ବାଇକ ଆରୋହୀଙ୍କଠାରୁ ୫.୭ଲକ୍ଷ ଲୁଟିନେଲେ

କଣ୍ଟାବାଞ୍ଜି, ୧୫ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିି ଥାନା ୨୬ନଂ ରାଜ୍ୟ ରାଜପଥର କାନୁଟ-ତଅଁଲା ଇଲେକ୍ଟ୍ରି ଗ୍ରୀଡ ନର୍ସରୀ ନିକଟରେ ରବିବାର ସନ୍ଧ୍ୟାରେ ମୁଖାପିନ୍ଧା ଲୁଟେରା ଜଣେ ବାଇକ ଆରୋହୀଙ୍କଠାରୁ ୫ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ଏସ.ରେଡ୍ଡି ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ କଣ୍ଟାବାଞ୍ଜିି ଥାନା ଆଇଆଇସି ବିଜୟାନନ୍ଦ କରକରା ହସପିଟାଲକୁ ଯାଇ ଆହତଙ୍କୁ ପଚରାଉଚରା କରିବା ସହ ଘଟଣାର ଅନୁସନ୍ଧାନ କରିଥିଲେ। ଲୁଟେରାଙ୍କୁ ଧରିବା ପାଇଁ ନିକଟସ୍ଥ ଥାନାଗୁଡିକୁ ସୂଚନା କରାଯାଇଥିବା କରକରା କହିଛନ୍ତି। କଣ୍ଟାବାଞ୍ଜି ଅନୀଲ ବ୍ରଦର୍ସରେ କାମ କରୁଥିବା ଏସ.ରେଡ୍ଡି ବିଭିନ୍ନ ବ୍ୟବସାୟୀଙ୍କଠାରୁ ଉକ୍ତ ଟଙ୍କା ସଂଗ୍ରହ କରି ବାଇକରେ ଫେରିବା ବାଟରେ ତଅଁଲା ଛକ ନିକଟରେ ଏହି ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବୁଝା ଲୋକଙ୍କୁ ତ୍ରୁଟିପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା: ଭିଡ ଭିତରେ ଘଣ୍ଟା ଘଣ୍ଟା ଫସିରହିଲେ ଲୋକେ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପୋଲିସ ନିୟୋଜିତ…

ଫୋକସରେ ଆଗାମୀ ପଞ୍ଚାୟତ ନିର୍ବାଚନ: ଏବେଠୁ ନିଜ ନିଜ ଦଳ ଛାଡ଼ି ଭାଜପାମୁହାଁ ନେତା-କର୍ମୀ

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଦିନକୁ ଦିନ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ଶକ୍ତିଶାଳୀ ହେବାରେ ଲାଗିଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଜନମଙ୍ଗଳ କାର୍ଯ୍ୟରେ ଅନୁପ୍ରାଣିତ…

୨ ବରିଷ୍ଠ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ

ଦାରିଙ୍ଗବାଡି,୬।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ…

ଅଧରାତିରେ ଗୁହାଳରୁ ୧୪ ଛେଳି ଗାଏବ: ମାଲିକ କହିଲେ…

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରୁ ୧୪ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି l ବୁଧବାର ବିଳମ୍ବିତ…

ଗମନାଗମନରେ ଘୋଡ଼ାଘାଟ ନଦୀ ସାଜିଛି ବାଧକ: ଲୋକେ ହନ୍ତସନ୍ତ

ନୂଆପଡ଼ା,୭ା୫ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଭଇଷାଦାଦର ଗଁାର ବରପଦର ପଡ଼ାବାସୀଙ୍କ ଗମନାଗମନରେ ଘୋଡ଼ାଘାଟ ନଦୀ ବାଧକ ସାଜିଛି। ବରପଦର ପଡ଼ାରେ ୨୦ରୁ ଊର୍ଦ୍ଧ୍ୱ…

ଉଚ୍ଛେଦ ହେଉଛି, ଥଇଥାନ ହେଉନି: ଜୀବନ ଜୀବିକା ଦୁର୍ବିଷହ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri