ବାଇକ୍‌ ଚଲାଇବା ଯୋଗୁ ସିନେମାରେ କାମ ପାଇଥିଲି

ଯେତେ ବି ଅନୁଭୂତି ଥାଉ, ପ୍ରଥମ ଥର କ୍ୟାମେରା ସମ୍ମୁଖୀନ କରିବାର ଅନୁଭୂତି ଚିରସ୍ମରଣୀୟ।ମଡେଲିଂ କରୁଥିବା ଯୋଗୁ ମୋତେ ସିନେମାରେ ପ୍ରବେଶ କରିବା ସହଜ ହୋଇଥିଲା। ତେବେ କାମ କରିବାର ସୁଯୋଗ ମିଳିବା ପଛରେ ମଧ୍ୟ କିଛି କାହାଣୀ ରହିଛି। ‘ବୋଉ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଚଳଚ୍ଚିତ୍ରର କାହାଣୀକୁ ନେଇ ଏକ ନାୟିକାର ଆବଶ୍ୟକତା ଥାଏ, ଯେଉଁଥିରେ ନାୟିକା ଜଣଙ୍କୁ ବାଇକ ଚଳାଇବା ଜଣାଥିବା ଦରକାର।ସବ୍ୟସାଚୀଙ୍କ ନିର୍ଦ୍ଦେଶ ରହିଲା ଏପରି ଜଣେ ଅଭିନେତ୍ରୀ ଖୋଜିବାକୁ।ଦୁଇ ଭାଇରେ ମୁଁ ଗୋଟିଏ ଭଉଣୀ ହୋଇଥିବାରୁ ଅତି ଗେହ୍ଲାରେ ବଢ଼ିଛି।କୌଣସି ଆକଟ ବିନା ମୋତେ ବାଇକ୍‌ ଚଳାଇବାର ସ୍ବାଧୀନତା ମୋ ପରିବାର ଓ ଦୁଇ ଭାଇ ଦେଇଥିଲେ।ସବ୍ୟସାଚୀଙ୍କ ନିର୍ଦ୍ଦେଶ ମୁତାବକ ସିନେ ଦୁନିଆର ପରିଚିତ ମୁହଁ ଜୁବୁଲି ସୁନ୍ଦରରାୟ ନାୟିକା ଖୋଜା ଦାୟିତ୍ୱରେ ଥାନ୍ତି।ଜୁବୁଲିଙ୍କ ସହ ପୂର୍ବରୁ ପରିଚିତ ଥିଲି।ମୁଁ ରଙ୍ଗବତୀ ଗୀତ ଶୁଣିବାକୁ ଭଲ ପାଉଥିବାରୁ ଏହାର ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଦେଖା କରାଇଦେବା କହି ଜୁବୁଲି ମୋତେ ସବ୍ୟସାଚୀଙ୍କ କାର୍ଯ୍ୟାଳୟକୁ ନେଇଥିଲେ।ସେଠାରେ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଦେଖା ମଧ୍ୟ ହୋଇଥିଲା।ସେହିଠାରେ ହିଁ ସିନେମାରେ ନାୟିକା ହେବାର ପ୍ରସ୍ତାବ ଦେଇଥିଲେ ନିର୍ଦ୍ଦେଶକ ସବ୍ୟସାଚୀ।ହେଲେ ମୋ ଓଡ଼ିଆ କହିବା ଏତେ ଖରାପ ଥିଲା ଯେ, ଯିଏ ବି ଶୁଣିଥାନ୍ତା ମୋତେ ଓଡ଼ିଆ ଚଳଚ୍ଚିତ୍ରରେ ନେବାକୁ ସିଧାସଳଖ ମନା କରି ଦେଇଥାନ୍ତା।ଚାରି ପଦ କହିଲେ ସେଥିରେ ଓଡ଼ିଆ ହିନ୍ଦୀର ଫେଣ୍ଟାଫେଣ୍ଟି କଥା ଥାଏ।ଏଥିପାଇଁ ନିର୍ଦ୍ଦେଶକ ସବ୍ୟସାଚୀ ମୋତେ ୧୪ଦିନର କର୍ମଶାଳାରେ ରଖିଥିଲେ।କର୍ମଶାଳାରେ ଓଡ଼ିଆ କହିବା, କ୍ୟାମେରାକୁ ସମ୍ମୁଖୀନ କରିବା ଓ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀରେ କେମିତି ବ୍ୟବହାର କରିବାକୁ ପଡ଼ିବ ତାହାର ଶିକ୍ଷା ଦିଆଯାଇଥିଲା।ସୁଟିଂ ପ୍ରଥମ ଦିନରେ ମୋର ଅଭିନୟ ବହୁତ ଭଲ ଥିଲା।ମୋ ବିପକ୍ଷରେ ନାୟକ ଥିଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର।ମୋ ଅଭିନୟ ଦେଖି ସେ ତାଜୁବ ହୋଇ ଯାଇଥିଲେ।ଏହି ଫିଲ୍ମରେ ମୁଁ ବାଇକ୍‌ ଚଳାଉଥିବାର ଦୃଶ୍ୟ ରହିଛି।ବାଇକ୍‌ ଚଳାଇବା ଯୋଗୁଁ ଓଡ଼ିଆ ସିନେମାରେ ମୁଁ କାମ ପାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri