ବାଇକ୍‌କୁ ଧକ୍କା ଦେଲା ଟ୍ରକ :ଦୁଇ ପୁଅ ସହ ବାପାଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୨୮ା୮:କୋଲକାତା-ଚେନ୍ନାଇ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ଅଣ୍ଡା ବୋଝେଇ ଟ୍ରକ୍‌ ଧକ୍କାରେ ୩ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଙ୍କିଆ ଥାନା ମଳିପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ପାତାଳ ସିଂହ(୪୯), ତାଙ୍କ ବଡପୁଅ ସଞ୍ଜୟ(୨୪) ଓ ସାନପୁଅ ବିକ୍ରମ(୧୯)।
ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ର ଭୁବନେଶ୍ୱରରୁ ଏକ ବାଇକ୍‌ (ଓଡି୦୨ ଏମ ୭୨୯୧)ରେ ଦୁଇ ପୁଅଙ୍କ ସହ ଘରକୁ ଫେରୁଥିଲେ। ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ଅଣ୍ଡା ବୋଝେଇ ଟ୍ରକ (ଓଡି୧୪ ଏମ ୫୯୫୯)ପଛ ପଟୁ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବଡପୁଅ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନାର ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ପହଞ୍ଚି କୃଷ୍ଣଚନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କୃଷ୍ଣଚନ୍ଦ୍ର ଓ ସାନ ପୁଅଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ। ରାଜପଥ ମଝିରେ ଦୁର୍ଘଟଣା ପରେ ରାସ୍ତା ଜାମ ହୋଇଯାଇଥିଲା। ଫଳରେ ଉଭୟ ପାର୍ଶ୍ୱରୁ ଆସୁଥିବା ଯାନବାହନ ଅଟକି ରହିଥିଲା। ପୋଲିସ ରାସ୍ତାରୁ ଗାଡି ହଟାଇବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁକୁ ନେଇ ମଳିପଡା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ଡାକ୍ତରଖାନାରେ ମୃତକଙ୍କ ପରିବାର ଲୋକ ପହଞ୍ଚି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଜଟଣୀ ଦେଖିବ ପୁଣି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଜଟଣୀ,୨୧ା୪(ରବୀନ୍ଦ୍ରନାଥ ମହାକୁଡ଼)ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରୁ ଜଟଣୀ ବିଧାନସଭା କ୍ଷେତ୍ର ଅନ୍ୟତମ। ନିକଟରେ କଂଗ୍ରେସ ସନ୍ତୋଷ ଜେନାଙ୍କୁ ଏଠାରୁ ଟିକେଟ ଦେବା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri