Posted inଭଦ୍ରକ

ବାଉଁଶ ବାନ୍ଧି ଗାଁ ରାସ୍ତା ବନ୍ଦ କଲେ ମହିଳା

ଭଦ୍ରକ ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି। ହେଲେ କଟକଣାକୁ ନ ମାନି କେତେକ ଲୋକ ଲକ୍‌ଡାଉନ ସମୟରେ ବାହାନା ଦେଖାଇ ବାହାରେ ବୁଲାବୁଲି କରୁଛନ୍ତି। ଏଥିରେ ରୋକ ଲଗାଇବା ପାଇଁ ଭଦ୍ରକ ସହର ଉପକଣ୍ଠ ଦଇସିଂ ପଞ୍ଚାୟତ ବଢ଼େଇଗଡିଆ ଗ୍ରାମର ବାସିନ୍ଦା ନିଜ ଆଡୁ ଉଦ୍ୟମ ଆରମ୍ଭ କରିଛନ୍ତି। ଅଙ୍ଗନୱାଡି କର୍ମୀ ପ୍ରଜ୍ଞାପାରମିତା ନାୟକଙ୍କ ଉଦ୍ୟମରେ ଗାଁର କେତେକ ମହିଳା ପ୍ରବେଶ ପଥରେ ବାଉଁଶ ବାନ୍ଧି ଲକ୍‌ଡାଉନ୍‌ କରିଛନ୍ତି। ଯେଭଳି ଗାଁକୁ କେହି ଆସିପାରିବେ ନାହିଁ କିମ୍ବା ଗାଁର କେହି ଲୋକ ଗାଁ ବାହାରକୁ ଯାଇପାରିବେ ନାହିଁ ସେଭଳି ବ୍ୟବସ୍ଥା କରାଯାଇଛି। ସେହିଭଳି ଭଦ୍ରକ ବ୍ଲକ ବାଣିତିଆ ଗାଁରେ ମଧ୍ୟ ଅନୁରୂପ ପ୍ରବେଶପଥରେ ବାଉଁଶ ଓ କଣ୍ଟା ପକାଇ ଯାତାୟାତ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri