ବାଇକ୍‌ ଚଲାଇବା ଯୋଗୁ ସିନେମାରେ କାମ ପାଇଥିଲି

ଯେତେ ବି ଅନୁଭୂତି ଥାଉ, ପ୍ରଥମ ଥର କ୍ୟାମେରା ସମ୍ମୁଖୀନ କରିବାର ଅନୁଭୂତି ଚିରସ୍ମରଣୀୟ।ମଡେଲିଂ କରୁଥିବା ଯୋଗୁ ମୋତେ ସିନେମାରେ ପ୍ରବେଶ କରିବା ସହଜ ହୋଇଥିଲା। ତେବେ କାମ କରିବାର ସୁଯୋଗ ମିଳିବା ପଛରେ ମଧ୍ୟ କିଛି କାହାଣୀ ରହିଛି। ‘ବୋଉ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଚଳଚ୍ଚିତ୍ରର କାହାଣୀକୁ ନେଇ ଏକ ନାୟିକାର ଆବଶ୍ୟକତା ଥାଏ, ଯେଉଁଥିରେ ନାୟିକା ଜଣଙ୍କୁ ବାଇକ ଚଳାଇବା ଜଣାଥିବା ଦରକାର।ସବ୍ୟସାଚୀଙ୍କ ନିର୍ଦ୍ଦେଶ ରହିଲା ଏପରି ଜଣେ ଅଭିନେତ୍ରୀ ଖୋଜିବାକୁ।ଦୁଇ ଭାଇରେ ମୁଁ ଗୋଟିଏ ଭଉଣୀ ହୋଇଥିବାରୁ ଅତି ଗେହ୍ଲାରେ ବଢ଼ିଛି।କୌଣସି ଆକଟ ବିନା ମୋତେ ବାଇକ୍‌ ଚଳାଇବାର ସ୍ବାଧୀନତା ମୋ ପରିବାର ଓ ଦୁଇ ଭାଇ ଦେଇଥିଲେ।ସବ୍ୟସାଚୀଙ୍କ ନିର୍ଦ୍ଦେଶ ମୁତାବକ ସିନେ ଦୁନିଆର ପରିଚିତ ମୁହଁ ଜୁବୁଲି ସୁନ୍ଦରରାୟ ନାୟିକା ଖୋଜା ଦାୟିତ୍ୱରେ ଥାନ୍ତି।ଜୁବୁଲିଙ୍କ ସହ ପୂର୍ବରୁ ପରିଚିତ ଥିଲି।ମୁଁ ରଙ୍ଗବତୀ ଗୀତ ଶୁଣିବାକୁ ଭଲ ପାଉଥିବାରୁ ଏହାର ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଦେଖା କରାଇଦେବା କହି ଜୁବୁଲି ମୋତେ ସବ୍ୟସାଚୀଙ୍କ କାର୍ଯ୍ୟାଳୟକୁ ନେଇଥିଲେ।ସେଠାରେ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଦେଖା ମଧ୍ୟ ହୋଇଥିଲା।ସେହିଠାରେ ହିଁ ସିନେମାରେ ନାୟିକା ହେବାର ପ୍ରସ୍ତାବ ଦେଇଥିଲେ ନିର୍ଦ୍ଦେଶକ ସବ୍ୟସାଚୀ।ହେଲେ ମୋ ଓଡ଼ିଆ କହିବା ଏତେ ଖରାପ ଥିଲା ଯେ, ଯିଏ ବି ଶୁଣିଥାନ୍ତା ମୋତେ ଓଡ଼ିଆ ଚଳଚ୍ଚିତ୍ରରେ ନେବାକୁ ସିଧାସଳଖ ମନା କରି ଦେଇଥାନ୍ତା।ଚାରି ପଦ କହିଲେ ସେଥିରେ ଓଡ଼ିଆ ହିନ୍ଦୀର ଫେଣ୍ଟାଫେଣ୍ଟି କଥା ଥାଏ।ଏଥିପାଇଁ ନିର୍ଦ୍ଦେଶକ ସବ୍ୟସାଚୀ ମୋତେ ୧୪ଦିନର କର୍ମଶାଳାରେ ରଖିଥିଲେ।କର୍ମଶାଳାରେ ଓଡ଼ିଆ କହିବା, କ୍ୟାମେରାକୁ ସମ୍ମୁଖୀନ କରିବା ଓ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀରେ କେମିତି ବ୍ୟବହାର କରିବାକୁ ପଡ଼ିବ ତାହାର ଶିକ୍ଷା ଦିଆଯାଇଥିଲା।ସୁଟିଂ ପ୍ରଥମ ଦିନରେ ମୋର ଅଭିନୟ ବହୁତ ଭଲ ଥିଲା।ମୋ ବିପକ୍ଷରେ ନାୟକ ଥିଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର।ମୋ ଅଭିନୟ ଦେଖି ସେ ତାଜୁବ ହୋଇ ଯାଇଥିଲେ।ଏହି ଫିଲ୍ମରେ ମୁଁ ବାଇକ୍‌ ଚଳାଉଥିବାର ଦୃଶ୍ୟ ରହିଛି।ବାଇକ୍‌ ଚଳାଇବା ଯୋଗୁଁ ଓଡ଼ିଆ ସିନେମାରେ ମୁଁ କାମ ପାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri