ବର୍ଷାଦିନେ ଷ୍ଟ୍ରିଟ୍‌ଫୁଡ୍‌

ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ ବର୍ଷାଦିନିଆ ସନ୍ଧ୍ୟା ଆଉ ସକାଳର ମଜା ଆହୁରି ଜମିଯାଏ। ହେଲେ ଏହାପରେ ବି ମନ ଖୋଜେ ବାହାରର କିଛି ଚଟ୍‌ପଟା ଖାଦ୍ୟ। ବର୍ଷାଦିନେ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାକୁ ଡାକ୍ତର ମନାକଲେ ବି ମନ ମାନେନା। ବର୍ଷାପାଗର ମଜାନେବାକୁ ମନ ଖୋଜେ ଭଳିକି ଭଳି ସୁସ୍ବାଦୁ ଖାଦ୍ୟ। ତେବେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ବର୍ଷାଦିନେ ସବୁଠାରୁ ଅଧିକ ଜରୁରୀ ହୋଇଥିବା ବେଳେ ଚାଟ୍‌, ଗୁପ୍‌ଚୁପ୍‌, ଦହିବରା, ଫ୍ରୁଟ୍‌ ସାଲାଡ୍‌ କିମ୍ବା ରାସ୍ତାକଡ଼ ଫ୍ରୁଟ୍‌ ଜୁସ୍‌ ଭଳି ଖାଦ୍ୟଠାରୁ ଦୂରେଇ ରହିବା ଏହିଦିନେ ସବୁଠାରୁ ଭଲ। ନଚେତ୍‌ ଫୁଡ୍‌ ପଏଜନିଂ, ଝାଡ଼ାବାନ୍ତି ଭଳି ରୋଗରେ ପଡ଼ିବା ଆଶଙ୍କା ରହିଥାଏ। ହେଲେ ଷ୍ଟ୍ରିଟ୍‌ଫୁଡ୍‌କୁ ଭଲପାଉଥିବା ଲୋକଙ୍କ ପାଇଁ କିନ୍ତୁ ବର୍ଷାଦିନେ ରହିଛି କିଛି ଭିନ୍ନ ଅପ୍‌ସନ୍‌, ଯାହାକି କେବଳ ସୁସ୍ବାଦୁ ନୁହେଁ, ସ୍ବାସ୍ଥ୍ୟକର ମଧ୍ୟ। ବର୍ଷାଦିନେ ରାସ୍ତାକଡ଼ରେ ମିଳୁଥିବା ସେଭଳି କିଛି ଖାଦ୍ୟ ମଧ୍ୟରେ ରହିଛି ମକା ପୋଡ଼ା, ଗ୍ରୀଲ୍‌ଡ କିମ୍ବା ତନ୍ଦୁରି ଖାଦ୍ୟ, ମୋମୋ କିମ୍ବା ଗରମ ଗରମ ଭେଜ୍‌ ଓ ନନ୍‌ଭେଜ୍‌ ସୁପ୍‌ ଇତ୍ୟାଦି।

ମକାପୋଡ଼ା/ମକାସିଝା
ବର୍ଷାରେ ରାସ୍ତାରେ ଯାଉଥିବା ବେଳେ ରାସ୍ତାକଡ଼ରେ ବିକ୍ରି ହେଉଥିବା ପୋଡ଼ା ମକାର ବାସ୍ନା ଆମକୁ ଅଟକାଇ ଦିଏ। ଲୁଣ, ଲଙ୍କାଗୁଣ୍ଡ ସହ ଲେମ୍ବୁ ଲଗାଯାଇଥିବା ଗରମ ଗରମ ମକା ପୋଡ଼ାର ମଜା ସବୁବେଳେ ନିଆରା। ବର୍ଷାଦିନେ କୋଣ ଅନୁକୋଣରେ ମକା ବିକାଳିମାନଙ୍କୁ ଦେଖିବାକୁ ମିଳୁଥିବାବେଳେ ମକାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ସ ଓ ହାଇ ଫାଇବର୍‌ ଆମକୁ ବର୍ଷାରେ ଫିଟ୍‌ ରଖିବାରେ ସାହାଯ୍ୟକରେ। ଏହାସହ ଅତ୍ୟଧିକ ତାପମାତ୍ରାରେ ଏହାକୁୁ ସିଝା ଏବଂ ପୋଡ଼ାଯାଉଥିବାରୁ ଏଥିରେ ବ୍ୟାକ୍ଟେରିଆଲ ଇମ୍ଫେକ୍ସନ ହେବାର ଆଶଙ୍କାମଧ୍ୟ ନ ଥାଏ। ତେଣୁ ସାଙ୍ଗମାନଙ୍କ ସହ ଏକାଠି ରାସ୍ତାକଡ଼ରେ ଛିଡା ହୋଇ ଗରମ ଗରମ ଚା’ ସହ ମକା ଖାଇବାର ମଜା ଏ ବର୍ଷାରେ ନିଶ୍ଚୟ ଉଠାନ୍ତୁ।

ଗରମ ପକୁଡ଼ିକୁ ମସଲା ଚା’
ପକୁଡ଼ି ଓ ଚା’ ମୌସୁମୀର ସବୁଠାରୁ ଫେଭରାଇଟ୍‌ ଫୁଡ୍‌ କହିଲେ ଅତ୍ୟୁକ୍ତି ହେବନାହିଁ। ଘରେ ହେଉ କି ବାହାରେ ଚା’ ସହ ପକୁଡ଼ି ଖାଇବାକୁ ସମସ୍ତେ ଭଲପାଆନ୍ତି। ତେବେ ବର୍ଷାରେ ପାଗକୁ ମାତ୍‌ ଦେବାକୁ ପକୁଡ଼ି ସହ ଟିକେ ମସଲା ଚା’ ହୋଇଗଲେ ଖଟି ଆହୁରି ଜମେ। ଗୁଜୁରାତି, ଲବଙ୍ଗ, ଡାଳଚିନି, ପାନମଧୁରୀ, ଗୋଲମରିଚ, ଜାଇଫଳ ଓ ଅଦା ପଡ଼ିଥିବା ମସଲା ଚା’ ବର୍ଷାରେ ଯେତିକି ଆରାମଦାୟକ ସେତିକି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ। ଏଥିରେ ଥିବା ମସଲା ଥଣ୍ଡାରୁ ଦୂରେଇ ରଖିବା ସହ ଇମ୍ୟୁନିଟି ବା ରୋଗ ନିରାକରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହାସହ ତନ୍ଦୁରୀ ଚା’ ମଧ୍ୟ ଆଜିକାଲି ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଲାଣି। ଭୁବନେଶ୍ୱରରେ ୟୁନିଟ୍‌-୩ କେଶରୀ ହଲ୍‌ ନିକଟ ଏବଂ ଶହୀଦନଗର ଦୁର୍ଗାମଣ୍ଡପ ଅଞ୍ଚଳ ମସଲା ଚା’ ପାଇଁ ପ୍ରସିଦ୍ଧ ହୋଇଥିବାବେଳେ କିଟ୍‌ ରୋଡ୍‌ ଏବଂ ବମିଖାଲ କେନାଲ ରୋଡରେ ଥିବା ତନ୍ଦୁରି ଚା’ ବେଶ୍‌ ଲୋକପ୍ରିୟ।
ଗ୍ରୀଲ୍‌ଡ/ତନ୍ଦୁରି ଖାଦ୍ୟ
ବର୍ଷାଦିନେ ଗ୍ରୀଲ୍‌ଡ ଓ ତନ୍ଦୁରି ଖାଦ୍ୟ ଖାଇବାର ମଜା ନିଆରା। ବର୍ଷାରେ ଅଧିକ ଡିଫ୍‌ ଫ୍ରାଇଡ୍‌ ଫୁଡ୍‌ ଏସିଡିଟି ଓ ବଦହଜମୀ ଭଳି ସମସ୍ୟା ସୃଷ୍ଟି କରୁଥିବା ବେଳେ ଏହିଦିନେ ଗ୍ରୀଲ୍‌ଡ ଓ ତନ୍ଦୁରୀ ଖାଦ୍ୟ ଏକ ଭଲ ଅପ୍‌ସନ୍‌। ଏଥିରେ କମ୍‌ ତେଲ ଓ ବଟର୍‌ ବ୍ୟବହାର ହେଉଥିବାରୁ ଏହା ସହଜରେ ହଜମ ହେବାସହ ଏଥିରେ ସଂକ୍ରମଣର ଆଶଙ୍କା ରହି ନ ଥାଏ। ହେଲେ ତନ୍ଦୁରି ହେଉ ଗ୍ରୀଲ୍‌ଡ ସର୍ବଦା ଗରମ ଗରମ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏହାବ୍ୟତୀତ କମ୍‌ ମସଲା ଓ କମ୍‌ ଲୁଣ ବ୍ୟବହୃତ ଖାଦ୍ୟ ଖାଆନ୍ତୁ। ଭୁବନେଶ୍ୱରର ରାମମନ୍ଦିର ନିକଟରେ ଥିବା ଖାଓଗଳି ତନ୍ଦୁରି ଓ ଗ୍ରୀଲ୍‌ଡ ଖାଦ୍ୟ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ କିଟ୍‌ ରୋଡ୍‌ରେ ମଧ୍ୟ ଏହା ବହୁଳଭାବେ ଉପଲବ୍ଧ।


ମୋମୋ/ସୁପ୍‌
ଷ୍ଟିମର୍‌ରୁ ବାହାରିଥିବା ଗରମ ଗରମ ମୋମୋ ଓ ତା’ ସହ ଚଟପଟା ଚଟଣି, ପ୍ରାୟତଃ ସମେସ୍ତ ଏହାକୁ ଭଲପାଆନ୍ତି। ଏହାସହ ବର୍ଷାରେ ଫୁଡ୍‌ଷ୍ଟଲରେ ମିଳୁଥିବା ଚିକେନ୍‌, ମଟନ୍‌ ସୁପ୍‌ ଓ ଭଳିକି ଭଳି ଭେଜ୍‌ ସୁପ୍‌ ପିଇବା ବର୍ଷାରେ ହିତକର। ଏହା ଥଣ୍ଡା ଓ ସଂକ୍ରମଣରୁ ମୁକ୍ତ ରଖିବା ସହ ଶରୀରକୁ ଗରମ ରଖିବାରେ ସାହାଯ୍ୟକରେ। ଆଜିକାଲି ତନ୍ଦୁରି ମୋମୋ ଭୁବନେଶ୍ୱରରେ ଏକ ଲୋକପ୍ରିୟ ଷ୍ଟ୍ରିିଟ୍‌ଫୁଡ୍‌ ହୋଇଛି।
-ରିପୋର୍ଟ: ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri