ବଦଳି ଗଲା ପାଥୋଲଜି ରିପୋର୍ଟ : ୩ ବର୍ଷର ବାଳିକାକୁ ମିଳିଲା ୫୫ବର୍ଷ ବ୍ୟକ୍ତିଙ୍କ ରିପୋର୍ଟ

ବଲାଙ୍ଗୀର ଅଫିସ, ୧୯ା୨ – ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ବିବାଦ ପିଛା ଛାଡୁ ନାହିଁ ା କିଛିବର୍ଷ ତଳେ ଶିଶୁ ବଦଳ ଘଟଣାକୁ ନେଇ ହସ୍ପିଟାଲରେ ନାହିଁ ନ ଥିବା ପରିସ୍ଥିିତ ସୃଷ୍ଟି ହୋଇଥିଲା ା ମଙ୍ଗଳବାର ପାଥୋଲଜି ରିପୋର୍ଟ ବଦଳ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ା ବଲାଙ୍ଗୀର ଚିମନିଭାଟିପଡାର ସଂକୀର୍ତ୍ତନ ବେହେରାଙ୍କ ଝିଅ ଅନୁଷ୍କା(୩)ଙ୍କୁ ଜ୍ୱର ହେବାରୁ ଭୀମଭୋଇ ମେଡିକାଲ ହସ୍ପିଟାଲ ଯାଇ ଡାକ୍ତରଙ୍କୁ ପରାମର୍ଶ କରିଥିଲେ ା ଝିଅର ଜ୍ୱର ଦେଖି ଡାକ୍ତର ରକ୍ତ, ମଳମୂତ୍ର ପରୀକ୍ଷା କରିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲର କେନ୍ଦ୍ରୀୟ ପରୀକ୍ଷାଗାରର ନିଦାନ କେନ୍ଦ୍ରରେ ଅନୁଷ୍କାଙ୍କ ରକ୍ତ, ମୂତ୍ର ପରୀକ୍ଷା ପାଇଁ ଦେଇଥିଲେ ା ପରୀକ୍ଷା ପରେ ସେଠାରୁ ପରୀକ୍ଷା ରିପୋର୍ଟ ସଂଗ୍ରହ କରି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ପ୍ରେସକ୍ରିପସନ ଅନୁଯାୟୀ ଔଷଧ ନେଇ ସଂକୀର୍ତ୍ତନ ଘରକୁ ଫେରିଥିଲେ ା ତେବେ ଘରେ ରକ୍ତ ଓ ମୂତ୍ର ପରୀକ୍ଷା ରିପୋର୍ଟ ଦେଖିବା ପରେ ଏହା ବାଲେଶ୍ୱର ଶବର(୫୫)ଙ୍କ ରିପୋର୍ଟ ବୋଲି ଜଣାପଡିଥିଲା ା ଉକ୍ତ ରିପୋର୍ଟ ଧରି ପରିବାର ଲୋକେ ହସ୍ପିଟାଲର ନିଦାନ କେନ୍ଦ୍ରକୁ ଆସି କିଭଳି ପରିସ୍ଥିତିରେ ରିପୋର୍ଟ ବଦଳିଛି ବୋଲି ପ୍ରଶ୍ନ କରିଥିଲେ ା ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ା ୩ବର୍ଷର ଜଣେ ଝିଅଙ୍କ ରିପୋର୍ଟ ନଦେଇ ୫୫ ବର୍ଷର ଜଣେ ବ୍ୟକ୍ତିଙ୍କ ରିପୋର୍ଟ କିଭଳି ପ୍ରଦାନ କରାଗଲା ବୋଲି ହସ୍ପିଟାଲ ପାଥୋଲଜି ବିଭାଗ ମୁଖ୍ୟ ଡା ମନୋଜ ପାତ୍ରଙ୍କୁ ପ୍ରଶ୍ନ କରିଥିଲେ ା ତେବେ ଅଭିଯୋଗର ତଦନ୍ତ କରାଯିବା ପରେ ଅନୁଷ୍କା ପାତ୍ରଙ୍କ ରିପୋର୍ଟ ୧୨୧ ନମ୍ବର ଥିବାବେଳେ ତାଙ୍କୁ ଭୁଲକ୍ରମେ ୧୨୫ ନମ୍ବର ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାପଡିଥିଲା ା କିଭଳି ପରିସ୍ଥିତିରେ ଏଭଳି ଭୁଲ ହେଲା ତାହାକୁ ନେଇ ତଦନ୍ତ କରାଯିବାକୁ ଲୋକେ ଦାବି କରିଥିଲେ ା ବଲାଙ୍ଗୀର ହସ୍ପିଟାଲରେ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଲୋକେ ଅଭିଯୋଗ କରିଥିଲେ ା ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପାଥୋଲଜି ବିଭାଗ ମୁଖ୍ୟ ଡା ପାତ୍ରଙ୍କୁ ପଚାରିବାରୁ ଭୁଲ କ୍ରମେ ଅନୁଷ୍କାଙ୍କୁ ଆଉ ଜଣେ ବ୍ୟକ୍ତିଙ୍କ ରିପୋର୍ଟ ଦିଆଯାଇଥିଲା ା ପାଥୋଲଜି ବିଭାଗରେ ଭିଡ ପାଇଁ ଏଭଳି ପରିସ୍ଥିତି ହୋଇଥିବା ସେ କହିଛନ୍ତି ା ତେବେ ପରୀକ୍ଷାରେ କୌଣସି ଭୁଲ ହୋଇନାହିଁ ବୋଲି ସେ କହିଥିଲେ ା ବଲାଙ୍ଗୀର ହସ୍ପିଟାଲରେ ଏଭଳି ଦାୟିତ୍ୱହୀନତାକୁ ନେଇ ତଦନ୍ତ କରାଯିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି ।…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri