ବାଟବଣା ମା, ପୁଅ ଝାଡ଼ଖଣ୍ଡରୁ ବରଗଡ଼

ବରଗଡ଼ ଅଫିସ୍‌,୭।୫- ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଅଞ୍ଚଳର ଜଣେ ମହିଳା ତାଙ୍କ ଶିଶୁପୁତ୍ରଙ୍କୁ ଧରି ବାଟବଣା ହୋଇ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳକୁ ଚାଲି ଆସିଛନ୍ତି । ତେବେ ଶିଶୁଙ୍କୁ ଧରି ମହିଳା ଜଣକ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବାବେଳେ ପାଇକମାଲ ଅନ୍ତର୍ଗତ କାଂସଡ଼ା ପଞ୍ଚାୟତର ସରପଞ୍ଚ ଯୁଧିଷ୍ଠିର ସାହୁ ସେମାନଙ୍କୁ ପ୍ରାୟ ଦେଢ଼ମାସ ହେଲା ଆଶ୍ରୟ ଦେଇ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି । ସେହିପରି ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ଘଟଣାକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କୁ ଟୁଇଟ୍‌ କରି ସେହି ମହିଳା ଓ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଘରକୁ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ସୂଚନା ଅନୁଯାୟୀ, ମହିଳା ଜଣକ ନିଜ ଶିଶୁକୁ ଧରି କାଂସଡ଼ା ଅଞ୍ଚଳରେ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିଲେ । ତେବେ ଗତ ମାର୍ଚ୍ଚ ୨୬ତାରିଖ ମହୁଲ ଗୋଟାଇବା ପାଇଁ ଯାଇଥିବା କିଛି ଲୋକେ ସେମାନଙ୍କୁ ଦେଖିଥିଲେ ଏବଂ କରୋନା ସଂକ୍ରମଣ ନେଇ ଭୟଭୀତ ହୋଇ ପଡ଼ିଥିଲେ । ଏ ନେଇ ସ୍ଥାନୀୟ ସରପଞ୍ଚ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାପରେ ସରପଞ୍ଚ ପାଇକମାଲ ଥାନା ଅଧିକାରୀଙ୍କୁ ସେ ସମ୍ପର୍କରେ ଅବଗତ କରିବା ସହିତ ସେମାନଙ୍କୁ ଉଦ୍ଧାର କରି କ୍ବାରାଣ୍ଟାଇନ ସେଣ୍ଟରରେ ଆଶ୍ରୟ ଦେଇଥିଲେ । ଏହା ସହିତ ମହିଳା, ଶିଶୁଙ୍କୁ ସୁରକ୍ଷା ପାଇଁ ୨ଜଣ ଜଗୁଆଳି ଏବଂ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ଜଣେ ରୋଷେୟାର ବ୍ୟବସ୍ଥା କରିଥିଲେ।
ତେବେ କ୍ବାରେଣ୍ଟାଇନ ସେଣ୍ଟରରେ ୧୪ଦିନ ରହିବା ପରେ ସରପଞ୍ଚ ସାହୁ ସମ୍ପୃକ୍ତ ମହିଳା ଓ ଶିଶୁଙ୍କୁ ସେମାନଙ୍କ ନିଜ ଗାଁ ସିମଡ଼େଗାକୁ ପଠାଇବା ପାଇଁ ତହସିଲଦାର, ବିଡ଼ିଓ ଏବଂ ପଦ୍ମପୁର ଉପଜିଲାପାଳଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନାହିଁ । ଏହି ଖବର ଜାଣିବା ପରେ ସାମାଜିକ କର୍ମୀ ସାହୁ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଝାରଖଣ୍ଡ ପୋଲିସ ଫୋନ ଯୋଗେ ତଥ୍ୟ ମାଗିଥିଲେ। ସମ୍ପୃକ୍ତ ମହିଳା, ଶିଶୁଙ୍କୁ କୋଭିଡ୍‌ ହେଲ୍ପଲାଇନ୍‌ ନମ୍ବରରେ ଯୋଗାଯୋଗ କରି ରେଜିଷ୍ଟ୍ରେଶନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପ୍ରକ୍ରିୟା ପରେ ଅସହାୟ ମହିଳା ଜଣକ ଏବେ ଶିଶୁପୁତ୍ରକୁ ଧରି ତାଙ୍କ ରାଜ୍ୟ ଯିବାକୁ ବାଟ ଫିଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri