ଆବାସ ଯୋଜନାରେ ଗଫଲତି: ବିଡିଓକୁଁ ଗୁହାରି କଲେ ହକ୍‌ଦାର ହିତାଧିକାରୀ

ଜାମଟିକ୍ରା, ୧୯।୨ (ଡି.ଏନ୍‌.ଏ.)- ସରକାରୀ ଯୋଜନାର ଲାଭ୍‌ କେନ୍‌ଥେଇ ହକ୍‌ଦାର ହିତାଧିକାରୀ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ଅନେକ ବିଭାଗ, ଯୋଜନାକେ ୫ଟି, ମୋ ସରକାରରେ ସାମିଲ କରିଛନ୍‌। ହେଲେ କେତେ ଲଁାଚୁଆ ଅଧ୍‌କାରୀ, କରମ୍‌ଚାରୀକର ଲାଗି ଅନେକ ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳି ପଁଚେତ୍‌ରେ।
ସୂଚନା ଅନ୍‌ସାରେ ଚକୁଳି ପଁଚେତ୍‌ର ଭିନେ ଭିନେ ଗଁାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ବଛାନିଛାରେ ଗଫଲତି ହେଇଥିବାର ବାବ୍‌ଦେ ତାଲିକାରୁ ବାଦ୍‌ ପଡ଼ିଥିବାର କେତେ ହକ୍‌ଦାର ହିତାଧିକାରୀ ସୋମବାର ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକଁୁ ଅଭିଯୋଗ କରିଛନ୍‌। ଘଟନାର ତଦଁତ୍‌ କରି ବାହାରିଥିବାର ତାଲିକାକେ ନାକଚ କରାଯାଉ ଆର ନୂତନ ତାଲିକା ବାହାର କରାଯାଉ ବଲି ହକ୍‌ଦାର ହିତାଧିକାରୀମାନେ ବିଡିଓକଁରନେ ଦାବି କରିଛନ୍‌। ଆଗ୍‌ରୁ ଆବାସ ଯୋଜନାରେ ଘଏତା ଘର ପାଇଥିଲାବେଲେ ଏହେଦେ ମାଏଝିର ନଁା ତାଲିକାରେ ବାହାରିଛେ। ଇ ଗଫଲତିକେ ଲୁକାବାର ଲାଗି ମାଏଝିର ନଁା ସଂଗେ ଘଏତାର ନଁା ନାଇଁ ଲେଖାଯାଇ ବାପର ନଁା ଲେଖା ଯାଇଛେ ବଲି କେତେ ହିତାଧିକାରୀ ଅଭିଯୋଗ କରିଛନ୍‌। ଏନ୍‌ତା କି ଗୁଟେ ପରିବାର ଏକାଧିକ୍‌ ଘର ପାଇଥିଲାବେଲେ ତାଲିକାରେ ଫେନ୍‌ ଘାଏ ସେ ପରିବାରର ଉନିଅଁା ଲୁକ୍‌କର ନଁା ବାହାରିଛେ। ଏନ୍‌ତାଥି ପଁଚେତ୍‌ର ନିହାତି ଗରିବ୍‌ ଲୋକ୍‌ ଆବାସ ଯୋଜନାରେ ଘର ପାଏବାରୁ ବଁଚିତ୍‌ ହେଉଛନ୍‌ ବଲି ହିତାଧିକାରୀମାନେ ଅଭିଯୋଗ କରିଛନ୍‌। ଚକୁଳି ପଁଚେତ୍‌ର ୧ ନମ୍ବର ଓ୍ବାର୍ଡର ଓ୍ବାର୍ଡ ମେମ୍ବର କବିତା ମେହେରକଁର ସଂଗେ ଅନୁପମା ମହାପାତ୍ର, ରବୀନ୍ଦ୍ର ମହାପାତ୍ର ପରମୁଖ ଆମର ଘର କେଭ୍‌ଠାନୁ ଭାଂଗି ଯାଇଛେ। ହେଲେ ଆମକୁ ଘର ନାଇଁ ଦିଆଯିବାର ବଲି ବିଡିଓକୁଁ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ହକ୍‌ଦାର ହିତାଧିକାରୀମାନକର ନଁା ତାଲିକାରେ ସାମିଲ କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

ରାଇକିଆରେ ବାହୁଡ଼ା ଯାତ୍ରା, ଛେରା ପହଁରା ପାଇଁ ବିଡିଓ…

ରାଇକିଆ,୨୪ା୭(ପ୍ରଦୀପ ବେହେରା): ଆଜି ବାହୁଡ଼ା ଯାତ୍ରା। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିର ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri