ହେମଗିର, ୩।୧୨ (ଡି.ଏନ.ଏ)- ଦିନକୁ ଦିନ ହେମଗିର ଜଙ୍ଗଲର ବାର୍ହା ଶିକାର ବୃଦ୍ଧି ପାଉଥିବାର ଦେଖାଯାଉଛି। ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସତ୍ତ୍ବେ ମଧ୍ୟ ବାର୍ହା ଶିକାର କରିବା କମୁ ନାହିଁ। ମାସେ ଭିତରେ ଅନେକ ଶିକାରୀ ଗିରଫ ହୋଇଥିବା ବେଳେ ଗତ ରବିବାର ହେମଗିର ରେଞ୍ଜ ଗର୍ଜନ ପାହାଡ ସଂରକ୍ଷିତ ଜଙ୍ଗଲରୁ ଜଣଙ୍କୁ ବନ ବିଭାଗ ଧରି କୋର୍ଟ ଚାଲାଣ କରିଛି। ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବନବିଭାଗ ବାର୍ହା ଶିକାର ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଓସ୍ତାଳି ଗ୍ରାମର ସୁନୀଲ ଧୁସୁରା (୪୩), ଲିଲାଧର ଗନ୍ଧର୍ବ (୨୪), ବାବୁଲୁ ରାଉତ (୨୪), ସୁକାନ୍ତ ଦେୱାନ (୪୩), ବେଦ ଝରିଆ (୩୫), ବୃନ୍ଦାବନ ରାଉତ (୪୮), ପୁରୁଷୋତ୍ତମ ରାଉତ (୨୦)ଙ୍କୁ ଧରିଥିଲେ। ଏହା ସହ ୩୦ କିଲୋଗ୍ରାମ ମାଂସ, ଟାଙ୍ଗିଆ, କଟୁରୀ,ପନଖି, ତାର ପ୍ରଭୃତି ଜବତ କରିଛି। ଏମାନେ ୩୦ ତାରିଖ ରାତିରେ ସଂରକ୍ଷିତ ଜଙ୍ଗଲରେ ଯୋଜନାବଦ୍ଧ ଭାବେ ବିଦ୍ୟୁତ ତାର ବିଛାଇ ଗୋଟାଏ ବାର୍ହା ଶୀକାର କରିଥିଲେ। ଏମାନଙ୍କୁ ଗିରଫ କରିବା ପରେ ବନ ବିଭାଗ ପକ୍ଷରୁ କେଶ ନଂ. ଓଆର୍ ୧୨୬ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ଏଠି ପ୍ରଶ୍ନ ଉଠୁଛି ବନବିଭାଗର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଅଭିଯୁକ୍ତ ସରକାରୀ ନିୟମ ପ୍ରତି ଭୟ କରୁନାହାନ୍ତି। ଫଳରେ ପଶୁ ଶୀକାର ଅହେତୁକ ଭାବେ ବୃଦ୍ଧି ହେଉଛି। ସରକାର ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜନସାଧାରଣ ଦାବି କରୁଛନ୍ତି।
ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…
ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…
ବନ୍ଦ ହେଲା ହୀରାକୁଦର ୬ ଗେଟ୍, ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…
ସଭା କଲେ ନାଁ ନେଲେନି
ଭୁବନେଶ୍ୱର, ୨୯।୯(ସୁନିତ୍ ମିଶ୍ର): ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…
OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…
ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…
ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ
ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…
ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…
ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର
ଭୁବନେଶ୍ୱର,୨୯ା୯(ସୁନିତ୍ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…
ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ
ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

