ବଢ଼ୁଛି ହାତୀ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ବଢ଼ିଚାଲିଛି ବିଦ୍ୟୁତ୍‌ ଓ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ସଂଖ୍ୟା। ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ହାତୀଙ୍କୁ ସୁରକ୍ଷା ଦେବାରେ ଫେଲ୍‌ ମାରୁଛି ବନ ବିଭାଗ। ଏନେଇ ବୁଧବାର ପିସିସିଏଫ୍‌ କାର୍ଯ୍ୟାଳୟରେ ତିନି ବିଭାଗର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ ବିଭାଗ ସହ ଶକ୍ତି ବିଭାଗ ଓ ରେଳ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ହାତୀ ଚଳପ୍ରଚଳ ଅଞ୍ଚଳରେ ଟ୍ରେନ୍‌ ଲାଇନ୍‌ରେ ଅଣ୍ଡର ପାସ୍‌ କରିବାକୁ ବନ ବିଭାଗକୁ ପ୍ରସ୍ତାବ ଦେଇଛି ରେଳ ବିଭାଗ। ଉତ୍ତମ ସମନ୍ବୟ ରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ରେଲଓ୍ବେ କର୍ମଚାରୀଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଗତ ଆଠ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଧକ୍କାରେ ୨୪ ହାତୀଙ୍କ ମୃତ୍ୟୁ ହୋଇଛି। ତେଣୁ ଏହି ମୃତ୍ୟୁ ସଂଖ୍ୟା କମ୍‌ କରିବାକୁ ବୈଠକରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ହାତୀ ଚଳପ୍ରଚଳ ସମୟରେ ଟ୍ରେନ୍‌ ବେଗ କମ୍‌ କରିବାକୁ ବନ ବିଭାଗର ନିର୍ଦ୍ଦେଶ ରହିଛି। ଘଣ୍ଟାପ୍ରତି ଟ୍ରେନ୍‌ର ବେଗ ପ୍ରାୟ ୪୦/୫୦ କିଲୋମିଟରରୁ କମ୍‌ ରଖିବାକୁ ବନ ବିଭାଗର ନିର୍ଦ୍ଦେଶ ରେଳ ବିଭାଗର ଚିନ୍ତା ବଢ଼ାଇ ଦେଇଛି। କାରଣ ଧୀରେ ଧୀରେ ଟ୍ରେନ୍‌ ଯିବା ଦ୍ୱାରା ସମୟ ବରବାଦ୍‌ ହେଉଛି। ପାସେଞ୍ଜର ଓ ମାଲବାହୀ ଟ୍ରେନ୍‌ କମ୍‌ ଦୂରତ୍ୱକୁ ଅଧିକ ସମୟରେ ଅତିକ୍ରମ କରୁଛି। ଏହା ଅନେକ ସମୟରେ ସମସ୍ୟା ଉପୁଜାଉଛି।
୨୦୧୮ ଅକ୍ଟୋବର ୨୬ରେ ଢେଙ୍କାନାଳ ଜିଲା କମଳାଙ୍ଗ ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ୨୦୧୮ ଡିସେମ୍ବର ସୁଦ୍ଧା ହାତୀ ଚଳପ୍ରଚଳ ରାସ୍ତାରେ ଝୁଲି ରହିଥିବା ତାରକୁ ଉପରକୁ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ଶେଷ ହୋଇ ୨୦୧୯ ସରିବାକୁ ବସିଲାଣି, କିନ୍ତୁ ଅନେକ ସ୍ଥାନରେ ଏବେ ବି ତାର ଝୁଲି ରହିଛି। ଯାହା ହାତୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୩୦ରୁ ୪୦% କାମ ଶେଷ ହୋଇଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଅର୍ଥର ଅଭାବ ସାଙ୍ଗକୁ ‘ଫନୀ’ ବାତ୍ୟା ଦ୍ୱାରା କାମ ପ୍ରଭାବିତ ହୋଇଥିବା ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ୨୦୨୦ ଶେଷ ସୁଦ୍ଧା ଏହି କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri