ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର ଚାଷ ପଚି ନଷ୍ଟ ହୋଇଛି। ଜମିରେ ବାଲି ମାଡି ଯାଇଛି। ବହୁ ଲୋକ ବାସସ୍ଥାନ ହରାଇଛନ୍ତି। କୋଟିକୋଟି ଟଙ୍କାର ରାସ୍ତା ଓ ପୋଲ ଭାଙ୍ଗିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ତରଭା ବ୍ଲକ ଓ ସହରର କ୍ଷତି ଅଭୂତପୂର୍ବ। ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଣିରେ ଭିଜି ନଷ୍ଟ ହୋଇଛି। ଛୋଟ ବଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୯୫ ପ୍ରତିଶତ ବ୍ୟବସାୟୀ ବୀମା କରି ନଥିବାରୁ ସହାୟତା ମିଳିବା ନେଇ ସନ୍ଦେହ ଉପୁଜିଛି। ପ୍ରଶାସନ କ୍ଷୟକ୍ଷତିର ଆକଳନ କରୁଛି। ତେବେ ବନ୍ୟା ଯୋଗୁଁ ଜିଲାର ୧୨ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି । ତରଭା ସହରକୁ ଜଳ ଯୋଗାଣ କରୁଥିବା ଜନସ୍ବାସ୍ଥ୍ୟ ବିଭାଗର ପାଇପ ଜଳଯୋଗାଣ ପ୍ରକଳ୍ପଟିର ୩ଟି ସ୍ଥାନରେ କ୍ଷତି ହୋଇଛି। ୫ ଦିନ ପରେ ମଧ୍ୟ ଏହାର ମରାମତି ସରି ନଥିବାରୁ ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି। ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉଥିଲେ ହେଁ ଏହା ଯଥେଷ୍ଟ ହେଉନି। ରବିବାର ରାତି ସୁଦ୍ଧା ତରଭା ସହରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଇନ୍ଦ୍ରଜିତ ସାହୁ କହିଛନ୍ତି। ସେହିପରି ଜିଲାର ୧୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବନ୍ୟା ଯୋଗୁଁ କ୍ଷତି ହୋଇଛି। ତରଭା ବ୍ଲକର ଘାଟକଇଁତରା, ମରାଡୁଗୋଛା, ତୁଲୁଣ୍ଡା, ସରଗଜ, ବ୍ରାହ୍ମଣୀ, ସିଣ୍ଢୋଲ, ଭୁରାଡ, ଦେଉଳପଦର, ମେଣ୍ଡା ଏବଂ ସୋନପୁର ବ୍ଲକର ମାଲିଶ୍ରୀଗୁଡି, ତରେଇକେଲା, ମାଟିକୁଡ ଓ ବୈଦ୍ୟନାଥ ପାନୀୟ ଜଳ ପ୍ରକଳ୍ପର କ୍ଷତି ହୋଇଥିବା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ. ବିପିନ ବିହାରୀ ଦାଶ କହିଛନ୍ତି। ପ୍ରଖର ଜଳସ୍ରୋତରେ କେତେକ ପ୍ରକଳ୍ପର ଓଭରହେଡ ଟାଙ୍କିର ଭିତ୍ତି ଦୋହଲି ଯାଇଥିବା ବେଳେ ଆଉ କେତେକ ପ୍ରକଳ୍ପର ଇନଟେକ୍‌ ୱେଲରେ ବାଲି ପୋତି ହୋଇଯାଇଛି। ଏହି ସବୁ ପ୍ରକଳ୍ପ ବନ୍ଦ ହେବା ଫଳରେ ୫ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି । ପ୍ରଶାସନ ପକ୍ଷରୁ ଏହି ୧୨ଟି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯାଉନି। ଫଳରେ ଗ୍ରାମବାସୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ବନ୍ୟା ଛାଡିଯିବା ପରେ ଏହି ସବୁ ଅଞ୍ଚଳରେ କୁଢକୁଢ ଆବର୍ଜନା ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଶନିବାର ଓ ରବିବାର ଝିପିଝିପି ବର୍ଷା ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି । ଏଭଳି ସ୍ଥିତିରେ ବିପନ୍ନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ନଗଲେ ଝାଡାବାନ୍ତି ବ୍ୟାପିବାର ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?