ବକେୟା ଦରମା ନ ମିଳିଲେ ଆମାତ୍ହୂତି ଚେତାବନୀ

ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଜିଲା ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀର କର୍ମଚାରୀମାନେ ଶୁକ୍ରବାର ଜିଲାପାଳ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ଅଫିସ୍‌ ଘେରାଉ କରିବା ସହ ବକେୟା ଦରମା ନ ମିଳିଲେ ଆମାତ୍ହୂତି ଦେବାର ଚେତାବନୀ ଦେଇଛନ୍ତି।
ସାରା ବିଶ୍ୱରେ ଅଟୋ ମୋବାଇଲ୍‌ ଶିଳ୍ପରେ ୪୦ ପ୍ରତିଶତ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବା ବେଳେ ବିର୍ଲା ଟାୟାର୍ସ କମ୍ପାନୀରେ ଆବଶ୍ୟକ ଉପତ୍ାଦନ କମିବା ସହ ବିକ୍ରି ନ ହେବା କାରଣରୁ କମ୍ପାନୀର ଆର୍ଥିକ ଅବସ୍ଥା ୮ମାସ ଧରି ଶୋଚନୀୟ ହୋଇପଡ଼ିଛି। ଶ୍ରମିକମାନଙ୍କୁ ଠିକ୍‌ ଭାବେ କାମ ନ ମିଳିବା ଏବଂ ଠିକ୍‌ ସମୟରେ ମାସିକ ଦରମା ଦେବାରେ କମ୍ପାନୀ ପକ୍ଷରୁ ସମ୍ଭବ ହେଉନାହଁି। ଫଳରେ କର୍ମଚାରୀମାନେ ନାହଁି ନ ଥିବା ଆର୍ଥିକ ଅନାଟନରେ ଗତି କରୁଛନ୍ତି। ଏନେଇ ପୂର୍ବରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲା ଶ୍ରମ ଅଧିକାରୀ କୁବେର ବେହେରାଙ୍କ ତତ୍ତ୍ୱାବଧାନରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ନିଷ୍ପତ୍ତି ଅନୁସାରେ ଠିକ୍‌ ସମୟରେ ସର୍ବନିମ୍ନ ଦରମା କମ୍ପାନୀ କର୍ମଚାରୀଙ୍କୁ ଦେବାର ପ୍ରତିଶ୍ରୁତି ଦେଇଥିଲା। ଏହାପରେ ମଧ୍ୟ ୩ମାସର ବକେୟା ଦରମା ନ ମିଳିବାରୁ କମ୍ପାନୀର ୭୦ରୁ ୮୦ ଜଣ କର୍ମଚାରୀ ଶୁକ୍ରବାର ଏକଜୁଟ୍‌ ହୋଇ ଉଭୟ ଅଧିକାରୀଙ୍କୁ ସାକ୍ଷାତ୍‌ କରି ବକେୟା ଦରମା ସହ ବାକି ଥିବା ବୋନସ୍‌ ଓ ଅନ୍ୟାନ୍ୟ ଭତ୍ତା ଦେବା ପାଇଁ ଦାବି କରିଥିଲେ। ଠିକ୍‌ ସମୟରେ ନ ମିଳିଲେ କର୍ମଚାରୀମାନେ ଶ୍ରମ ଅଧିକାରୀଙ୍କ ଅଫିସ୍‌ ସମ୍ମୁଖରେ ସମୂହ ଆମତ୍ାହୁତି ଦେବାର ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ବିର୍ଲାର ଜଣେ ଅଧିକାରୀଙ୍କ କହିବାନୁସାରେ ବିଶ୍ୱରେ ମାନ୍ଦାବସ୍ଥା ସୃଷ୍ଟି ହେବା କାରଣରୁ କମ୍ପାନୀ ଉପରେ ଏହାର ପ୍ରଭାବ ପଡ଼ିଛି। ଗତ ୮ମାସ ହେବ ଆବଶ୍ୟକ ଉପତ୍ାଦନ ହୋଇପାରୁ ନ ଥିବାବେଳେ କର୍ମଚାରୀମାନଙ୍କୁ ୧୦ଦିନ କାମ କରାଇ ମାସକର ଦରମା ଦିଆଯାଉଛି। କର୍ମଚାରୀଙ୍କ ଦରମା ଦେବାରେ କମ୍ପାନୀ ବିଳମ୍ବ ହେଉଥିବା ସ୍ବୀକାର କରି ସମସ୍ତ ବକେୟା ଦରମା କର୍ମଚାରୀଙ୍କୁ ପୈଠ କରାଯିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ଦୁଇ ଝିଅଙ୍କୁ ଭାତରେ ବିଷ ଦେଇ ନିଜେ ପିଇଦେଲେ ମା’, ଆଉ ତା’ ପରେ…

ପୁରୀ,୧୭ା୮(ଅଜିତ କୁମାର ମହାନ୍ତି): ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

ଆଜି ଏସବୁ ଜିଲାରେ ପ୍ରବଳ ବର୍ଷା: ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ୧୮ ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ୱର, ୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ରବିବାର…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri