ବଲାଙ୍ଗୀରରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ସ୍ଥାପନ ଯୋଜନା

ବଲାଙ୍ଗୀର ଅଫିସ, ୧୩ା୧୧ – ବଲାଙ୍ଗୀର ଜିଲା ତୁଷରା ତହସିଲ ଅନ୍ତର୍ଗତ ପେଣ୍ଡିମୁଣ୍ଡା ନିକଟ ତେଲନଦୀ କୂଳରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିର୍ମାଣ କରାଯିବାର ଯୋଜନା କରାଯାଇଛି ା ବଲାଙ୍ଗୀର ଜିଲାର ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ ନେତୃତ୍ୱରେ ଓଡିଶାର ବିଭିନ୍ନ ଜିଲାର ୧୦ଜଣ ବାଲୁକା ଶିଳ୍ପୀ ଏହି ପ୍ରକଳ୍ପରେ ସାମିଲ ହେବେ ା ଏହି ପ୍ରକଳ୍ପ ସମ୍ପର୍କରେ ବାଲୁକା ଶିଳ୍ପୀ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍‌, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଏମପି ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କୁ ଲିଖିତ ଅବଗତ କରିବା ପରେ ଏହି ଯୋଜନା ସମ୍ପର୍କରେ ଜଣାପଡିଛି ା ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିଜ ଜିଲାରେ ନିର୍ମାଣ କରି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ ଯୋଜନା କରିଥିବା ଶିଳ୍ପୀ ସାହୁ କହିଛନ୍ତି ା ଏହି ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍‌ଙ୍କୁ ଦିଲ୍ଲୀରେ ଭେଟି ସାହୁ ଆଲୋଚନା କରିଥିବା ଜଣାଇଛନ୍ତି ା ଇଣ୍ଡିଆନ୍‌ ହେରିଟେଜ୍‌ ନାମକ ଏହି ବାଲୁକା କଳାର ଉଚ୍ଚତା ୬୫ ଫୁଟ୍‌ରୁ ଅଧିକ ଉଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି ା ୨୦୧୯ ମସିହାରେ ଜର୍ମାନୀରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିର୍ମାଣ କରାଯାଇଛି ା ଏହାର ଉଚ୍ଚତା ୫୮ ଫୁଟ୍‌ ରହିଥିବାବେଳେ ଏହା ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି ା ଏହାପୂର୍ବରୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୦୧୭ ମସିହାରେ ପୁରୀ ବେଳାଭୂମିରେ ୪୮ଫୁଟ୍‌ ଉଚ୍ଚର ବାଲୁକା କଳା ତିଆରି ରେକର୍ଡ କରିଥିଲେ ା ଉକ୍ତ ରେକର୍ଡକୁ ଜର୍ମାନୀର ବାଲୁକା ଶିଳ୍ପୀମାନେ ଭଙ୍ଗ କରିଛନ୍ତି ା ଏବେ ଓମ୍‌ପ୍ରକାଶ ସାହୁ ଉକ୍ତ ରେକର୍ଡକୁ ଭଙ୍ଗ କରି ୬୫ ଫୁଟ୍‌ ଉଚ୍ଚ ବାଲୁକା କଳା ଇଣ୍ଡିଆନ୍‌ ହେରିଟେଜ ଯୋଜନା କରିଛନ୍ତି ା ଉକ୍ତ ବାଳୁକା କଳା ପାଇଁ ୨୨ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି ା ଇଣ୍ଡିଆନ୍‌ ହେରିଟେଜ୍‌ ନାମକ ଉକ୍ତ ବାଲୁକା କଳାରେ ପ୍ରାଚୀନ ଭାରତୀୟ ଐତିହ୍ୟ ଷ୍ଟାଚ୍ୟୁ ଅଫ୍‌ ୟୁନିଟି, କୁତ୍‌ବ ମୀନାର, ତାଜମହଲ, କୋଣାର୍କ ମନ୍ଦିର, ପୁରୀ ଶ୍ରୀମନ୍ଦିର, ଧଉଳି ଶାନ୍ତିସ୍ତୁପ, ଲାଲକିଲ୍ଲା, ପଶ୍ଚିମ ଓଡିଶାର ସାଂସ୍କୃତିକ ବିଭବ, ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିକୃତି ସ୍ଥାନ ପାଇବ ବୋଲି ସେ ସୂଚନା ଦେଇଛନ୍ତି ା ଆସନ୍ତା ଡିସେମ୍ବର ୨୦ରୁ ପେଣ୍ଡିମୁଣ୍ଡାଠାରେ ଏହି ପ୍ରକଳ୍ପ ଆରମ୍ଭ କରିବା ଯୋଜନା ରଖିଛନ୍ତି ା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଏକ ମାସ ସମୟ ଲାଗିବ ଓ ଏହା ଜାନୁୟାରୀ ୨୦୨୦ ମସିହାରେ ପ୍ରଦର୍ଶିତ ହେବ ବୋଲି ସାହୁ ସୂଚନା ଦେଇଛନ୍ତି ା ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ପ୍ରକଳ୍ପ ନିର୍ମାଣା ଯୋଜନା କରିଥିତ୍ବା ଶିଳ୍ପୀ ସାହୁ ଏହି ପ୍ରକଳ୍ପ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିନି କୋଟିଏରୁ ଅଧିକ ଟଙ୍କା, ଜିଲାପାଳଙ୍କ ଅଫିସ ଘେରାଉ କରି…

ନୂଆପଡ଼ା,୨୦ା୮(ମକାରୁ ବେମାଲ): ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ଧାନକିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ। ସାବଲମ୍ବୀ ହେବା ପାଇଁ ଏସ୍‌ଏଚ୍‌ଜିଙ୍କ ପାଇଁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri