ବାତ୍ୟା ନିରୂପକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ପୃଥିବୀ ପାଇଁ ବୃହତ୍‌ ଆହ୍ବାନ ଭାବେ ଉଭା ହୋଇଛି। ପ୍ରତ୍ୟେକ ରାଷ୍ଟ୍ର ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଭାରତ କଥା ଦେଖିଲେ ପ୍ରାକୃତିକ ବିପର୍ଯ୍ୟୟ ଏହାର ଅର୍ଥନୀତିକୁ ଅନେକ ସମୟରେ କ୍ଷତି ପହଞ୍ଚାଇବା ସହ ବହୁ ଲୋକଙ୍କ ଜୀବନହାନି ଆଣିଥାଏ। ବାତ୍ୟା, ବନ୍ୟା, ବଜ୍ରପାତ, ଭୂମିକମ୍ପ ଓ ମରୁଡି ଭଳି ବିପର୍ଯ୍ୟୟକୁ ପ୍ରତ୍ୟେକ ବର୍ଷ ଦେଶର କୌଣସି ନା କୌଣସି ଭାଗରେ ଲୋକେ ସମ୍ମୁଖୀନ ହୋଇଥାଆନ୍ତି। ତେଣୁ ବିତ୍ପାତ ଆସିବା ପୂର୍ବରୁ ସତର୍କ ସୂଚନା ମିଳିପାରିଲେ କେତେକାଂଶରେ ଧନଜୀବନ ରକ୍ଷା ହୋଇଯାଇଥାଏ। ସେଥିପାଇଁ ଜନସାଧାରଣ ପାଣିପାଗ ଓ ଜଳବାୟୁ ସଂକ୍ରାନ୍ତ ଖବର ଜାଣିବାକୁ ଆଗ୍ରହ ରଖିଥାଆନ୍ତି। ଏହି ପରିପ୍ରେକ୍ଷୀରେ ଦେଖିଲେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଥିବାରୁ ପୂର୍ବାପେକ୍ଷା ବାତ୍ୟା, ଧୂଳିଝଡ଼, ପ୍ରବଳ ବର୍ଷା, ବରଫପାତ, ଥଣ୍ଡା ଓ ଗରମ ପବନ ବହିବାର ମାତ୍ରା ବଢ଼ିବାରେ ଲାଗିଲାଣି। ତେଣୁ ଜନସାଧାରଣଙ୍କୁ ଏ ସମ୍ବନ୍ଧୀୟ ଠିକ୍‌ ସୂଚନା ଦେବା ଲାଗି ନିରନ୍ତର ଗବେଷଣା ଓ ଅନୁଧ୍ୟାନ ଜାରି ରହିଛି। ଏଥିସହିତ କେବଳ ସୂଚନା ଭିତରେ ଆଇଏମ୍‌ଡି ତା’ର ପରିସରକୁ ସୀମିତ ରଖି ନାହିଁ। ନିର୍ଦ୍ଦିଷ୍ଟ ଧରଣର ପ୍ରାକୃତିକ ବିପର୍ଯ୍ୟୟ କେଉଁ ହାରରେ ହେଲେ ପ୍ରଭାବ କିଭଳି ରହିବ, ସେ ନେଇ ଦୃଷ୍ଟି କେନ୍ଦ୍ରିତ କରାଯିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଆଇଏମ୍‌ଡିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ଅଗଷ୍ଟ ୧ରେ ଆଇଏମ୍‌ଡିର ମହାନିର୍ଦ୍ଦେଶକ (ଡିଜି) ଦାୟିତ୍ୱ ନେବାକୁ ଥିବାରୁ ବୈଜ୍ଞାନିକ ମୃତ୍ୟୁଞ୍ଜୟଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ବିଗତ କିଛି ବର୍ଷ ହେବ ପୂର୍ବ ଉପକୂଳରେ ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି ଏବଂ ୩ ମେ’ ୨୦୧୯ରେ ବାତ୍ୟା ‘ଫନୀ’ ଆସିବାର ନିର୍ଦ୍ଦିଷ୍ଟ ସମୟ ଓ ବେଗ ଜଣାଇବାରେ ମୃତ୍ୟୁଞ୍ଜୟ ଠିକ୍‌ ନିରୂପଣ କରିପାରିଥିବା ଯୋଗୁ ତାଙ୍କୁ ଏବେ ‘ସାଇକ୍ଲୋନ୍‌ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ଆଖ୍ୟା ଦିଆଯାଇଛି।
ଓଡ଼ିଶାର ଭଦ୍ରକ ଜିଲାରେ ଜନ୍ମିତ ମୃତ୍ୟୁଞ୍ଜୟ ପିଲାଟି ବେଳୁ ବାରମ୍ବାର ବାତ୍ୟା ଦେଖିଆସିଛନ୍ତି। ଧନଜୀବନ ହାନିକୁ ସେ ପାଖରୁ ଦେଖିଥିବାରୁ ଜନସାଧାରଣ କିଭଳି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ଓ ଠିକ୍‌ ସୂଚନା ପାଇପାରିବେ, ସେହି ଦିଗରେ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ପଦାର୍ଥ ବିଜ୍ଞାନକୁ ପସନ୍ଦର ବିଷୟ ବାଛିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ବାଲେଶ୍ୱରର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଙ୍ଗଠନ (ଡିଆର୍‌ଡିଓ) ପରୀକ୍ଷାଗାରରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୧୯୮୮ରେ ସେଠାରେ ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ ହେଉଥାଏ। ଏହାର ପରୀକ୍ଷା ସଫଳ ହେବାରୁ ବରିଷ୍ଠ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଉକ୍ତ ଟିମ୍‌ରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ହାତ ମିଳାଇଥିଲେ। ମୃତ୍ୟୁଞ୍ଜୟଙ୍କୁ କଲାମଙ୍କ ବ୍ୟକ୍ତିତ୍ୱ ବହୁତ ପ୍ରଭାବିତ କରିଥିଲା। କୌଣସି ଏକ କାର୍ଯ୍ୟରେ ସିଦ୍ଧି ପାଇବା ଲାଗି ନିଷ୍ଠାପର ଭାବେ କାର୍ଯ୍ୟ କରିବା ଦରକାର ବୋଲି ମୃତ୍ୟୁଞ୍ଜୟ ଧରି ନେଇଥିଲେ। ଫଳରେ ୫୪ ବର୍ଷୀୟ ଏହି ବୈଜ୍ଞାନିକ ପାଣିପାଗ ସଂକ୍ରାନ୍ତ ସୂଚନା ଦେବା ସହ ଜନସାଧାରଣଙ୍କୁ କିଭଳି ବିଜ୍ଞାନସମ୍ମତ ସଚେତନତା ସୃଷ୍ଟି କରାଯାଇପାରିବ ତା’ ଉପରେ ଅନବରତ ଗବେଷଣା କରିଚାଲିଛନ୍ତି। ବିଗତ କିଛିବର୍ଷ ହେବ ଓଡ଼ିଶା ସମେତ ଅନ୍ୟାନ୍ୟ ଉପକୂଳ ରାଜ୍ୟରେ ଦେଖାଦେଇଥିବା ବାତ୍ୟାର ଗତିପଥ ଓ ବେଗ ଠିକ୍‌ ଭାବେ ନିର୍ଣ୍ଣୟ କରି ସେ ସୂଚନା ଦେଇପାରିଥିବାରୁ ବହୁଳାଂଶରେ ଧନଜୀବନ ରକ୍ଷା କରାଯାଇପାରିଛି। ଆଇଏମ୍‌ଡିର ମୁଖ୍ୟ ଭାବେ ୫ ବର୍ଷ ଦାୟିତ୍ୱରେ ରହିବାକୁ ଥିବା ମୃତ୍ୟୁଞ୍ଜୟଙ୍କଠାରୁ ଦେଶବାସୀ ପାଣିପାଗ ଓ ଜଳବାୟୁ ସଂକ୍ରାନ୍ତ ବାସ୍ତବ ସୂଚନା ପାଇବେ ବୋଲି ଆଶା ରଖିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri