Posted inରାଜ୍ୟ

ବଦଳିବ ଜିଲା ମୁଖ୍ୟ ଚିକିତ୍ସାଳୟ ରୂପରେଖ: ନିର୍ମାଣ ହେବ ଅତ୍ୟାଧୁନିକ ଆଉଟଡୋର

ଅନୁଗୋଳ ଅଫିସ, ୧।୬: ଜିଲା ମୁଖ୍ୟ ଚିକିତ୍ସାଳୟର ରୂପରେଖ ବଦଳିବ। ମେଡିକାଲରେ ଥିବା ମେଡିଶିନ୍‌ ୱାର୍ଡ ଭଙ୍ଗାଯାଇ ସେଠାରେ ଅତ୍ୟାଧୁନିକ ଆଉଟଡୋର ବ୍ୟବସ୍ଥା କରାଯିବ। ପୁରୁଣା ଆଉଟଡୋର ନିକଟରେ ରୋଗୀ ଓ ସମ୍ପର୍କୀୟଙ୍କ ବସିବା ପାଇଁ ଏକ ପ୍ରତୀକ୍ଷା କକ୍ଷ ଖୋଲାଯିବାର ବ୍ୟବସ୍ଥା ଖୁବ୍‌ଶୀଘ୍ର କରାଯିବ। ଶୁକ୍ରବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ବେଳେ ଏହି ସୂଚନା ମିଳିଛି। ରୋଗୀଙ୍କୁ କିପରି ଉନ୍ନତ ସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବର୍ତ୍ତମାନ ଥିବା କାଜୁଆଲଟି ପରିବର୍ତ୍ତେ ନୂତନ ତଥା ଅତ୍ୟାଧୁନିକ କାଜୁଆଲଟିରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ପୁରୁଣା ମେଡିଶିନ ୱାର୍ଡକୁ ସ୍ଥାନାନ୍ତର କରାଯିବ। ମେଡିକାଲର ୩ ମହଲା ଉପରେ ଆହୁରି ଦୁଇ ମହଲା ନିର୍ମାଣ କରାଯିବ। ରୋଗୀଙ୍କ ଯିବା ଆସିବା ପାଇଁ ଲିଫ୍ଟ ସହ ର଼୍ୟାମ୍ପ ରହିବ। ନୂତନ ଦୁଇ ମହଲାରେ କାଜୁଆଲଟି ବ୍ୟବସ୍ଥା ରଖାଯିବ। ସେହିପରି ଉପର ମହଲାରେ ସମ୍ମିଳନୀ କକ୍ଷ ସହ ପ୍ରଶାସନିକ କାର୍ଯ୍ୟାଳୟ କରାଯିବ ବୋଲି ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି। ଏଥିସହ ଦୁଇ ମୁଖ୍ୟ ଫାଟକ ସମ୍ମୁଖରେ ମାଷ୍ଟର ପ୍ଲାନ(ନକ୍ସା) ଲଗାଯିବ। ଏହାଦ୍ୱାରା ରୋଗୀ ଏବଂ ସମ୍ପର୍କୀୟମାନେ ୱାର୍ଡ ଓ ବିଭାଗକୁ ଯିବାରେ ଆଉ ସମସ୍ୟା ଉପୁଜିବ ନାହିଁ। ବର୍ତ୍ତମାନ ଆଉଟଡୋରରେ ରୋଗୀଙ୍କ ବିଶ୍ରାମ ବା ବସିବା ପାଇଁ ସ୍ଥାନ ନ ଥିବାରୁ ୪୦ଟି ଚୌକି କାଜୁଆଲଟି ଟିକେଟ୍‌ କାଉଣ୍ଟର ସମ୍ମୁଖରେ ପଡ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ମେଡିକାଲର ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯିବ। ନୂତନ ଶବ ସଂରକ୍ଷଣ ଗୃହରେ ଦୁଇଟି ମୃତଦେହ ସଂରକ୍ଷିତ ରହିପାରିବା ଭଳି ମେଶିନ କିଣାଯିବ। ୫ଶହ କେଭିର ଟ୍ରାନ୍ସଫର୍ମର ଲଗାଯିବା ପାଇଁ ସେସୁକୁ ଜିଲା ପ୍ରଶାସନ ପକ୍ଷରୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଡାୟାଲିସିସ୍‌ ସେଣ୍ଟରକୁ ନୂତନ ଜେନେରେଟର ପ୍ରଦାନ କରାଯାଇଥିବା ସିଡିଏମ୍‌ଓ କହିଥିଲେ। ଏଥିସହ ଟ୍ରମା କେୟାର ସେଣ୍ଟର ପାଇଁ ଜାଗା ଅଭାବ ଥିବାରୁ ପୋଲଟ୍ରି ଫାର୍ମ ଉଠାଯାଇ ମେଡିକାଲକୁ ଜାଗା ପ୍ରଦାନ କରାଯିବ ବୋଲି ଜିଲାପାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ, ତ୍ରିଲୋଚନ ପ୍ରଧାନ, ରୋଗୀ କଲ୍ୟାଣ ସମିତି ସଦସ୍ୟ ଭବାନୀ ମିଶ୍ର, ଆରଆଣ୍ଡବି ଇଞ୍ଜିନିୟର, ବିଦ୍ୟୁତ୍‌ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର, ପୌରପାଳିକା କର୍ମଚାରୀ ପ୍ରମୁଖଙ୍କ ସହ ମେଡିକାଲ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?