Odisha Elections 2024

ଗ୍ରାମାଞ୍ଚଳରେ ବଢୁଛି ମଦଦୋକାନ

ଯାଜପୁର ଅଫିସ,୩୧ା୩: ଜାତୀୟ ରାଜପଥ କଡ଼ରେ ଥିବା ଠିପି ବନ୍ଦ ଓ ଠିପି ଖୋଲା ଦେଶୀ ବିଦେଶୀ ମଦଦୋକାନ ସ୍ଥାନାନ୍ତର ହେବା ଦିନଠାରୁ ଗ୍ରାମାଞ୍ଚଳ ପରିବେଶ ଏବଂ ସାମାଜିକ ଚଳଣିରେ ବାଧା ସୃଷ୍ଟି ହୋଇଛି। ଜିଲାସାରା ଏହାକୁ ଲୋକେ ବିରୋଧ କରିବା ସହ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏହାକୁ ରୋକା ନ ଯାଇ ବରଂ ମଦ ଦୋକାନ ସଂଖ୍ୟା ବୃଦ୍ଧି ଘଟାଯାଇଛି। ଗତ ୫ ବର୍ଷ ମଧ୍ୟରେ ଜିଲାରେ ୧୮ ମଦ ଦୋକାନ ବଢ଼ିଛି। ଏହାସହ ଜିଲାର ପ୍ରାୟ ୭୫ ମଦ ଦୋକାନକୁ ସ୍ଥାନ ପରିବର୍ତ୍ତନ ପ୍ରକ୍ରିୟାରେ ଗ୍ରାମାଞ୍ଚଳମୁଖୀ କରାଯାଇଛି।
ସୂଚନାଯୋଗ୍ୟ, ୨୮ା୭ା୨୦୧୬ରେ ଅବକାରୀ ବିଭାଗର ତତ୍କାଳୀନ ଅତିରିକ୍ତ ସଚିବ ପି.କେ.ପଣ୍ଡା ରାତି ୮ଟା ପରେ ସମସ୍ତ ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେହି ନିର୍ଦ୍ଦେଶ କିଛି ଦିନ ପରେ ଉଠି ଯାଇଥିଲା। ବର୍ତ୍ତମାନ ରାତି ୧୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜପଥ କଡ଼ରୁ ୫୦୦ ମିଟରରୁ ଊର୍ଦ୍ଧ୍ୱ ଦୂରରେ ମଦ ଦୋକାନ ଗଢ଼ିଉଠିଛି। ଏହିକ୍ରମରେ ଅଧିକାଂଶ ମଦ ଦୋକାନ ଗ୍ରାମାଞ୍ଚଳରେ ରହିଛି। ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ, ବ୍ୟାଙ୍କ, ମନ୍ଦିର, ପୋଖରୀ ପ୍ରଭୃତି ସ୍ଥାନ ନିକଟରେ ମଦ ଦୋକାନଗୁଡ଼ିକ ରହିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ୪୨ ଠିପି ବନ୍ଦ, ୫୬ ଠିପି ଖୋଲା ଏବଂ ୧୬ ଆସ୍କାଫର୍ଟି ଦେଶୀମଦ ଦୋକାନ ରହିଛି। ଠିପି ଖୋଲା ମଦ ଦୋକାନ ପାଖରେ ବିଶେଷକରି ବିଶୃଙ୍ଖଳା ଦେଖାଦେଉଛି। ଏଠାରେ ଯାଜପୁର ବ୍ଲକ କୁସୁନପୁର ଗ୍ରାମ ନିକଟରେ ଥିବା ଠିପି ଖୋଲା ମଦ ଦୋକାନକୁ ଉଦାହରଣ ଭାବେ ନିଆଯାଇପାରେ। ସେହି ବାଟଦେଇ ଛାତ୍ରୀଛାତ୍ର, ମହିଳାମାନେ ଯିବା ଆସିବା କରୁଥିବାବେଳେ ବିଭିନ୍ନ ଅଶ୍ଳୀଳ ଇଙ୍ଗିତର ଶିକାର ହୋଇଥାନ୍ତି। ଏହି ମଦ ଦୋକାନର ବାର୍ଷିକ ରିନ୍ୟୁ ହୋଇଛି କି ନାହିଁ ତାହା ମଧ୍ୟ ଗ୍ରାମବାସୀ ସନ୍ଦେହରେ ରହିଛନ୍ତି। ଏହି ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ପୂର୍ବରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ପୂର୍ବରୁ ଜାତୀୟ ରାଜପଥ କଡ଼ରେ ଥିବା ମଦ ଦୋକାନଗୁଡ଼ିକ ଦୁର୍ଘଟଣାର କାରଣ ବୋଲି ଦର୍ଶାଇ ସ୍ଥାନାନ୍ତର ହୋଇଥିଲେ ହେଁ ଏବେ ତାହା ଗ୍ରାମବାସୀଙ୍କ ପାଇଁ କାଳ ହୋଇଛି। ଅନ୍ୟଏକ ଉଦାହରଣ ଭାବେ ମହାକୁର ନିକଟରେ ଥିବା ଏକ ଠିପି ବନ୍ଦ ମଦ ଦୋକାନକୁ ନିଆଯାଇପାରେ। ଏହି ମଦ ଦୋକାନଠାରୁ ମାତ୍ର ୧୦୦ ମିଟର ଦୂରରେ ସରକାରୀ ଆଇଟିଆଇ କଲେଜ ରହିଛି। ଏହି କଲେଜର ହଷ୍ଟେଲରେ ବିଭିନ୍ନ ଅଞ୍ଚଳର ଶତାଧିକ ଛାତ୍ରୀଛାତ୍ର ରୁହନ୍ତି। ସେମାନେ ନିଜର ନିତ୍ୟ ସାମଗ୍ରୀ କିଣିବାକୁ ହଷ୍ଟେଲ ପରିସରରୁ ବାହାରିଲେ ମଦୁଆମାନଙ୍କ ବିଭିନ୍ନ ଅଶ୍ଳୀଳ ଇଙ୍ଗିତର ଶିକାର ହେଉଛନ୍ତି। ଏହାବାଦ୍‌ ଉକ୍ତ ରାସ୍ତା ଦେଇ ହାଇସ୍କୁଲକୁ ଛାତ୍ରୀଛାତ୍ର ଯିବା ଆସିବା କରିଥାନ୍ତି। ସେମାନେ ମଧ୍ୟ ମଦୁଆଙ୍କ ମାନସିକ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଯାଜପୁର ସହରର ବସଷ୍ଟାଣ୍ଡ, ନାରାୟଣୀ ଛକ, ଯୋଡିପୁଅ ଛକ, ସାନବଜାର ନିକଟରେ ବିଦେଶୀ ମଦ ଦୋକାନ ରହିଛି। ଏହାବାଦ ବ୍ୟାସନଗରର ଦଳା ଛକ, ବାଇପାସ୍‌ ରାସ୍ତା, ରେଳଷ୍ଟେସନ ନିକଟ, ସରସ୍ବତୀ ସିନେମା ହଲ ନିକଟ ଆଦି ସ୍ଥାନରେ ବାର ଏବଂ ମଦ ଦୋକାନ ରହିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବରୁଆଁ ଉପରବରୁଆଁ ସରପଞ୍ଚ ପ୍ରତିନିଧି ଶେଖ ଗୁଲାମ ଅଲି ଓ ପୂର୍ବତନ ସରପଞ୍ଚ ଗଦାଧର ଦାସ କୁହନ୍ତି, ଗ୍ରାମ ନିକଟରେ ମଦ ଦୋକାନ ରହିଥିବାରୁ ଗରିବ ଲୋକେ ବହୁମାତ୍ରାରେ ଶୋଷିତ ହେଉଛନ୍ତି। ପରିବାର ଓ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ସାଧାରଣ କଥା ହେଉଛି। ମଦ ପିଇ ଗାଡ଼ି ଚାଳନା ଯୋଗୁ ପ୍ରମୁଖ ଛକଗୁଡ଼ିକରେ ଦୁର୍ଘଟଣା ଘଟୁଛି। ତେଣୁ ଗ୍ରାମଠାରୁ ବହୁ ଦୂରରେ ମଦ ଦୋକାନଗୁଡ଼ିକ ଖୋଲିବାକୁ ସେମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଅବକାରୀ ଅଧୀକ୍ଷକ ଅମର ଜେନାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନକୁ ଗୁରୁବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri