Posted inଖେଳ

ବଢ଼ୁଛି ଆଇପିଏଲ ଆଶା

ନୂଆଦିଲ୍ଲୀ, ୧୭ ।୬-
ଚଳିତ ବର୍ଷର ଟି୨୦ ବିଶ୍ୱକପ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିଲେ ହେଁ ଇଣ୍ଡିଆନ ପ୍ରିମିୟରଲିଗ୍‌(ଆଇପିଏଲ) ଆୟୋଜନ ଆଶା ବଢ଼ିବାରେ ଲାଗିଛି। କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଟି୨୦ ବିଶ୍ୱକପ୍‌ ଆୟୋଜନ ଅବାସ୍ତବ ମନେ ହେଉଛି ବୋଲି କହଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ଚେୟାରମ୍ୟାନ ଇଅର୍ଲ ଏଡିଙ୍ଗ୍ସ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ୧୬ଟି ଦଳ ଦେଶକୁ ଆସିବା ସହଜ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ ଆୟୋଜନ ସମ୍ପର୍କରେ ଚିନ୍ତା କରୁଥିବା ସ୍ପଷ୍ଟ ହୋଇଛି। ସେ ବିସିସିଆଇ ସଦସ୍ୟଭୁକ୍ତ ରାଜ୍ୟମାନଙ୍କୁ ଚିଠି ଲେଖି ନିଜ ଆଭିମୁଖ୍ୟ ଜଣାଇଛନ୍ତି। ଆଇପିଏଲ ୨୦୨୦ ପାଇଁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮କୁ ସମ୍ଭାବ୍ୟ ସମୟଭାବେ ଗାଙ୍ଗୁଲି ଏବଂ ତାଙ୍କ ଟିମ୍‌ ବିବେଚନା କରଥିବା ଜଣାଯାଇଛି। ତେବେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ ବାତିଲ ହେଲେ ଯାଇ ଆଇପିଏଲ ପାଇଁ ସମୟ ବାହାରିବା ସମ୍ଭବ ହେବ।
ଜୁନ ୧୦ରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। ଜୁଲାଇରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ତେବେ ସେତେବେଳ ପର୍ଯ୍ୟନ୍ତ ବିସିସିଆଇ ଚୁପ୍‌ ହୋଇ ବସିବାକୁ ଚାହୁଁନାହିଁ। ବ୍ରଡକାଷ୍ଟ ପାର୍ଟନରଙ୍କ ସହିତ ଆଲୋଚନା କରି ଆଇପିଏଲ ପାଇଁ ଓ୍ବିଣ୍ଡୋ ବାହାର କରିବା ଦିଗରେ କାର୍ଯ୍ୟ କରୁଛି। ଆଇସିସି ଯେପରି ଟି୨୦ ବିଶ୍ୱକପ ସମ୍ପର୍କରେ ଚିନ୍ତା କରୁଛି ଆମେ ସେପରି ଆଇପିଏଲ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରୁଛୁ। ଟି୨୦ ବିଶ୍ୱକପ ବାତିଲ ହେଲେ ଆମେ ଆଇପିଏଲ ପାଇଁ କାର୍ଯ୍ୟ ଆରମ୍ଭ କରିବୁ। ତେଣୁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮କୁ ସମ୍ଭାବ୍ୟସମୟ ଧାର୍ଯ୍ୟ କରାଯାଇଛି ବୋଲି ବିସିସିଆଇର ଜଣେ ଅଫିସିଆଲ ଏକ ସାକ୍ଷାତକାରରେ କହିଛନ୍ତି। ଆଇପିଏଲ ପାଇଁ ସମ୍ଭାବ୍ୟ ଓ୍ବିଣ୍ଡୋ ବାହାର କରାଯାଇଥିବାବେଳେ ବିସିସିଆଇ ପାଇଁ ପରବର୍ତ୍ତୀ ହର୍ଡଲ୍ସ ହେଉଛି ଭେନ୍ୟୁ ଚୂଡ଼ାନ୍ତ କରିବା। ଭେନ୍ୟୁ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇନାହିଁ। ଆସନ୍ତା ୩୦ ଦିନରେ କରୋନା ସ୍ଥିତିକୁ ଦେଖିବା ପରେ ଭାରତରେ ଏହି ଲିଗ୍‌ ଆୟୋଜନକୁ ପ୍ରାଧାନ୍ୟ ଦିଆଯିବ। ଏହା ଅଳ୍ପ ଭେନ୍ୟୁରେ ଏବଂ ବିନା ଦର୍ଶକରେ ମଧ୍ୟ ହୋଇପାରେ। ଆବଶ୍ୟକସ୍ଥଳେ ବିଦେଶରେ ମଧ୍ୟ ଏହାକୁ ଆୟୋଜନ କରାଯାଇପାରେ। ଏପରିକି ଏହାକୁ ଅନ୍ତର୍ଜାତୀୟ ଖେଳାଳିଙ୍କ ବିନା ମଧ୍ୟ ଖେଳାଯାଇପାରେ। ତେଣୁ ଟି୨୦ ବିଶ୍ୱକପ୍‌ ବାତିଲ ହେଲେ ଯେ କୌଣସି ପ୍ରକାରେ ଆଇପିଏଲ ଆୟୋଜନ ପାଇଁ ଭାରତୀୟ ବୋର୍ଡ ପ୍ରସ୍ତୁତ ହେଉଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri