ବନ ଅଧିନିୟମ ସଂଶୋଧନକୁ ବିରୋଧ

ବ୍ରହ୍ମପୁର ଅଫିସ,୯ା୯-ଭାରତୀୟ ବନ ଅଧିନିୟମ ୧୯୨୭ ପ୍ରସ୍ତାବିତ ସଂଶୋଧନକୁ ଆଦିବାସୀ ଭାରତ ମହାସଭା ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି ହୋଇଛି ।
ନ ହେଲେ ଏହାର ପ୍ରତିବାଦରେ ସେପ୍ଟେମ୍ବର ୩୦ରେ ଭଞ୍ଜନଗରରେ ଆଦିବାସୀଙ୍କ ବିଶାଳ ସମାବେଶ ହେବ। ସରକାରଙ୍କ ଅନ୍ୟାୟର କଡ଼ା ଜବାବ ଦିଆଯିବ। ମହାସଭା ଜିଲା କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭାରତ ମହାସଭା ଜାତୀୟ ସଂଯୋଜକ ସୌରା ଯାଦବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋଜଲାଲ ନେତାମ ଗଞ୍ଜାମ ଗସ୍ତରେ ଆସି ରବିବାର ଜିଲା କମିଟି କର୍ମକର୍ତ୍ତା ଏବଂ ବିଭିନ୍ନ ସଂଗଠନର ଆଦିବାସୀ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ଓଡ଼ିଶାରେ ଆଦିବାସୀଙ୍କ ଉପରେ ପୋଲିସର ଦମନଲୀଳା ଚାଲିଥିବା ଏବଂ ଜଙ୍ଗଲ ଜମିରୁ ଉଚ୍ଛେଦ ପାଇଁ ଷଡ଼ଯନ୍ତ୍ର ଅବ୍ୟାହତ ରହିଥିବା ଦୁଇ ଜାତୀୟ ନେତାଙ୍କୁ ଅବଗତ କରାଯାଇଥିଲା। ସେମାନଙ୍କୁ ମୌଳିକ ସୁବିଧା ସରକାର ଓ ପ୍ରଶାସନ ଯୋଗାଉ ନ ଥିବା ଅଭିଯୋଗ କରାଯାଇଥିଲା । କେତେକ କ୍ଷେତ୍ରରେ ମିଥ୍ୟା ମାମଲା ପୋଲିସ ରୁଜୁକରି ଆଦିବାସୀଙ୍କୁ ଗିରଫ ଏବଂ ମହିଳାଙ୍କୁ ଅଶୋଭନୀୟ ଆଚରଣ କରୁଥିବା ରାଷ୍ଟ୍ରୀୟ ନେତାଙ୍କୁ କୁହାଯାଇଥିଲା ।
ଗଞ୍ଜାମ କଳା ପରିଷଦରେ ହୋଇଥିବା ବୈଠକରେ ଭଞ୍ଜନଗର ଉପଖଣ୍ଡରେ ନିରୀହ ଆଦିବାସୀଙ୍କ କାଜୁ ଫସଲ ମାଫିଆମାନେ ଜବରଦସ୍ତ ଲୁଟି ନେଉଥିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରାଯାଇଥିଲା। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କର୍ପୋରେଟ ସଂସ୍ଥାକୁ ସୁହାଇବା ପାଇଁ ଖଣି ଖାଦାନ, ଜମି ଓ ଜଙ୍ଗଲ ଜମି ଟେକି ଦେଉଥିବା ଜାତୀୟ ନେତାଦ୍ୱୟ ଅଭିଯୋଗ କରିଥିଲେ। ଫଳରେ ଆଦିବାସୀ ଓ ଅନୁସୂଚିତ ଜାତି ପରିବାରଙ୍କ ସର୍ବନାଶ ହେଉଛି । କେନ୍ଦ୍ର ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବନ୍ଦ ନ ହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ଚେତାବନୀ ଦିଆଯାଇଛି । ମହାସଭା ରାଜ୍ୟ ସଂଯୋଜକ ତଥା ଜିଲା ସମ୍ପାଦକ ଟୁନା ମଲିକ, ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପସଭାପତି ତ୍ରିନାଥ ମଲିକ ଓ ବିଷ୍ଣୁ ପ୍ରସାଦ ମଲିକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri