ମୁମ୍ବାଇ: ବଲିଉଡ୍ ଦୁନିଆ ପାଇଁ ଚଳିତ ବର୍ଷର ସ୍ବାଧୀନତା ଦିବସ ଭଲ ଦିନ ଭାବେ ପରିଗଣିତ ହୋଇଛି। କାହିଁକିନା ଅଗଷ୍ଟ ୧୫ରେ ବଲିଉଡ୍ର ୨ଟି ବଡ ଫିଲ୍ମ ରିଲିଜ୍ ହୋଇଛି ଆଉ ଏହା ପ୍ରଥମ ଦିନରେ ହିଁ ବାଜି ମାରିଛି। ଅକ୍ଷୟ କୁମାରଙ୍କ ଷ୍ଟାର କାଷ୍ଟର ‘ମିଶନ ମଙ୍ଗଳ’ ଓ ଜନ୍ ଆବ୍ରାହମଙ୍କ ‘ବାଟଲା ହାଉସ୍’ ରିଲିଜ୍ ହୋଇଥିଲା। ଗୋଟିଏ ଦିନରେ ଉଭୟ ଫିଲ୍ମ ଭଲ ବ୍ୟବସାୟ କରିଥିବା ଜଣାପଡିଛି। ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ‘ମିଶନ ମଙ୍ଗଳ’ ୨୯.୧୬ କୋଟି ଆୟ କରିଥିବା ବେଳେ ‘ବାଟଲା ହାଉସ୍’ ୧୪.୫୯ କୋଟି ଟଙ୍କା ଆୟ କରିଛି।