ଗୁପ୍ତ ଟେଣ୍ଡରରେ ଲକ୍ଷାଧିକ ଟଙ୍କା ଲୁଟ୍‌

ଚଣ୍ଡିଖୋଲ,୩୧ା୩(ଡି.ଏନ.ଏ.): ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟରେ ଅନିୟମିତତାର ସୀମା ଟପି ଗଲାଣି। ଏଭଳି ସ୍ଥିତି ବଡଚଣା ସବ୍‌ଡିଭିଜନରେ ଚର୍ଚ୍ଚାର ବିଷୟ ହୋଇଛି। ଚାରାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ରହିଛି ବଡ଼ଚଣା ସବ୍‌ଡିଭିଜନ। ଏହା ଅଧୀନରେ ୮ କୋଟି ୬୯ ଲକ୍ଷ ୨୯ ହଜାର ୩୩୨ ଟଙ୍କା ବ୍ୟୟରେ ବଡ଼ଚଣା – ଦର୍ପଣ ରାସ୍ତାର ପ୍ରଶସ୍ତୀକରଣ କାମ ଚାଲିଛି। ପୂର୍ବରୁ ଏହି ରାସ୍ତା ୫.୫ ମିଟର ଚଉଡା ଥିବା ବେଳେ ଏହାକୁ ୭ ମିଟର କରାଯିବା ନେଇ ସ୍ଥିର କରାଯାଇଛି। ୨୦୨୧ ନଭେମ୍ବରର ଏହାର ଟେଣ୍ଡର କରାଯାଇ ରାସ୍ତାଟିକୁ ୨ ଭାଗ ରେ ବିଭକ୍ତ କରାଯାଇ ଟେଣ୍ଡର କରଯାଇଛି। ବିଭାଗୀୟ ଆକଳନ ଅନୁସାରେ ବଡ଼ଚଣା ଛକ ଜାତୀୟ ରାଜପଥ ୧୬ ନଂ. ର o କି.ମି.ରୁ ୬ କି.ମି.୪୦୦ ମିଟର ପର୍ଯ୍ୟନ୍ତ ଓ ଏହାପରେ ୭.୭୨୦ କି.ମି.ଠାରୁ ୧୨ କି.ମି.ପର୍ଯ୍ୟନ୍ତ ରାସ୍ତା ର ଟେଣ୍ଡର ହୋଇଛି। ଠିକାଦାର ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା କରୁଥିବା ଓ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଗତ ଫେବୃୟାରୀ ମାସରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ଡାକି ତାଗିଦା କରିଥିଲେ। ସୋମବାର ଠିକାଦାର କାର୍ଯ୍ୟ କରୁଥିବା ସମୟରେ ୧୬ ନଂ. ଜିଲା ପରିଷଦ ସଭ୍ୟ ଯଚିନ୍ଦ୍ର ନାୟକ ନିମ୍ନମାନର କାମ ହେଉଥିବା ନେଇ କାମ ବନ୍ଦ କରିଥିଲେ। ଧିରେ ଧିରେ ଏହି ବିଭାଗର ଗୁମର ଖୋଲୁଛି।
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ,ଏପଟେ ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟ ଚାଲିଥିବା ବେଳେ ସେପଟେ ଗୁପ୍ତ ଟେଣ୍ଡର ଜରିଆରେ ବ୍ୟାପକ ଲୁଟ ହୋଇଛି। ଏହି ରାସ୍ତାରେ ଗତ ୧୫ ଫେବୃୟାରୀ ୨୦୨୧ରେ ୪ଲକ୍ଷ ୧୯ ହଜାର ୯୨ ଟଙ୍କା, ୪ଲକ୍ଷ ୬୪ ହଜାର ୭୬୩ ଟଙ୍କା , ସେହି ମାସ ୨୪ରେ ୪ଲକ୍ଷ ୩୧ ହଜାର ୭୪୬ ଟଙ୍କା,୨୦୨୧ ମସିହା ମାର୍ଚ୍ଚ ୧୨ରେ ୪ଲକ୍ଷ ୬୪ ହଜାର ୬୩ ଟଙ୍କା, ମାର୍ଚ୍ଚ ୧୮ ରେ ୩ଲକ୍ଷ ୨୮ ହଜାର ୨୯୦ ଟଙ୍କା, ୪ଲକ୍ଷ ୬୬ ହଜାର ୩୫ ଟଙ୍କା, ସେହିଭଳି ୨୦୨୧ ମସିହା ଜୁଲାଇ ୯ରେ ୪ ଲକ୍ଷ ୫୫ ହଜାର,୧୫ରେ ୩ ଲକ୍ଷ ୧ ହଜାର ୬୦୦ଟଙ୍କା, ୩ ଲକ୍ଷ ୨୩ ହଜାର ୧୦୦ ଟଙ୍କା, ପୁଣି ସେହି ବର୍ଷ ର ସେପ୍ଟେମ୍ବର ୨ରେ ୪ ଲକ୍ଷ ୮୬ ହଜାର ୩୩୨ ଟଙ୍କା,୧ ଲକ୍ଷ ୧୧ ହଜାର ୮୧ ଟଙ୍କା ,ସେହି ମାସ ୮ରେ ୨ଲକ୍ଷ ୪୧ ହଜାର ୫୦୨ ଟଙ୍କା,୨୭ ତାରିଖ ରେ ୪ ଲକ୍ଷ ୮୪ ହଜାର ୩୦୧ ଟଙ୍କା ଓ ୪ ଲକ୍ଷ ୮୯ ହଜାର ୧୮୨ ଟଙ୍କାର ଗୁପ୍ତ ଟେଣ୍ଡର କରଯାଇଛି। ଏହି ବର୍ଷ ନଭେମ୍ବରରେ ବଡ ଟେଣ୍ଡର କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ପରେ ୨୦୨୧ନଭେମ୍ବର ୧ରେ ୪ ଲକ୍ଷ ୮୯ ହଜାର ୪୨୭ ଟଙ୍କା,୧ ଲକ୍ଷ ୯୬ ହଜାର ୭୭୩ ଟଙ୍କା, ଗୁପ୍ତ ଟେଣ୍ଡର ହୋଇଥିବା ବେଳେ ୨୦୨୧ ନଭେମ୍ବର ୨୫ରେ ୧୭ ଲକ୍ଷ ୮୫ ହଜାର ୯୪୧ ଟଙ୍କା ର ଟେଣ୍ଡର କରାଯାଇଛି। ସେହି ୨୫ରେ ଆଉ ଏକ ୪ ଲକ୍ଷ ୮୮ ହଜାର ୨୭୨ ଟଙ୍କାର ଗୁପ୍ତ ଟେଣ୍ଡର ହୋଇଥିବା ସୂଚନା ମିଳିଛି।୨୦୨୧ ଡିସେମ୍ବର ୧୦ରେ ୪ ଲକ୍ଷ ୭୩ ହଜାର ୧୬୨ , ୩ ଲକ୍ଷ ୩୨ ହଜାର ୩୯୯ ଟଙ୍କା, ଗୁପ୍ତ ଟେଣ୍ଡର ହୋଇଥିବା ବେଳେ ୨୦୨୨ ଜାନୁୟାରୀ ୯ରେ ୭୭ ହଜାର ୯୬୪ ଟଙ୍କା ବ୍ୟୟ ବରାଦ କରାଯାଇଛି। ପୁନର୍ବାର ୨୦୨୨ଜାନୁଆରୀ ୧୦ରେ ୪ ଲକ୍ଷ ୮୨ ହଜାର ୫୫୧ ଟଙ୍କା , ମାର୍ଚ୍ଚ ୨୧ରେ ୯୪ ହଜାର ୩୨୭ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।
୨୦୨୧ ନଭେମ୍ବରରୁ ଟେଣ୍ଡର ପ୍ରକ୍ରିୟା ପରେ ୧୫ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଯାହାର ଅବଧି ମାର୍ଚ୍ଚରେ ଶେଷ ହେଉଛି। ଟେଣ୍ଡର ପ୍ରକ୍ରିୟା ପରେ ଗୁପ୍ତ ଟେଣ୍ଡର ହୋଇଥିବା ନେଇ ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟର ସନ୍ଦେହ ସୃଷ୍ଟି ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ହେଲେ ବହୁ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣ ରେ ଆଲୋଚନା ଜୋର ଧରିଛି। ଏ ନେଇ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି ଗୁପ୍ତ ଟେଣ୍ଡର କିଛି ନୁହେଁ , ରାସ୍ତା ମରାମତି ପାଇଁ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଛି। ଯଦି ଟେଣ୍ଡର ନେଇଥିବା ଠିକାଦାର କାର୍ଯ୍ୟ ଠିକ୍‌ ନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?