ବନ ମହୋତ୍ସବରେ ସଂକଳ୍ପ:ମହାପ୍ରଭୁଙ୍କ ସେବା ପାଇଁ ପ୍ରାଚୀ ତଟରେ ହେବ ପଦ୍ମବନ ପ୍ରକଳ୍ପ

ଗୋପ/କାକଟପୁର, ୨।୭(ଡି.ଏନ୍‌.ଏ.)-୭୦ତମ ବନମୋହତ୍ସବ ଅବସରରେ ପୁରୀ ଜିଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ତଟରେ ପଦ୍ମବନ ପ୍ରକଳ୍ପ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତିର ଜୀବନରେଖା ପବିତ୍ର ପ୍ରାଚୀ ନଦୀ ଅବବାହିକାରେ ପୂର୍ବପରି ବନାଞ୍ଚଳ ସୃଷ୍ଟି, ମଧୁର ଜଳ ସଂରକ୍ଷଣ ପ୍ରକଳ୍ପ, ମହାପ୍ରଭୁଙ୍କ ପଦ୍ମବେଶ ସେବା ପାଇଁ ପଦ୍ମବନ ପ୍ରକଳ୍ପ ସୃଷ୍ଟି କରାଯିବା ପାଇଁ ‘ପ୍ରାଚୀ ସବୁଜ ବନାନୀ’ ସଂଗଠନ ଜନ ସଚେତନା ଆରମ୍ଭ କରିଛି।

ବର୍ତ୍ତମାନ ମହାପ୍ରଭୁଙ୍କ ସେବା ପାଇଁ ଆବଶ୍ୟକୀୟ ପଦ୍ମଫୁଲ ନ ମିଳିବା ଚିନ୍ତାର କାରଣ ପାଲଟିଛି। ମଙ୍ଗଳବାର ଏ ନେଇ ପୁରାଣ ପ୍ରସିଦ୍ଧ ଲଳିତା ମାଧବ ପୀଠରେ ପ୍ରାଚୀ ସବୁଜ ବନାନୀ ସଂଗଠନ ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଖାରବେଳଙ୍କ ସମୟରେ ପ୍ରାଚୀ ଅବବାହିକାରେ ମଧୁର ଜଳ ସଂରକ୍ଷଣ, ପଦ୍ମବନ ପ୍ରକଳ୍ପ ପାଇଁ ଖନନ ହୋଇଥିବା ଏକ ସହଶ୍ର ଜଳାଶୟର ସ୍ଥିତି ଅନୁଧ୍ୟାନ କରାଯିବା ଚର୍ଚ୍ଚା ହୋଇଥିଲା। ଏଥି ମଧ୍ୟରୁ ୨୫ ଏକର ବିଶିଷ୍ଟ ଖାରବେଳଙ୍କ କୋଳାପୋଖରୀ, ୨୦ ଏକର ବିଶିଷ୍ଟ ରାଣୀ ପୋଖରୀ, ୧୫ ଏକର ବିଶିଷ୍ଟ ସମେଶ୍ୱର ଶମ୍ଭୁପୀଠସ୍ଥଳ ପଦ୍ମପୋଖରୀ ସ୍ଥିତି ବିଷୟରେ ପଣ୍ଡିତ ମିଶ୍ର ସୂଚନା ଦେଇଥିଲେ। ଏବେ କୋଳା ପୋଖରୀ ୧୨ ଏକର, ରାଣୀ ପୋଖରୀ ୫ ଏକର, ସମେଶ୍ୱର ପଦ୍ମପୋଖରୀ ୫ ଏକର ପରିତ୍ୟକ୍ତ ସ୍ଥିତିକୁ ଆସିଯାଇଛି। ୧୫ ବର୍ଷ ଧରି ଏଠାରେ ଆଉ ପଦ୍ମଫୁଲ ଫୁଟୁନାହିଁ। ଏଭଳି ୩୫ଟି ଜଳାଶୟ ଚରମ ଅବହେଳାରେ ପଡ଼ିରହିଛି। ଏଥିପାଇଁ ରାଜସ୍ବ ବିଭାଗ, ବନବିଭାଗ, ପରିବେଶ ବିଭାଗ, ସଂସ୍କୃତି ବିଭାଗ, ଶ୍ରୀମନ୍ଦିର ପ୍ରଶାସନଙ୍କ ସହଯୋଗ କାମନା କରାଯାଇଛି। ପ୍ରାଚୀ ତଟ ବାସୀଙ୍କୁ ସବୁ ସ୍ତରରୁ ସହଯୋଗ ମିଳିଲେ ମହାପ୍ରଭୁଙ୍କ ଅଣସର ଫଳ ଭାର ସହିତ ପଦ୍ମଫୁଲ ଭାର ପଠାଯିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?