ବଲିଉଡ୍‌ର ସାବତ ଭଉଣୀ-ଭାଇ

ମୁମ୍ବାଇ: ସାରା ଭାରତରେ ଗୁରୁବାର ପାଳନ କରାଯାଉଛି ରାଖୀ ପୂର୍ଣ୍ଣିମା ଉତ୍ସବ। ଏହି ଅବସରରେ ଭଉଣୀ ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧୁଥିବା ବେଳେ ଭାଇ ଜୀବନ ଥିବା ପର୍ଯ୍ୟନ୍ତ ଭଉଣୀକୁ ସୁରକ୍ଷା ଦେବାପାଇଁ କଥା ଦେଇଥାଆନ୍ତି। ଏହି ପର୍ବକୁ ବଲିଉଡ୍‌ରେ ମଧ୍ୟ ଖୁବ୍‌ ଧୁମଧାମରେ ପାଳନ କରାଯାଇଥାଏ। ତେବେ ବଲିଉଡ୍‌ରେ ଏମିତି କେତେଜଣ ଭଉଣୀ ଭାଇ ଅଛନ୍ତି ଯେଉଁମାନେ ସାବତ। ହେଲେ ଏମାନଙ୍କ ମଧ୍ୟରୁ ଅନେକଙ୍କ ସମ୍ପର୍କ ଖୁବ୍‌ ନିବିଡ।

ସାରା ଅଲ୍ଲି ଖାଁ ହେଉଛନ୍ତି ଶୈଫ ଅଲ୍ଲି ଖାଁଙ୍କ ପ୍ରଥମ ସ୍ତ୍ରୀ ଅମ୍ରିତା ସିଂଙ୍କ ଝିଅ। ଆଉ ତୈମୁର ହେଉଛନ୍ତି ଶୈଫଙ୍କ ଦ୍ୱିତୀୟ ସ୍ତ୍ରୀ କରିନା କପୁରଙ୍କ ପୁଅ। ହେଲେ ଏହି ସାବତ ଭଉଣୀ-ଭାଇଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ। କାରଣ ଗତବର୍ଷ ସାରା ଓ ତୈମୁରଙ୍କ ରାଖୀ ବାନ୍ଧିବାର ଫଟୋ ଯେତିକି ସୁନ୍ଦର ହୋଇଥିଲା ତାହା ସେହି ପରିମାଣରେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

ଅର୍ଜୁନ କପୁର ହେଉଛି ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନାଙ୍କ ପୁଅ। ହେଲେ ଜାହ୍ନବୀ ଓ ଖୁସି ହେଉଛନ୍ତି ବୋନିଙ୍କ ଦ୍ୱିତୀୟ ସ୍ତ୍ରୀ ତଥା ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କ ଝିଅ। ପୂର୍ବରୁ ଏମାନଙ୍କର ସମ୍ପର୍କ ଏତେଟା ଭଲ ନ ଥିବା ବେଳେ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ, ଖୁସି ଓ ଜାହ୍ନବୀଙ୍କର ଖୁବ୍‌ ଯତ୍ନ ନେଉଛନ୍ତି।

ସେମିତି ସନ୍ନି ଦେଓଲ ଓ ବବି ଦେଓଲ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌରଙ୍କ ସନ୍ତାନ ହୋଇଥିବା ବେଳେ ଇସା ଓ ଆହାନା ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ ହେମା ମାଳିନିଙ୍କ ଝିଅ। ଏମାନେ ସାବତ ମା’ଙ୍କ ଝିଅ ହୋଇଥିଲେ ମଧ୍ୟ ସନ୍ନି ଓ ବବି ଏମାନଙ୍କୁ ନିଜ ଭଉଣୀ ଭଳି ସ୍ନେହ ଦିଅନ୍ତି ବୋଲି କୁହାଯାଏ।

ସେମିତି ବଲିଉଡ୍‌ ନାୟକ ରାଜ ବବ୍ବରଙ୍କ ପ୍ରଥମ ସ୍ତ୍ରୀ ନଦିରାଙ୍କ ସନ୍ତାନ ହେଉଛନ୍ତି ଜୁହି ଓ ଆର୍ଯ୍ୟନ ହେଲେ ରାଜ ବବ୍ବରଙ୍କ ଦ୍ୱିତୀୟ ସ୍ତ୍ରୀ ସ୍ବିତା ପାଟିଲଙ୍କ ସନ୍ତାନ ହେଉଛନ୍ତି ପ୍ରତିକ ବାବ୍ବର। ଯଦିଓ ଏହି ସାବତ ସନ୍ତାନମାନଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଳ ନ ଥିଲା ଏବେ କିନ୍ତୁ ଏମାନଙ୍କ ସମ୍ପର୍କ ଭଲ ଥିବା କୁହାଯାଉଛି।

ତ୍ରିଶାଳା ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ରୁଚା ଶର୍ମାଙ୍କ ସନ୍ତାନ ହୋଇଥିବା ବେଳେ ସଞ୍ଜୟଙ୍କ ଦ୍ୱିତୀୟ ସ୍ତ୍ରୀ ମାନ୍ୟତାଙ୍କର ସନ୍ତାନ ହେଉଛନ୍ତି ସାହାରାନ ଓ ଇକରା। ହେଲେ ଏମାନଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଲ ନୁହେଁ ବୋଲି ଶୁଣିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri