ବସୁଛି ବୈଠକ, ହେଉନି ସମାଧାନ: ହଳଦିଆପଦର ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପ୍ରସଙ୍ଗ ବିଧାୟକ, ଏମ୍‌ପି – ବସ୍‌ମାଲିକ ସଂଘ ଆଲୋଚନା

ବ୍ରହ୍ମପୁର ଅଫିସ,୧୫ା୮-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ନିର୍ମିତ ନୂତନ ବସ୍‌ ଟର୍ମିନାଲ ଉଦ୍‌ଘାଟନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଛି ା ତଥାପି ଟର୍ମିନାଲରୁ ବସ୍‌ ଚଳାଚଳ ତଥା କାର୍ଯ୍ୟକ୍ଷମ କରିବାରେ ପ୍ରଶାସନ ବିଫଳ ହୋଇଛି ା ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରୁନାହିଁ ା ଏନେଇ ବିଡିଏ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ବସ୍‌ମାଲିକ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଜୁଲାଇ ୧୬ରେ ଆଲୋଚନା ହୋଇଥିବା ବେଳେ ବୁଧବାର ପୁଣି ଏକ ଆଲୋଚନା ବୈଠକ ସର୍କିଟ ହାଉସ୍‌ରେ ଅନୁଷ୍ଠିତ ହୋଇଥିଲା ା ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଘରୋଇ ବସ ମାଲିକ ସଂଘ ସହ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପୂର୍ବ ବୈଠକରେ ପ୍ରଥମେ ସରକାରୀ ବସ୍‌ ତଥା ଓଏସ୍‌ଆରଟିସି ଓ ଇଣ୍ଟର ଷ୍ଟେଟ ବସ୍‌ଗୁଡିକୁ ଟର୍ମିନାଲରୁ ଚଳାଚଳ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ା କିନ୍ତୁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବା ସଂଘ କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ ା ବସ୍‌ମାଲିକଙ୍କ ସହ ଆଲୋଚନା ବିନା ହଳଦିଆପଦରରେ ଟର୍ମିନାଲ ନିର୍ମାଣ ସହ ଉଦ୍‌ଘାଟନ କରାଯାଇଛି ା ଏହା ବ୍ୟତୀତ ନୂତନ ଟର୍ମିନାଲକୁ ବସ୍‌ଯାତାୟାତ କରିବାକୁ ମୌଳିକ ସୁବିଧା ନ ଥିବା ସଂଘ କର୍ମକର୍ତ୍ତାମାନେ ବିଧାୟକ, ଏମ୍‌ପିଙ୍କୁ ଅବଗତ କରାଇଥିଲେ ା ସଂଘ ପକ୍ଷରୁ ବହୁବାର ଟର୍ମିନାଲକୁ ବସ୍‌ ଚଳାଚଳ ନିମିତ୍ତ ଫ୍ଲାଏ ଓଭର ତଥା ଅଣ୍ଡରପାସ୍‌ କରିବାକୁ ଦାବି କରାଯାଇଥିଲେ ମଧ୍ୟ ଏଯାଏ ନିର୍ମାଣ ହୋଇ ନାହିଁ। ଯାତାୟାତ ନିମିତ୍ତ ରାସ୍ତା ସୁବିଧା ନ ହେବା ପର୍ଯ୍ୟନ୍ତ ଘରୋଇ ବସ୍‌ ନୂତନ ଟର୍ମିନାଲକୁ ଯାତାୟାତ କରିବା ଅସମ୍ଭବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ା ହଳଦିଆପଦର ନୂତନ ସିଟି ବସ୍‌ଷ୍ଟାଣ୍ଡକୁ ସହର ମଧ୍ୟଦେଇ ଆଞ୍ଚଳିକ ବସ୍‌ଗୁଡିକୁ ଯାତାୟାତ କରିବାକୁ ଲାଗୁଥିବା ଅଧିକ ସମୟ ଏବଂ ସେହି ସମୟରେ ସୃଷ୍ଟି ହେବାକୁ ଥିବା ଟ୍ରାଫିକ ସମସ୍ୟା ସମାଧାନ ନେଇ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେମାନେ କହିଥିଲେ ା ଏଥିସହ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଥିବା ସିଟି ବସ୍‌ଷ୍ଟାଣ୍ଡରେ ମଧ୍ୟ ଥିବା ବିିଭିନ୍ନ ସମସ୍ୟା ଉପରେ ବସ୍‌ ମାଲିକମାନେ କହିଥିଲେ ା ବର୍ତ୍ତମାନର ସିଟି ବସ୍‌ଷ୍ଟାଣ୍ଡ ଦୀର୍ଘ ୬ ମାସ ଧରି ଅନ୍ଧକାର ମଧ୍ୟରେ ରହିଛି ା ଏଥିସହ ଷ୍ଟାଣ୍ଡରେ ଯାତ୍ରୀଙ୍କ ଆନୁଷଙ୍ଗିକ ସୁବିଧା ନ ଥିବା ସେମାନେ ସୂଚାଇଥିଲେ ା କେବଳ ଆଲୋଚନା ନ କରି ଏହାର ସମାଧାନର ରାସ୍ତା ବାହାର କରିବାକୁ ମାଲିକମାନେ ଯୁକ୍ତି ବାଡିଥିଲେ ା ବୈଠକରେ ବିଜେଡି ଜିଲା ଉପସଭାପତି ସଞ୍ଜିତ କୁମାର ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲା ବସ୍‌ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri