ବର୍ଷକରେ ୬ ବିଡିଓଙ୍କ ବଦଳି: ବ୍ଲକରେ ଉନ୍ନୟନ କାମ ବାଧାପ୍ରାପ୍ତ

ବାହାନଗା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ବିଚିତ୍ର ନୀତି ଦେଖିବାକୁ ମିଳିଛି ା ୨୦୧୮-୨୦୧୯ ବର୍ଷକ ମଧ୍ୟରେ ୬ଜଣ ବିଡିଓ ଆସିଲେଣି। ତେବେ କେହି ସ୍ଥାୟୀ ଭାବେ ରହୁ ନ ଥିବାରୁ ଉନ୍ନୟନ କାମରେ ବାଧା ସୃଷ୍ଟି ହେଉଛି।
୨୦୧୨ ଅଗଷ୍ଟ ୩ ତାରିଖରେ ମୈତ୍ରୀ ଭଟ୍ଟାଚାର୍ଯ୍ୟ ବିଡିଓ ଭାବେ ଯୋଗଦେଇ ଦୀର୍ଘ ୨ବର୍ଷ କାର୍ଯ୍ୟ କରିଥିଲେ। ୨୦୧୪ ଡିସେମ୍ବର ୧୮ତାରିଖରେ ତାଙ୍କର ବଦଳି ହୋଇଥିଲା। ସେ ଯିବା ପରେ ସେହିବର୍ଷ ଡିସେମ୍ବରରେ ଉମାକାନ୍ତ ନାୟକ ବିଡିଓ ଭାବେ ଯୋଗ ଦେଇଥିଲେ। ତେବେ ତାଙ୍କର ବଦଳି ୨୦୧୮ ସେପ୍ଟେମ୍ବର ୪ ତାରିଖରେ ହେବା ପରେ ସେହି ମାସ ୧୮ତାରିଖରେ ବିଡିଓ ଭାବେ ରାମଦାସ ଟୁଡୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତେବେ କାର୍ଯ୍ୟରେ ଯୋଗଦେବାର ୧୭ଦିନ ପରେ ତାଙ୍କର ମଧ୍ୟ ବଦଳି ହୋଇଥିଲା। ୨୦୧୮ ସେପ୍ଟେମ୍ବର ୧୭ ତାରିଖରେ ନିରଞ୍ଜନ ସାହୁ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୪ମାସ ପରେ ଅର୍ଥାତ୍‌ ୨୦୧୯ ଜାନୁୟାରୀ ୩୧ତାରିଖରେ ତାଙ୍କର ବଦଳି ହୋଇଥିଲା। ପୁନର୍ବାର ବିଡ଼ିଓ ଭାବେ ରାମଦାସ ଟୁଡୁ ୩ ମାସ ପାଇଁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ୨୦୧୯ ମାର୍ଚ୍ଚ ୮ ତାରିଖରେ ବିଡ଼ିଓ ଭାବେ ରବିନାରାୟଣ ତ୍ରିପାଠୀ କାର୍ଯ୍ୟରେ ଯୋଗଦେଇଥିଲେ। ସେ ମଧ୍ୟ ଦୀର୍ଘ ୫ମାସ କାର୍ଯ୍ୟ ତୁଲାଇବା ପରେ ସେପ୍ଟେମ୍ବର ୧ ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ତେବେ ତାଙ୍କର ବଦଳି ହେବା ପରେ ବାହାନଗା ତହସିଲଦାର ଦେବଯାନୀ ଭୂୟଁା ବିଡ଼ିଓ ଭାବେ କାର୍ଯ୍ୟ ତୁଲାଉଛନ୍ତି। ମାତ୍ର ଦେବଯାନୀ ଭୂୟଁାଙ୍କର ମଧ୍ୟ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ନୂତନ ବିଡିଓ ଭାବେ ଶିବାଶିଷ ବରାଳଙ୍କୁ ଏଠାକାର ବିଡ଼ିଓ ଭାବେ ଯୋଗଦେବା ପାଇଁ ନିର୍ଦ୍ଦେଶ ହୋଇଛି। ସେ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ନ ଥିବାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବାରମ୍ବାର ବିଡିଓଙ୍କ ବଦଳି ଯୋଗୁ ବ୍ଲକ କର୍ମଚାରୀମାନେ ଠିକ୍‌ ଭାବେ ସହଯୋଗ କରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ଯଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଗୋପବନ୍ଧୁ ଗ୍ରାମୀଣ ସଡ଼କ ଯୋଜନା ଆଦି କାମରେ ଅଗ୍ରଗତି ହୋଇପାରୁନାହିଁ। ସାଧାରଣ ଲୋକ ଓ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲୋକମାନେ ଅଭିଯୋଗ କରିବାକୁ ଆସି ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ତୁରନ୍ତ ଜଣେ ସ୍ଥାୟୀ ବିଡ଼ିଓଙ୍କୁ ନିଯୁକ୍ତି ଦେଲେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରନ୍ତା ବୋଲି ରାଜନୈତିକ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ଏ ବିଷୟରେ ଏବିଡିଓ ମାନସ କୁମାର ଚୌଧୁରୀ କହିଛନ୍ତି ଯେ, ୧ବର୍ଷ ମଧ୍ୟରେ ୬ ଜଣ ବିଡ଼ିଓ ଗଲା ପରେ ଏବେ ଅନ୍ୟ ଜଣେ ବିଡ଼ିଓ ଭାବେ ଏଠାକୁ ଆସିବା ପାଇଁ ଅର୍ଡ଼ର ହୋଇଛି। ତେବେ ଜଣେ ସ୍ଥାୟୀ ବିଡ଼ିଓ ନ ରହିବାରୁ କିଛି ମାତ୍ରାରେ ବିଭିନ୍ନ କାର୍ଯ୍ୟରେ ବାଧା ଦେଖାଦେଉଛି। କେବଳ ବିଡିଓ ନୁହେଁ ା ଜେଇ, ଜିଆର୍‌ଏସ୍‌, ଭିଏଲଡ଼ବ୍ଲ୍ୟୁ ପ୍ରମୁଖ ଯେତିକି ଆବଶ୍ୟକ ତା’ ଠାରୁ କମ୍‌ ଥିବାରୁ କାମରେ ବାଧା ଦେଖାଦେଉଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri