ବଲିଉଡ୍‌ ଡିଭାଙ୍କ ହ୍ୟାଣ୍ଡବ୍ୟାଗ୍‌: ଯାହା ଉପରେ ସେମାନେ କରିଥାନ୍ତି ଲକ୍ଷାଧିକ ଖର୍ଚ୍ଚ

ଲୁକ୍‌କୁ ପରଫେକ୍ଟ କରେ ଏକ ମ୍ୟାଚିଂ ହ୍ୟାଣ୍ଡବ୍ୟାଗ୍‌। ଏହା ଗ୍ଲାମର୍‌କୁ ବି ବଢ଼ାଇଥାଏ। ସେଇଥିପାଇଁ ତ ବଲିଉଡ୍‌ର ଡିଭାମାନେ ଏହା ଉପରେ କରନ୍ତି ଅନେକ ଖର୍ଚ୍ଚ। ଆଉ ତାଙ୍କ ପାଖରେ ଥାଏ ଦାମୀ ହ୍ୟାଣ୍ଡବ୍ୟାଗ୍‌ର ଅନେକ କଲେକ୍ସନ। ଜାଣନ୍ତୁ ସେ ସମ୍ପର୍କରେ…

କରୀନା କପୁର- ବେବୋ କେବେବି ନିଜ ଲୁକ୍‌କୁ ନେଇ କମ୍ପ୍ରୋମାଇଜ୍‌ କରି ନ ଥାଆନ୍ତି। ସବୁବେଳେ ଷ୍ଟାଇଲିସ୍‌ ଆଉଟଫିଟ୍‌ ସହ ଟ୍ରେଣ୍ଡି ଆସେସରିଜ୍‌ ପେୟାର୍‌ କରନ୍ତି। ବିଭିନ୍ନ ଆସେସରିଜ୍‌ ଭିତରେ ହ୍ୟାଣ୍ଡବ୍ୟାଗ୍‌ ତାଙ୍କର ବହୁତ ପ୍ରିୟ। ତାଙ୍କ ପାଖରେ ଏହାର ଏକ ଭଲ କଲେକ୍ସନ ଅଛି। ଏହି କଲେକ୍ସନରେ ଅନେକ ଦାମୀ ବ୍ୟାଗ ବି ଅଛି, ଯେମିତିକି ହର୍ମେଶ୍‌ ବିର୍କିନ୍‌ ଏପ୍‌ସମ୍‌ ବ୍ୟାଗ୍‌। ଏହାର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ୱ।

ସୋନମ କପୁର- ବଲିଉଡ୍‌ର ଜଣେ ଷ୍ଟାଇଲିଶ୍‌ ଡିଭା ହେଉଛନ୍ତି ସୋନମ। ସେ ଷ୍ଟାଇଲ୍‌ ଆଇକନ ଭାବେ ବି ପରିଚିତ। ତାଙ୍କ ପାଖରେ ଡିଓର୍‌, ପୋଲ କା, ହର୍ମେଶ୍‌ କେଲି ଭଳି ବ୍ରାଣ୍ଡର ୧୦୦ରୁ ଊର୍ଦ୍ଧ୍ୱ ହ୍ୟାଣ୍ଡବ୍ୟାଗ୍‌ର କଲେକ୍ସନ ଅଛି। ତାଙ୍କୁ ଚ୍ୟାନେଲ୍‌ ବ୍ରାଣ୍ଡର ବ୍ୟାଗ୍‌ ବହୁତ ଭଲ ଲାଗେ, ଯାହାର ମୂଲ୍ୟ ୪ ଲକ୍ଷରୁ ଅଧିକ।

ଶିଳ୍ପା ସେଟ୍ଟି- ଶିଳ୍ପା ହେଉଛନ୍ତି ଏମିତି ଜଣେ ସେଲିବ୍ରିଟି, ଯେକି ସବୁବେଳେ ଫ୍ୟାନ୍‌ଙ୍କ ପାଇଁ ନୂଆ ନୂଆ ଫ୍ୟାଶନ୍‌ ଟ୍ରେଣ୍ଡ ତିଆରି କରିଥାଆନ୍ତି। ତାଙ୍କ ଫ୍ୟାଶନ୍‌୍‌ର ଏକ ଅଂଶ ହେଉଛି ବିଭିନ୍ନ ପ୍ରକାରର ଦାମୀ ହ୍ୟାଣ୍ଡବ୍ୟାଗ୍‌। ସେ ବିଶେଷକରି ଡିଓର୍‌ ବ୍ରାଣ୍ଡ ବ୍ୟାଗ୍‌ ବ୍ୟବହାର କରନ୍ତି, ଯାହାର ମୂଲ୍ୟ ୩ ଲକ୍ଷରୁ ଊର୍ଦ୍ଧ୍ୱ।

ଦୀପିକା ପାଦୁକୋନ୍‌- କରୀନାଙ୍କ ଭଳି ଦୀପିକାଙ୍କୁ ବି ହର୍ମେଶ୍‌ ବିର୍କିନ୍‌ ଏପସମ୍‌ ବ୍ୟାଗ୍‌ ବହୁତ ପସନ୍ଦ। ଏହି ବ୍ୟାଗ୍‌ର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥାଏ।

ପ୍ରିୟଙ୍କା ଚୋପ୍ରା- ପ୍ରିୟଙ୍କାଙ୍କର ବି ଦାମୀ ହ୍ୟଣ୍ଡବ୍ୟାଗ୍‌ର ଏକ ଭଲ କଲେକ୍ସନ ଅଛି। ସେ ସବୁବେଳେ କ୍ୱିର୍କି ଓ ଟ୍ରେଣ୍ଡି ଆସେସରିଜ୍‌ ବ୍ୟବହାର କରନ୍ତି। ତାଙ୍କୁ ଭାଲେଣ୍ଟିନୋ ଗାରାବାନି ରକ୍‌୍‌ଷ୍ଟଡ୍‌ ବ୍ୟାଗ୍‌ ବହୁତ ପସନ୍ଦ, ଯାହାର ମୂଲ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ। ଏହା ବ୍ୟତୀତ ସେ ଅନ୍ୟ ବହୁ ଦାମୀ ବ୍ରାଣ୍ଡର ବ୍ୟାଗ୍‌ ବି ବ୍ୟବହାର କରନ୍ତି।

 

ଅନୁଷ୍କା ଶର୍ମା- ଅନୁଷ୍କାଙ୍କ ପ୍ରିୟ ବ୍ୟାଗ୍‌ କୌଣସି ଫ୍ୟାନ୍ସି ଲକ୍‌ଜ୍ୟୁରୀ ହ୍ୟାଣ୍ଡବ୍ୟାଗ୍‌ ନୁହେଁ। ବରଂ ଏକ କ୍ୱିର୍କି ଓ ଫନ୍‌ ବ୍ୟାକ୍‌ପ୍ୟାକ୍‌ ଅଟେ। ‘ଫେଣ୍ଡି’ ବ୍ରାଣ୍ଡର ଏହି ବ୍ୟାଗ୍‌ର ମୂଲ୍ୟ ୧୨ ଲକ୍ଷ।

ଆଲିଆ ଭଟ୍ଟ-ଆଲିଆଙ୍କୁ ‘ଟିଓଡି’ର ଫ୍ରିଞ୍ଜଡ୍‌ ବ୍ୟାଗ୍‌ ବହୁତ ପସନ୍ଦ, ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା। ନିଜ ଗ୍ଲାମର୍‌କୁ ବଢେଇବା ପାଇଁ ସେ ଆହୁରି ଅନେକ ସୁନ୍ଦର ଓ ଦାମୀ ବ୍ୟାଗ୍‌ କ୍ୟାରି କରିଥାଆନ୍ତି।

ଜ୍ୟାକଲିନ୍‌ ଫର୍ନାଣ୍ଡିଜ୍‌- ଜ୍ୟାକ୍‌ଲିନ୍‌ଙ୍କୁ ଗୁସି ବ୍ରାଣ୍ଡର ବ୍ୟାଗ୍‌ କ୍ୟାରି କରିବାକୁ ଭଲ ଲାଗେ। ଏହି ବ୍ୟାଗ୍‌ଗୁଡିକର ମୂଲ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri