ବର୍ଷକରେ ୬ ଲକ୍ଷ ଟଙ୍କାର ଇଡ୍‌ଲି ଅର୍ଡର

ନୂଆଦିଲ୍ଲୀ, ୩୧ା୩:ଫୁଡ୍‌ ଡେଲିଭରି ଆପ୍‌ ଜରିଆରେ ବ୍ୟକ୍ତି ଯେ କୌଣସି ସ୍ଥାନରେ ରହି ମଧ୍ୟ ନିଜ ମନପସନ୍ଦର ଖାଦ୍ୟ ମଗାଇ ଖାଇପାରୁଛନ୍ତି। ଏହାଫଳରେ ଆଞ୍ଚଳିକ ଖାଦ୍ୟର ଚାହିଦା ମଧ୍ୟ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଦକ୍ଷିଣ ଭାରତରେ ପ୍ରମୁଖ୍ୟ ଖାଦ୍ୟ ପାଲଟିଥିବା ଇଡ୍‌ଲି କେବଳ ହାଇଦ୍ରାବାଦ୍‌, ଚେନ୍ନାଇ କିମ୍ବା ବେଙ୍ଗାଲୁରୁରେ ସୀମିତ ନାହିଁ। ଏହାର ଲୋକପ୍ରିୟତା ଏବେ ସାରା ଦେଶରେ ବଢ଼ିଛି। ଫୁଡ୍‌ ଡେଲିଭରି ଆପ୍‌ ସ୍ବିଗିର ଏକ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଗତବର୍ଷ ୬ ଲକ୍ଷ ଟଙ୍କାର ଇଡ୍‌ଲି ଅର୍ଡର କରିଛନ୍ତି।
ହାଇଦ୍ରାବାଦ୍‌ର ଏହି ବ୍ୟକ୍ତି ଜଣକ ପାଖାପାଖି ୮,୪୨୮ ପ୍ଲେଟ୍‌ ଅର୍ଡର କରିଥିବା ରିପୋର୍ଟରେ ଦର୍ଶାଯାଇଛି। ବ୍ୟକ୍ତ ଜଣକ କେବଳ ନିଜ ପାଇଁ ନୁହେଁ ବରଂ ପରିବାର ଓ ବନ୍ଧୁଙ୍କ ପାଇଁ ସ୍ବିଗିରୁ ଇଡ୍‌ଲି ଅର୍ଡର କରିଛନ୍ତି। ମାର୍ଚ୍ଚ ୩୦ ବିଶ୍ୱ ଇଡ୍‌ଲି ଦିବସ ଅବସରରେ ସ୍ବିଗି ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ୧୨ ମାସରେ ଏହି ଆପ୍‌ ଜରିଆରେ ମୋଟ ୩୩ ନିୟୁତ ପ୍ଲେଟ୍‌ ଇଡ୍‌ଲି ଡେଲିଭରି କରାଯାଇଛି। ୨୦୨୨ ମାର୍ଚ୍ଚ ୩୦ରୁ ୨୦୨୩ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଇଡ୍‌ଲି ଅର୍ଡରକୁ ନେଇ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି। ଦିଲ୍ଲୀ, କୋଲକାତା, କୋଚି, ମୁମ୍ବାଇ, ପୁଣେ ଏବଂ ବିଶାଖାପାଟଣା ଭଳି ସହରରେ ଇଡ୍‌ଲିର ଚାହିଦା ବଢ଼ିଛି। ଅନ୍ୟପକ୍ଷେ ହାଇଦ୍ରାବାଦ୍‌, ବେଙ୍ଗାଲୁରୁ କୋଏମ୍ବୋଟୁର ଏବଂ ମୁମ୍ବାଇରୁ ଅଧିକାଂଶ ଅର୍ଡର ସକାଳ ୮ରୁ ୧୦ଟା ମଧ୍ୟରେ ଏବଂ ରାତ୍ରିଭୋଜନ ସମୟରେ ଆସୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବହୁ ପ୍ରକାରର ଇଡ୍‌ଲି ରେଷ୍ଟୁରାଣ୍ଟ ଓ ହୋଟେଲ୍‌ଗୁଡ଼ିକରେ ଉପଲବ୍ଧ ଥିବାବେଳେ ସାଦା ଇଡ୍‌ଲି ଲୋକ ଅଧିକ ପସନ୍ଦ କରୁଛନ୍ତି। ରିପୋର୍ଟ ଅନୁସାରେ ମସଲା ଦୋସା ପରେ ଇଡ୍‌ଲି ଦ୍ୱିତୀୟ ସର୍ବାଧିକ ଅର୍ଡର କରାଯାଉଥିବା ବ୍ୟଞ୍ଜନ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?