ବଧୂହତ୍ୟା ଅଭିଯୋଗ:ସ୍ବାମୀଙ୍କ ସହ ଶ୍ୱଶୁର ଅଟକ

ଅନୁଗୋଳ ଅଫିସ, ୧୦।୯

ଅନୁଗୋଳ ଜିଲା ନାଲ୍‌କୋ ଥାନା ବଳରାମପ୍ରସାଦରେ ବଧୂହତ୍ୟା ଅଭିଯୋଗ ହୋଇଛି। ସୌମ୍ୟାଶ୍ୱେତା ବାରିକ(୨୩)ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ବାନାମ୍ବର ବାରିକ ସୋମବାର ଅଭିଯୋଗ କରିବା ପରେ ନାଲ୍‌କୋ ପୋଲିସ ନଂ. ୧୩୨/୧୯ରେ ମାମଲା ରୁଜୁ କରିଛି। ଏଥିସହ ମହିଳାଙ୍କ ସ୍ବାମୀ ସତ୍ୟାନନ୍ଦ ବାରିକ ଓ ଶ୍ୱଶୁର ଗୋକୁଳଚନ୍ଦ୍ର ବାରିକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ଗୀତାଞ୍ଜଳି ସାହୁ ସୂଚନା ଦେଇଛନ୍ତି।
ବାନାମ୍ବର ଅଭିଯୋଗ କରିଛନ୍ତି ଯେ, ନିଶା ଥାନା କଙ୍କରେଇ ଅଞ୍ଚଳର ସୌମ୍ୟାଶ୍ୱେତା ୨୦୧୬ ଏପ୍ରିଲ ୨୬ରେ ବଳରାମପ୍ରସାଦର ସତ୍ୟାନନ୍ଦଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଦୁଇ ବର୍ଷର ଶିଶୁ କନ୍ୟା ରହିଛି। ସତ୍ୟାନନ୍ଦ ପ୍ରତିଦିନ ମଦ୍ୟପାନ କରୁଥିବା ବେଳେ ତାଙ୍କ ଝିଅଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ବିବାହ ସମୟରେ ଏକ ୪ ଚକିଆ ଗାଡ଼ି ଦିଆଯାଇଥିଲେ ବି ୨ଲକ୍ଷ ଟଙ୍କାର ଆଉ ଏକ ଗାଡି ଆଣିବାକୁ ଦାବି କରାଯାଉଥିଲା। ଗାଡ଼ି ପାଇଁ ଟଙ୍କା ନ ଦେବାରୁ ଝିଅକୁ ମାରିଦିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସତ୍ୟାନନ୍ଦଙ୍କ ସହ ତାଙ୍କ ବାପା, ମା, ଭଉଣୀ ଓ ଭିଣୋଇ ଏଥିରେ ସମ୍ପୃକ୍ତ ଥିବା ବାନାମ୍ବର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକୁ ସୌମ୍ୟାଶ୍ୱେତାଙ୍କ ଶ୍ୱଶୁର ଗୋକୁଳାନନ୍ଦ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବୋହୂ ସୌମ୍ୟାଶ୍ୱେତାଙ୍କୁ କେହି ହତ୍ୟା କରିନାହାନ୍ତି। ରାତିରେ ସମସ୍ତେ ଶୋଇଥିବା ବେଳେ କ’ଣ ହୋଇଛି ଆମେ ଜାଣିନୁ। ସୌମ୍ୟାଶ୍ୱେତାଙ୍କୁ କୌଣସି ଯୌତୁକ ନିର୍ଯାତନା ଦିଆଯାଇ ନ ଥିବା ସେ କହିଛନ୍ତି। ନାଲ୍‌କୋ ଥାନା ଅଧିକାରୀ କହିଛନ୍ତି, ପଞ୍ଚନାମାବେଳେ ମୃତଦେହ ବେକରେ ଦାଗ ଥିଲା। ଅନ୍ୟ କୌଣସି ସ୍ଥାନରେ ସେପରି କିଛି ଚିହ୍ନ ନ ଥିଲା। ସ୍ବାମୀ ଓ ଶ୍ୱଶୁରଙ୍କୁ ଅଟକ ରଖାଯାଇ ପଚରା ଉଚରା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri