ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଦିବାସୀଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଆଦିବାସୀମାନେ ଶିକ୍ଷା ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଜିତୁ ଜାରେସିକା ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ। ଜାରେସିକା ତାଙ୍କ ବକ୍ତବ୍ୟରେ ଆଦିବାସୀମାନଙ୍କର ବିକାଶ, ନିଜର ନ୍ୟାର୍ଯ୍ୟ ଦାବି ହାସଲ, ଶିକ୍ଷାର ଉନ୍ନତୀକରଣ ଉପରେ ଯୋର ଦେଇଥିଲେ। ପୃଥିବୀର ୯୦ଟି ଦେଶର ୪୦ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀ ୭ ହଜାର ଭାଷା ବ୍ୟବହାର କରୁଥିବା ବେଳେ ୫ ହଜାର ସଂସ୍କୃତି ସହ ଜଡିତ ଅଛନ୍ତି । ତେଣୁ ସମଗ୍ର ଆଦିବାସୀ ନିଜ ସମ୍ପ୍ରଦାୟର ମାତୃଭାଷା, ସାହିତ୍ୟ, ପାଣ୍ଡୁଲିପି, ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିବା ପାଇଁ ସେ ଆହ୍ବାନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ମହାସଚିବ ନିରଞ୍ଜନ ବିଶି, ରାଜ୍ୟ ଉପସଭାପତି ପରମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ଉପାଧ୍ୟକ୍ଷ ଯୋଗେନ୍ଦ୍ର ଭୋଇ, ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ଶରତ ଚନ୍ଦ୍ର ସିଂଭୋଇ, ହେମ୍ରମ ହଂସଦା, ସୁରେଶ ଭୋଇ, ସରପଞ୍ଚ ମିଥିଲା ମାଝୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ରାୟଗଡାରୁ ଆସିଥିବା ଗୁରକା ଲୋକନୃତ୍ୟ, ନୟମଗିର ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ଢାପ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଥମଥର ପାଇଁ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ମାତୃଭାଷା ଓ ସୁରକ୍ଷା ଦିବସ ସମାରୋହରେ ରାଜ୍ୟର ୯ଟି ଜିଲାର ଆଦିବାସୀମାନେ ଯୋଗଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ଆବାସ ଯୋଜନାରୁ ବଞ୍ଚିତ ଦୈମତିଙ୍କ ଦୁର୍ଦ୍ଦଶା ବଢ଼ାଇଲା କାଳବୈଶାଖୀ

ଲୋଇସିଂହା,୧୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ନେଗିପାଲି ଗ୍ରାମର ଦୈମତି ମେସୁଆ (୬୬)। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ସେ…

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri