ବରଷା ଉତାରୁ ଜୋରସୋରରେ ଚାଲିଛେ ଧାନ୍‌ରୁଆ

କୋମନା,୧୩ା୮(ଡି.ଏନ୍‌.ଏ.):
ଓଡ଼ିଶା ହେଉଛେ ଗୁଟେ କୃଷି ପରଧାନ ରାଏଜ୍‌। ରାଏଜର ବଡ଼ଭାଗି ଲୋକ୍‌ ଚାଷ୍‌ବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ଚଲତି ବଛର ପାନିପାଗ ବିଭାଗର ବି ଆଗତୁରା ଅନ୍‌ମାନ କରିଥିଲା ଯେ, ଇ ବଛର ବରଷାଟା ସୁଆଭାବିକ ହେବା। ଏହେଦେ ଅଶାଡ ଯାଇ ଶରାବନ ସରବାକେ ବସଲାନ। ହେଲେ ରାଏଜେ ଯେନ୍‌ ହିସାବେ ବରଷା ପାଏନ୍‌ ହେବାର କଥା ନାଇଁ ହେଇ। ଯେନ୍‌ଥିରଲାଗି ଅନେକ ଜାଗାରେ ଚାଷ୍‌କାମ ପଛେଇ ଯାଇଛେ। ହେଲେ ଦିନାକେତ ହେଲା ଲାଗ୍‌ ଲାଗ୍‌ ଲଘୁଚାପ ବରଷା ଲାଗି ଅନେକ ଜାଗାରେ ଚାଷ୍‌କାଯ୍‌ ଅଲ୍‌ପେ ବହୁତ ଆଗେଇଛେ। ସେନ୍‌ତା ନୂଆପଡ଼ା ଜିଲା କୋମନା ବ୍ଲକରେ ଅଲପ ବରଷା ଲାଗି ଚାଷ୍‌ କାମ୍‌ ପଛେଇଥିଲା। ହେଲେ ଜୁନ୍‌ ଶେଷ୍‌ ତକ୍‌ ଚାଷୀ ବରଷା ଆଶ୍‌ରେ ପଲ୍‌ହା ପକେଇଥିଲେ। ଦିନାକେତେ ଭିତରେ ହେଇଥିବାର ଲାଗ୍‌ ଲାଗ୍‌ ଲଘୁଚାପ ବରଷାରେ ଅନେକ ଜାଗାରେ ଖେତେ ପାଏନ୍‌ ଲାଗିଛେ। ଯେନ୍‌ଥିରଲାଗି ଚାଷୀମାନେ ଜୋରସୋରରେ ଧାନ୍‌ ରୁଆ କାମ୍‌ ଚଲେଇଛନ୍‌। ଯଦି ଏନ୍‌ତା ବରଷା ମଝିରେ ମଝିରେ ହେବା ତ ଚାଷ୍‌ କାମ୍‌ ଚଲିଯିବା ବଲି ଅଂଚଲର ଚାଷୀମାନେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri