ଜୀବନକୁ ବାଜି ଲଗାଇ ଫେରିଲେ ଅନିଲ

ଜଗତ୍‌ସିଂହପୁର ଅଫିସ,୭ା୫: ଜୀବନକୁ ବାଜି ଲଗାଇ ସୁଦୂର ମଧ୍ୟପ୍ରଦେଶରୁ ଜଗତ୍‌ସିଂହପୁରରେ ପହଞ୍ଚିଛନ୍ତି ବାଲିକୁଦା ଥାନା ଅଳାଭର ପଞ୍ଚାୟତ କଣିଆ ଗ୍ରାମର ଅନିଲ ବାରିକ। ସେ ତାଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲା ପରେ ‘ଧରିତ୍ରୀ’କୁ ସ୍ବତନ୍ତ୍ର ଭାବେ ଅଭୁଲାସ୍ମୃତି ବଖାଣିଛନ୍ତି। ଏହି ଗସ୍ତ ତାଙ୍କ ପାଇଁ ବଡ଼ ପରୀକ୍ଷା ଥିଲା। ବାଟରେ ସେ ଯେତେବେଳେ ଚାଲି ଚାଲି ଆସୁଥିଲେ ଲୋକେ ତାଙ୍କୁ ସନ୍ଦେହ କରି ମେଳି ହୋଇ ଆକ୍ରମଣ ଉଦ୍ୟମ କରିଥିଲେ। ସୌଭାଗ୍ୟକୁ ତାଙ୍କର ଜଣେ ଅଜଣା ୟୁଟୁବ୍‌ ଚ୍ୟାନେଲ୍‌ ବନ୍ଧୁଙ୍କ ଯୋଗୁ ବଞ୍ଚି ଯାଇଥିଲେ। କେବଳ ଏତିକି ନୁହେଁ, ଏହି ବନ୍ଧୁ ଓ ବାଟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହଯୋଗ ତାଙ୍କୁ ଜିଲାରେ ପହଞ୍ଚାଇବାରେ ସହଯୋଗ କରିଥିଲା। ବିଶେଷକରି ସୁନ୍ଦରଗଡ଼ ସୀମାରୁ ତାଙ୍କୁ ଆସିବା ଚିନ୍ତାର କାରଣ ଥିଲା। ଏକ ପୁରୁଣା ବାଇକ୍‌ କିଣି ସମ୍ବଲପୁର ଦେଇ ପାଖାପାଖି ୪୫୦ କିଲୋମିଟର ଅବିଶ୍ରାନ୍ତ ଗାଡିଚାଳନା କରି ଜଗତ୍‌ସିଂହପୁରରେ ପହଞ୍ଚିବା ପରେ ସେ ଆଶ୍ୱସ୍ତ ହୋଇଛନ୍ତି। ଏହି ଗସ୍ତ ସମ୍ପର୍କରେ ସେ ଯାହା କହିଛନ୍ତି ତାହା ବେସ୍‌ ହୃଦୟସ୍ପର୍ଶୀ।
ମଧ୍ୟପ୍ରଦେଶ ସାଦୋଲ ଜିଲାରେ ଥିବା ଏକ ସଂସ୍ଥାରେ ସେ ଇନ୍‌ଷ୍ଟ୍ରୁମେଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ଚାକିରି ଛାଡି ଗାଁକୁ ଫେରିବାକୁ ଚାହୁଁଥିଲେ ସୁଦ୍ଧା ଲକ୍‌ଡାଉନ୍‌ ବଢିଯିବାରୁ ଚିନ୍ତାରେ ପଡିଥିଲେ। ତଥାପି ସାଦୋଲ ଜିଲାପାଳଙ୍କ ସହାୟତା ଲୋଡିଥିଲେ। ଜିଲାପାଳ ଓଡ଼ିଶାରେ ପହଞ୍ଚାଇଦେବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେବାସହ ପାସ୍‌ ବ୍ୟବସ୍ଥା କରିଥିଲେ। ୨ ତାରିଖରେ କୋଟାରୁ ୨୩ ଛାତ୍ରୀଛାତ୍ର ଓଡ଼ିଶା ଆସିବାର ଥିବାରୁ ଜିଲାପାଳ ସେମାନଙ୍କ ସହ ଯିବା ପାଇଁ ସହଯୋଗ କରିଥିଲେ। କିନ୍ତୁ ବସ୍‌ରେ ଅନିଲଙ୍କୁ ନେବା ପାଇଁ ଛାତ୍ରୀଛାତ୍ର ଅମଙ୍ଗ ହୋଇଥିଲେ ସୁଦ୍ଧା ବାହାରେ ବସିବା ପାଇଁ ସୁଯୋଗ ଦେଇଥିଲେ। ବସ୍‌ ଓଡ଼ିଶା-ଛତିଶଗଡ଼ ସୀମା ବାଲିଶଙ୍କରା ପାଖରେ ପହଞ୍ଚିବା ପରେ ପୋଲିସ ଚେକିଂ କରି ୨୩ ଛାତ୍ରୀଛାତ୍ରଙ୍କ ଅନୁମତିପତ୍ର ଦେଖି ଛାଡି ଦେବା ସହ ଅନିଲଙ୍କୁ ଓହ୍ଲାଇ ଦେଇଥିଲା। ଫଳରେ ଅନିଲ ପାଖାପାଖି ୧ କି.ମି. ଚାଲିଲା ପରେ ପୁଣି ପୋଲିସ ଅଟକାଇଥିଲେ ସୁଦ୍ଧା ପାସ୍‌ ଦେଖି ଛାଡି ଦେଇଥିଲା। ସେଠାରୁ ସେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଯାଉଥିବା ବେଳେ ଜଣେ ଅଜଣା ଯୁବକ ଦେଖାହୋଇ ଅନିଲ୍‌ଙ୍କ ନାମରେ ଥିବା ୟୁଟୁବ୍‌ ଚ୍ୟାନେଲର ଜଣେ ଫ୍ୟାନ୍‌ ବୋଲି ପରିଚୟ ଦେଇ କଥା ହୋଇଥିଲେ। ଏହି ସମୟରେ କିଛି ଲୋକ ଅନିଲଙ୍କୁ ବାହାରୁ ଆସିଥିବା ଜାଣି ଘେରି ଯିବା ସହ ଆକ୍ରମଣ ଉଦ୍ୟମ କରିିଥିଲେ। ସୌଭାଗ୍ୟ ବଶତଃ ଏହି ଯୁବକଜଣଙ୍କ ଯୋଗୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଥିସହ ଯୁବକଜଣକ ନିଜ ବାଇକ୍‌ ବିକି ଦେବାକୁ ପ୍ରସ୍ତାବ ଦେଇଥିଲେ। ନଚେତ କାର ଭଡା କରି ଯିବାକୁ ଚାହିଁଲେ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ କାର ଭଡା ୧୫ ହଜାର ଟଙ୍କା ହୋଇଥିବାରୁ ସମ୍ପୃକ୍ତ ଯୁବକଙ୍କ ବାଇକ୍‌ ୧୩ ହଜାର ଟଙ୍କାରେ କିଣି ଅନିଲ ଘର ମୁହାଁ ହୋଇଥିଲେ। ଏହା ଭିତରେ ସେ ଅଳାଭର ସରପଞ୍ଚ, ଜିପିଓ, ବାଲିକୁଦା ଥାନା ଅଧିକାରୀ ଓ ଜଗତ୍‌ସିଂହପୁର ଜିଲାପାଳଙ୍କୁ ଫୋନ୍‌ କରି ସହାୟତା ମାଗିଥିଲେ। ପରେ ରାତିରେ ସମ୍ବଲପୁର ସୀମାରେ ଥିବା ଏକ ଅଗ୍ନିଶମ କେନ୍ଦ୍ରକୁ ଯାଇ ରାତ୍ରିଯାପନ କରିବାକୁ ଚାହିଁଥିଲେ। ସେଠାରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀମାନେ ଅଧ କିଲୋମିଟର ଦୂର ଏକ ନିରୋଳା ଘରେ ଏକୁଟିଆ ରହିବା ବ୍ୟବସ୍ଥା କରିଥିଲେ। ସେଠାରୁ ସୋମବାର ସକାଳ ୭ଟାରୁ ବାହାରି ମଙ୍ଗଳବାର ଅପରାହ୍ନରେ ଜଗତ୍‌ସିଂହପୁରରେ ପହଞ୍ଚିଥିଲେ। ସରଳାଦେବୀ କଲ୍ୟାଣ ମଣ୍ଡପରେ ତାଙ୍କ ସ୍ବାବ୍‌ ସଂଗ୍ରହ ହୋଇଥିଲା। ପରେ ସେ ତାଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri