Posted inଫୁରସତ

ବହି କିଣିବାକୁ ଚାପ ପ୍ରୟୋଗ କଲେ ସ୍କୁଲ ଦେବ ଜରିମାନା

ପାଟନା: ପାଟନା ଡିଭିଜନର ବେସରକାରୀ ସ୍କୁଲ୍‌ ଆଗାମୀ ସେଶନ୍‌ରେ ୭ ପ୍ରତିଶତରୁ ଅଧିକ ଦେୟ ବୃଦ୍ଧି କରିପାରିବେ ନାହିଁ ବୋଲି ଡିଭିଜନ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟଠାରୁ ବେଶି ବୃଦ୍ଧି କରିବାକୁ ହେଲେ ତା’ର କାରଣ ଜଣାଇବାକୁ ପଡିବ ଓ ଡିଭିଜନର ମୁଖ୍ୟଙ୍କ ବିନା ଅନୁମତିରେ ଯଦି ୭ ପ୍ରତିଶତରୁ ଅଧିକ ଦେୟ ବୃଦ୍ଧି କରାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାଟନା, ନାଲନ୍ଦା,ଭୋଜପୁର,ବକ୍ସର, ରୋହତାସ ଓ କୈସୁର ଜିଲାର ବେସରକାରୀ ସ୍କୁଲ ଗୁଡିକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ବର୍ଷର ଦେୟ ବୃଦ୍ଧି ଲାଗି ନଭେମ୍ବର ୩୦ ସୁଦ୍ଧା ପ୍ରସ୍ତାବ ଦେବା ପାଇଁ କୁହାଯାଇଛି । ଅଭିଭାବକମାନେ ନିଜ ଇଚ୍ଛାରେ ଦେକାନରୁ ବହି ଓ ଖାତା କିଣିପାରିବେ। ସ୍କୁଲ ସେମାନଙ୍କ ଜଣାଶୁଣା ଦୋକାନରୁ ଏସବୁ କିଣିବା ଲାଗି ଚାପ ପକାଇ ପରିବନାହିଁ। ଯଦି ପକାନ୍ତି , ଅଭିଯୋଗ ଆସିଲେ ପ୍ରଥମ ଥର ୧ ଲକ୍ଷ ଓ ଦ୍ୱିତୀୟ ଥର ଅଭିଯୋଗ ହେଲେ ୨ ଲକ୍ଷ ଟଙ୍କା ଜରିମାନା ଦେବେ । ଏ ବାବଦରେ ତୃତୀୟଥର ଅଭିଯୋଗ ହେଲେ ସ୍କୁଲର ଆଫିଲେଶନ ରଦ୍ଦ କରାଯିବ। ପ୍ରତ୍ୟେକ ସ୍କୁଲ୍‌ ନିଜ ଓ୍ବେବ୍‌ସାଇଟ ଖୋଲିିବେ । ଏଥିରେ ଦେୟ ବାବଦରେ ସବୁ ବିବରଣୀ ପ୍ରଦାନ କରିବେ ଓ ଏହାର ଏକ କପି ନୋଟିସ ବୋର୍ଡରେ ବି ଲଗାଇବେ । ଛାତ୍ରୀ ଓ ଛାତ୍ରଙ୍କ ଲାଗି ଅଲଗା ଅଲଗା ଟଏଲେଟ କରିବାକୁ ପଡିବ। ଛାତ୍ରୀଙ୍କ ଟଏଲେଟ ସଫା କରିବା ପାଇଁ ମହିଳା ସଫେଇକର୍ମୀ ନିଯୁକ୍ତ ହେବେ। ଛାତ୍ରୀଙ୍କ ପାଇଁ ମହିଳା କାଉନସିଲର ବି ରହିବେ । ସ୍କୁଲର କାର୍ଯ୍ୟରତ ଗାର୍ଡ,ସଫେଇକର୍ମୀ,ଡ୍ରାଇଭର,ପିଅନଙ୍କ ଠିକଣା ୧୫ ଦିନ ମଧ୍ୟରେ ଥାନାରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ବସ୍‌ରେ ମ୍ୟୁଜିକ ସିଷ୍ଟମ ବି ରହିବନି। ଜିଲା ପରିବହନ ଅଧିକାରୀ ବସ୍‌ର ଯାଞ୍ଚ କରିବେ। ଯଦି ଏହାର ଉଲ୍ଲଂଘନ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍କୁଲରେ ବୃଦ୍ଧି ପାଉଥିବା ଅପରାଧ ଆଶଙ୍କା କମ୍‌ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri