ବାଟ ହୁଡୁଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା

ଚନ୍ଦ୍ରଗିରି,୫ା୯(ଡି.ଏନ.ଏ.)-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ୟତମ। ହେଲେ ବିଭିନ୍ନ ସ୍ଥାନରେ ରାସ୍ତା କାମ ହାତକୁ ନେଇଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ କେଉଁଠି ରାସ୍ତା କାମ ନିମ୍ନମାନର ତ ଆଉ କେଉଁଠି ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଫଳରେ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ଅଞ୍ଚଳରେ। ପିଡବ୍ଲ୍ୟୁଡି ରାସ୍ତାଠାରୁ ଯୋଡିପଥର ଓ ଲଣ୍ଡାଗୁଡାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅଧାପନ୍ତରିଆ ଭାବେ ପଡି ରହିଛି। ୨୦୧୭ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଏଠାରେ ଫଳକ ଲାଗିଥିଲା। ରାସ୍ତା ନିର୍ମାଣ ଓ ଦୁଇ ପାର୍ଶ୍ୱ ପ୍ରଶସ୍ତୀକରଣ ପାଇଁ ଜମି ମଧ୍ୟ ଛାଡିଥିଲେ ଅଞ୍ଚଳବାସୀ। ସୂଚନା ଫଳକ ପ୍ରକାରେ ୧୮ ଅକ୍ଟୋବର ୨୦୧୭ରେ କାମ ଆରମ୍ଭ ହୋଇ ୧୭ ଜୁଲାଇ ୨୦୧୮ରେ ଶେଷ ହେବା କଥା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କିମି ରାସ୍ତାକୁ ୧ କୋଟି ୫୦ ଲକ୍ଷ ୫୩ ହଜାର ବ୍ୟୟ ଅଟକଳ ହୋଇ ଘନଶ୍ୟାମ କନ୍‌ଷ୍ଟ୍ରକ୍ସସନ ନାମକ ସଂସ୍ଥା ଠିକା ନେଇଥିଲା। ଦୁଇଟି ସ୍ଥାନରେ କଲଭର୍ଟ ନିର୍ମାଣ ହେଲା। ଏହାପରେ ମୋରମ ମାଟି ପକାଯିବା ବଦଳରେ ପଙ୍କୁଆ ମାଟି ପକାଯିବାରୁ ଅଞ୍ଚଳବାସୀ ବିରୋଧ କଲେ। ପରେ ବର୍ଷାଦିନ ଆସିଯିବାରୁ ସମ୍ପୃକ୍ତ ସଂସ୍ଥା କାମ ବନ୍ଦ କରିଦେଲା। ହେଲେ ଆଜିଯାଏ ଆଉ କାମ ହେଉନାହିଁ।
ଉକ୍ତ ରାସ୍ତାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଠିକା ସଂସ୍ଥା ମାଲିକଙ୍କୁ ଅଞ୍ଚଳବାସୀ ଫୋନ କଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିବା ପ୍ରକାଶ କରିଛନ୍ତି। ସମସ୍ୟା ନେଇ ଚନ୍ଦ୍ରଗିରି ସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇବା ସହ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିବା ଯୋଡିପଥର ଗ୍ରାମର ୱାର୍ଡମେମ୍ବର ସନିଆ ଗମାଙ୍ଗ, ଦାଶରଥି ରଇତ, ପୂର୍ବତନ ୱାର୍ଡମେମ୍ବର ସୋମନାଥ ମଣ୍ଡଳ ପ୍ରମୁଖ କହିଛନ୍ତି।
ସମସ୍ୟା ନେଇ ଗତମାସରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଚାନ୍ଦିପୁଟ ବଜାରରେ ଗ୍ରାମବାସୀ ଜଣାଇଥିଲେ। ସେ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ କରି ତୁରନ୍ତ ରାସ୍ତାକାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। କାମ ବନ୍ଦ ନେଇ ଘନଶ୍ୟାମ କନ୍‌ଷ୍ଟ୍ରକଶନ ମାଲିକଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀ ସହଯୋଗ କରୁ ନ ଥିବାରୁ କାମ ହୋଇପାରୁନାହିଁ ବୋଲି କହିଥିଲେ। ମାତ୍ର ଚନ୍ଦ୍ରଗିରିସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀ ନରେନ ରେଡ୍ଡୀଙ୍କୁ ପଚାରିବାରୁ, କାମ ସାରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ ବାରମ୍ବାର ଚିଠି କରୁଛୁ। ସମସ୍ୟା ନେଇ ବିଭାଗୀୟ ଉଚ୍ଚ ପଦାଧିକାରୀମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି କହିଛନ୍ତି। ଠିକାଦାର ଓ ବିଭାଗୀୟ ଅଧିକାରୀ ଦୋଷ ଲଦାଲଦିରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri