ବଜାରରେ ଗହମ ସଙ୍କଟ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ):ବଜାରରେ ଗହମ ସଙ୍କଟ ଦେଖାଦେଇଛି। ଗତ ୧୦ ମାସ ହେବ ଗହମ ମିଳୁନାହିଁ। ଏଥିଯୋଗୁ ଅଟା, ମଇଦା, ସୁଜି ସମେତ ଗହମରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦର ବଢ଼ିଯାଇଛି। ପ୍ରତ୍ୟେକ ସାମଗ୍ରୀରେ କିଲୋଗ୍ରାମ ପ୍ରତି ୫ରୁ ୬ ଟଙ୍କା ବଢ଼ିଯାଇଛି। କେନ୍ଦ୍ର ସରକାର ଯୋଗାଇ ଦେଉ ନ ଥିବାରୁ ରାଜ୍ୟରେ ଗହମ ସଙ୍କଟ ଦେଖାଦେଇଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ଖାଉଟି ଉଚ୍ଚ ଦରରେ ଗହମ ଓ ଅଟା କିଣୁଥିବା ବେଳେ ରାଜ୍ୟରେ ଥିବା ଅଟା ମିଲରମାନେ ମଧ୍ୟ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ଗହମ ଅଭାବରୁ ଅନେକ ମିଲର ନିଜ ମିଲ୍‌ ବିକ୍ରି କରିବାକୁ ଚିନ୍ତା କଲେଣି।
ବଜାରରେ ଗହମରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦର ସନ୍ତୁଳନ ରଖିବାକୁ କେନ୍ଦ୍ର ସରକାର ଖୋଲା ବଜାର ବିକ୍ରି ତଥା ଓପନ ମାର୍କେଟ ସେଲ୍‌ (ଓଏମ୍‌ଏସ୍‌) କାର୍ଯ୍ୟକାରୀ କରୁଛନ୍ତି। ଏହି ସ୍କିମ୍‌ ଜରିଆରେ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ମିଲରମାନଙ୍କୁ ସୁଲଭ ମୂଲ୍ୟରେ ଗହମ ଯୋଗାଇ ଦେଇଥାଏ। ମାତ୍ର ଗତ ଫେବୃୟାରୀରୁ ଏଫ୍‌ସିଆଇ ଓଏମ୍‌ଏସ୍‌ ଜରିଆରେ ଆଉ ଗହମ ଯୋଗାଇ ଦେଉନାହିଁ। ଗହମ ଅଭାବରୁ ଏହି ଯୋଜନା ଚଳିତ ବର୍ଷ ବନ୍ଦ ହୋଇଯାଇଥିବା ଏଫ୍‌ସିଆଇ ପକ୍ଷରୁ କୁହାଯାଇଛି। ମାତ୍ର ଖୁଚୁରା ବଜାରରେ ଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଗହମକୁ ନିଜ କବ୍‌ଜାକୁ ନେଇ ଚଢ଼ାଦରରେ ବିକ୍ରି କରୁଛନ୍ତି। ଘରୋଇ କମ୍ପାନୀଗୁଡ଼ିକୁ ଅନୁକମ୍ପା ଦେଖାଇ ଏଫ୍‌ସିଆଇ ଓଏମ୍‌ଏସ୍‌ ବନ୍ଦ କରିଥିବା ବ୍ୟବସାୟୀମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାଜ୍ୟକୁ ମାସିକ ୧୭ ହଜାର ଟନ୍‌ ଗହମ ଆବଶ୍ୟକ ହୋଇଥାଏ। ଏଫ୍‌ସିଆଇରୁ ଅଟା ମିଲରମାନେ କ୍ରୟ କରି ଅଟା, ମଇଦା, ସୁଜି ଆଦି ଯୋଗାଇ ଦିଅନ୍ତି। ଏଫ୍‌ସିଆଇରୁ ଗହମ କୁଇଣ୍ଟାଲ ପିଛା ୨୨୦୦ରୁ ୨୪୦୦ ଟଙ୍କାରେ ମିଳୁଥିବା ବେଳେ ଗହମ ଅଭାବ ଯୋଗୁ କୁଇଣ୍ଟାଲ ଦର ୨୯୦୦ରୁ ୩ ହଜାର ଟଙ୍କା ହୋଇଛି। ଦର ବଢ଼ିଥିଲେ ମଧ୍ୟ ବଜାରରେ ଗହମ ଉପଲବ୍ଧ ହେଉନାହିଁ। ଗହମ ସଙ୍କଟ ଯୋଗୁ ରାଜ୍ୟରେ ଥିବା ୪୦ ଅଟା ମିଲ୍‌ ଅଚଳ ହେବାକୁ ବସିଲାଣି। ଚଢ଼ା ଦରରେ ବହୁ କଷ୍ଟରେ ଅନ୍ୟ ରାଜ୍ୟରୁ ୫ରୁ ୬ ହଜାର ଟନ ଆଣି କାମ ଚଳାଯାଉଛି।
ଅନ୍ୟପକ୍ଷରେ ଗତ ଜୁନରୁ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ମିଳୁନାହିଁ। ୨୦୨୩ ମାର୍ଚ୍ଚ ଯାଏ ଗହମ ମିଳିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗହମ ଅଭାବ ଯୋଗୁ ହିତାଧିକାରୀମାନେ ବଜାରରୁ ଚାହିଁଲେ ମଧ୍ୟ ପାଇବେ ନାହିଁ। ଚଢ଼ା ଦରରେ ଅଟା କିଣି ଖାଇବାକୁ ବାଧ୍ୟ ହେଉଛନ୍ତି। ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କ ମଧ୍ୟରୁ ୧୪% ଲୋକ ଗହମ ନେଉଥିବା ବେଳେ ୮୬% ଚାଉଳ ନେଉଛନ୍ତି। ଏ ବାବଦରେ କେନ୍ଦ୍ର ସରକାର ମାସିକ ୨୪,୭୦୦ ମେଟ୍ରିକ ଟନ ଗହମ ଯୋଗାଇ ଦେଉଛନ୍ତି। ଗହମ ନେଉଥିବା ହିତାଧିକାରୀ ଭୁବନେଶ୍ୱରର ଟଙ୍କଧର ସାହୁ କହିଛନ୍ତି, ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡ଼ିତ। ରୁଟି ଖାଇବା ଜରୁରୀ ହୋଇପଡ଼ିଲାଣି। ଗହମ ମିଳୁ ନ ଥିବାରୁ ଉଚ୍ଚ ଦରରେ ବଜାରରୁ ଅଟା କିଣି ଖାଇବା କଷ୍ଟକର ହେଉଛି। କେନ୍ଦ୍ର ସରକାର ପୂର୍ବରୁ ଯେମିତି ଗହମ ଯୋଗାଇ ଦେଉଥିଲେ ଏବେ ସେମିତି ଯୋଗାଇ ଦିଅନ୍ତୁ। ସମସ୍ତଙ୍କୁ ଚାଉଳ ନେବାକୁ ବାଧ୍ୟ କରିବା ଠିକ୍‌ ନୁହେଁ ।
ଭୁବନେଶ୍ୱର ୟୁନିଟ-୧ ହାଟର ବ୍ୟବସାୟୀ ଦିନେଶ ପାତ୍ର କହିଛନ୍ତି, ଗତ ୨/୩ ମାସ ହେବ ଗହମ, ଅଟା, ମଇଦା, ସୁଜି ଇତ୍ୟାଦି ଦର ବଢ଼ିଚାଲିଛି। କୁଇଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବଢ଼ିଛି। ଗତ ମାସେ ହେବ ପ୍ରତିଦିନ ଏହିସବୁ ସାମଗ୍ରୀର ଦର କିଲୋ ପିଛା ୫୦ ପଇସାରୁ ୧ ଟଙ୍କା ବଢ଼ିଚାଲିଛି। ଶୀତଦିନ ଆସୁଥିବାରୁ ରୁଟିର ଚାହିଦା ବଢ଼ିବ। ତଦନୁଯାୟୀ ଦର ମଧ୍ୟ ବଢ଼ିବ, ଯାହାକି ଗ୍ରାହକଙ୍କ ଉପରେ ଚାପ ପକାଇବ। ସରକାର ଏ ଦିଗରେ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି।
ସର୍ବଭାରତୀୟ ରୋଲର ଫ୍ଲାୱାର ମିଲର ଫେଡେରେଶନର ଓଡ଼ିଶା ସଦସ୍ୟ ସୁବାସ ଗୁପ୍ତା କହିଛନ୍ତି, ଗହମ ଯୋଗାଇ ଦେବାକୁ ଫେଡେରେଶନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ଥର ଅନୁରୋଧ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। କେନ୍ଦ୍ର ସରକାରଙ୍କୁ ଗହମ ସଙ୍କଟ ବିଷୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ଆମେ ଜଣାଇଛୁ। ମାତ୍ର ଉଭୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ର ସରକାର ତୁରନ୍ତ ଗହମ ଯୋଗାଇ ନ ଦେଲେ ଓଡ଼ିଶାରେ ଥିବା ୭୦ ଭାଗ ଅଟା ମିଲ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗହମ ଯୋଗାଇବା ଏଫ୍‌ସିଆଇର କାମ। ରାଜ୍ୟ ସରକାରଙ୍କ ସେଥିରେ କିଛି ଭୂମିକା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ୟା ସମାଧାନ ପରିବର୍ତ୍ତେ ମୌନ ରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri