Posted inଫୁରସତ

ବଡ଼ ହୁଲା ହୁପ୍‌ ବୁଲାଇ ରେକର୍ଡ

ଅଣ୍ଟା ଚାରିପଟେ ହୁଲା ହୁପ୍‌ ବୁଲାଇବା ସହଜ କଥା ନୁହେଁ। ଅନେକ ଅଭ୍ୟାସ ପରେ ଏହା ସମ୍ଭବ ହୁଏ। ତେବେ ଗେଟି କେହାୟୋଭା ନାମ୍ନୀ ଜଣେ ମହିଳା ଏମିତି ଏକ ହୁଲା ହୁପ୍‌ ବୁଲାଉଛନ୍ତି, ଯାହା ସମସ୍ତଙ୍କୁ ଚକିତ କରୁଛି। ତାଙ୍କର ହୁଲା ହୁପ୍‌ଟି ବହୁତ ବଡ଼, ଯାହାର ବ୍ୟାସ୍‌ ୧୮ଫୁଟ୍‌ ୦.୨୫ ଇଞ୍ଚ ଅଟେ। ଏହି ହୁଲା ହୁପ୍‌ ବୁଲାଇ ସେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠୁ ବଡ଼ ହୁଲା ହୁପ୍‌ ବୁଲାଉଥିବା ମହିଳା ଭାବେ ସ୍ଥାନ ବି ପାଇଛନ୍ତି। ସର୍କସ ପରିବାରର ଗେଟି ନଅ ବର୍ଷ ବୟସରୁ ହୁଲା ହୁପ୍‌ ବୁଲାଇ ଆସୁଛନ୍ତି। ତେବେ ସେ ଯେବେ ଜାପାନର ଜଣେ ମହିଳା ହୁଲା ହୁପ୍‌କୁ ନେଇ ରେକର୍ଡ କରିବା କଥା ଜାଣିଲେ, ସେ ବି ଏହିଭଳି କିଛି କରିବାକୁ ନିଷ୍ପତ୍ତି ନେଲେ। ଆଉ ବିରାଟକାୟ ହୁଲା ହୁପ୍‌ ବୁଲାଇବା ଅଭ୍ୟାସ ଆରମ୍ଭ କଲେ। ୧୮ ଫୁଟ୍‌ର ଏହି ହୁଲା ହୁପ୍‌ ବୁଲାଇବା ଏତେ ସହଜ ନୁହେଁ। ଏହା ବହୁତ ଓଜନବିଶିଷ୍ଟ ହୋଇଥିବାରୁ ବୁଲଇବାବେଳେ ବହୁତ କଷ୍ଟ ହୋଇଥାଏ। କେବଳ ଗେଟି ନୁହନ୍ତି, ଗିନିଜ ଓ୍ବାର୍ଲଡ୍‌ ରେକର୍ଡସ୍‌ରେ ତାଙ୍କ ବାପା ଓ ବଡ଼ ଭଉଣୀ ବି ପୂର୍ବରୁ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri