ବଳାତ୍କାର ଜେଲ ଗଲେ ଛାତ୍ର ନେତା

ବିଞ୍ଝାରପୁର,୧୬ା୧୦(ଡି.ଏନ.ଏ)- ବିଞ୍ଝାରପୁର ଥାନା ନରୁଆ ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଛାତ୍ର ନେତା ଜିତେନ୍ଦ୍ର ପ୍ରଧାନଙ୍କୁ ସୋମବାର ରାତିରେ ପାଣିକୋଇଲି ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି। ମଙ୍ଗଳବାର ତାଙ୍କର ଡାକ୍ତରୀମାଇନା କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।
ପ୍ରକାଶ ଯେ, ଜିତେନ୍ଦ୍ର ନିଜର ସମ୍ପର୍କିୟ ଭାଣିଜୀଙ୍କୁ ୭ବର୍ଷ ପୂର୍ବରୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଜିତେନ୍ଦ୍ରଙ୍କର ଅନ୍ୟତ୍ର ବିବାହ ସ୍ଥିର ହୋଇଯିବା ପରେ ସମ୍ପର୍କିୟ ଭାଣିଜୀ ତାଙ୍କର ସବୁ ଗୁମର ଖୋଲିବା ସହିତ ଗତ ୨୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ଏକ ମାମଲା (ନଂ ୨୫୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବାରୁ ଜିତେନ୍ଦ୍ର ଫେରାର ହୋଇଯାଇଥିଲେ। ତଦନ୍ତ ବେଳେ ପୋଲିସ ଜିତେନ୍ଦ୍ରଙ୍କର ଜଣେ ଭାଇ ଓ ଭିଣୋଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜିତେନ୍ଦ୍ରଙ୍କୁ ଧରିବାକୁ ଯାଜପୁର ଏସ୍‌ପି ଚରଣ ସିଂହ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଉଦ୍ୟମ ଚଳାଇଥିବାବେଳେ ସୋମବାର ରାତିରେ ସେ ଘରକୁ ଫେରୁଥିବା ଖବର ପାଇ ତାଙ୍କୁ ପାଣିକୋଇଲି ବସଷ୍ଟାଣ୍ଡରୁ ଗିରଫ କରିଥିଲା। ସୂଚନା ଥାଉକି, ସେ ପୂର୍ବରୁ ବିଞ୍ଝାରପୁର ବ୍ଲକ ଛାତ୍ର ବିଜେଡି ସଭାପତି ଥିବାବେଳେ ଏହି ଅଭିଯୋଗ ପରେ ତାଙ୍କୁ ଉକ୍ତ ପଦରୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ବିରୋଧରେ ଗର୍ଜିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ, କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇ କହିଲା…

ବନ୍ତ,୭ା୫(କିଶୋର କୁମାର ସେଠୀ): କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତିକୁ ନେଇ ଶ୍ରମିକ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କର୍ମଚାରୀମାନେ ପ୍ରଥମେ ବନ୍ତ ସେକ୍ସନ କାର୍ଯ୍ୟାଳୟରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

ଦାରିଙ୍ଗବାଡିରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଭାଇକୁ ହତ୍ୟା କଲେ ଭାଇ

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ):ଜମି ବିବାଦ ନେଲା ଜୀବନ ମାତ୍ର କିଛି ଗୁଣ୍ଠ ଚାଷ ଜମି ପାଇଁ ବଡ଼ ଭାଇ ଜଣଙ୍କ ସାନ ଭାଇକୁ ଜୀବନରେ ମାରିଦେବାକୁ…

ଆଜିଠୁ ଗଞ୍ଜାମରେ ୭ମ ରାଜ୍ୟସ୍ତରୀୟ ଓ୍ବାକୋ ଓଡ଼ିଶା କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌

ଗଞ୍ଜାମ,୭ା୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମରେ ଆସନ୍ତା ମେ’ ୭ରୁ ୭ମ ଓ୍ବାକୋ ଓଡ଼ିଶା ଷ୍ଟେଟ୍‌ କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ଦିଦି ହଟିଲେ, ଏବେ ‘ଧାମ’ ହଟିବାକୁ ନେଇ ଚର୍ଚ୍ଚା

ପୁରୀ, ୭ା୫(ମନୋଜ କୁମାର ଦଳାଇ):ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର ପତନ ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।…

ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରଙ୍କୁ ଭେଟି ଆଶୀର୍ବାଦ ଦେଲେ ପ୍ରଧାନଶିକ୍ଷକ, କହିଲେ ଜଣେ ଦକ୍ଷ ଛାତ୍ର ଭାବେ…

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜବାହରଉଚ୍ଚ ବିଦ୍ୟପୀଠ, ବାଲସି (କ)ର ଛାତ୍ର ଚଳିତ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri