ ଦୟନୀୟ ଅବସ୍ଥା ଭୋଗୁଥିବା ବେଳେ ପ୍ରଶାସନିକ ସ୍ତରରେ କେବଳ ମିଥ୍ୟା ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳୁ ନ ଥିବା ୫ ଦଳିତ ପରିବାର ଅଭିଯୋଗ କରିଛନ୍ତି। ଏ ନେଇ ପିପିଲି ବ୍ଲକ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସାରୋଳ ଗ୍ରାମର ଦିଲୀପ ମଳିକ, ସଞ୍ଜୟ ମଳିକ, ବିଜୟ ମଳିକ, ଭୀମସେନ ମଳିକ, ଅଜୟ ମଳିକ, ଯଦୁମଣି ମଳିକ ଓ ଜୀବନ ମଳିକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ କହିବା ମୁତାବକ ଫନୀରେ ଘର ଦ୍ୱାର ଭାଙ୍ଗିଯିବା ଯୋଗୁ ୨୮ ଦିନ ବାତ୍ୟା ଆଶ୍ରୟସ୍ଥଳରେ ରହିଥିଲେ। ସରକାରୀ ସାହାଯ୍ୟ ନାମରେ କିଛି ଟଙ୍କା, ଚାଉଳ ଓ ଜରିପାଲ ଦେଇ ଅଧିକାରୀ ମୁଣ୍ଡରୁ ଦାୟିତ୍ୱ ସାରି ଦେଇଥିଲେ। ଏମାନଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ସ୍ତରରେ ରାଶନ କାର୍ଡ ବ୍ୟତୀତ ଅନ୍ୟ କୌଣସି ଯୋଜନାରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉନାହିଁ। ବିଭିନ୍ନ ଆବାସ ଯୋଜନା ମାଧ୍ୟମରେ ଯେପରି ଅନ୍ୟ ଗରିବ ଲୋକଙ୍କୁ ଥଇଥାନ କରାଯାଉଛି ଏମାନଙ୍କ ମଧ୍ୟରୁ କେତେଜଣଙ୍କ ନାମ ଚିଠା ପ୍ରସ୍ତୁତ କରାଗଲେ ମଧ୍ୟ କୌଣସି କାରଣରୁ ବାରମ୍ବାର ନାମ କାଟି ଦିଆଯାଉଛି। ତୁରନ୍ତ ଏହି ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ସରକାରୀ ଆବାସ ଯୋଜନାରେ ଏମାନଙ୍କୁ ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ପିପିଲି ବିଡିଓ ଆଦିକନ୍ଦ ବେହେରାଙ୍କୁ ପଚାରିବାରେ ରାଜନୈତିକ ଆକ୍ରୋଶ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ବାତ୍ୟା ଫନୀ ବେଳୁ ବିଭିନ୍ନ ଅଞ୍ଚଳ ବୁଲି ଚିଠା ପ୍ରସ୍ତୁତ କରୁଛୁ। ଯଦି କେଉଁଠାରେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଛନ୍ତି, ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ଆବାସ ଯୋଜନା ଅନ୍ତର୍ଭୁକ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri