ବକେୟା ଦରମା ନ ମିଳିଲେ ଆମାତ୍ହୂତି ଚେତାବନୀ

ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଜିଲା ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀର କର୍ମଚାରୀମାନେ ଶୁକ୍ରବାର ଜିଲାପାଳ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ଅଫିସ୍‌ ଘେରାଉ କରିବା ସହ ବକେୟା ଦରମା ନ ମିଳିଲେ ଆମାତ୍ହୂତି ଦେବାର ଚେତାବନୀ ଦେଇଛନ୍ତି।
ସାରା ବିଶ୍ୱରେ ଅଟୋ ମୋବାଇଲ୍‌ ଶିଳ୍ପରେ ୪୦ ପ୍ରତିଶତ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବା ବେଳେ ବିର୍ଲା ଟାୟାର୍ସ କମ୍ପାନୀରେ ଆବଶ୍ୟକ ଉପତ୍ାଦନ କମିବା ସହ ବିକ୍ରି ନ ହେବା କାରଣରୁ କମ୍ପାନୀର ଆର୍ଥିକ ଅବସ୍ଥା ୮ମାସ ଧରି ଶୋଚନୀୟ ହୋଇପଡ଼ିଛି। ଶ୍ରମିକମାନଙ୍କୁ ଠିକ୍‌ ଭାବେ କାମ ନ ମିଳିବା ଏବଂ ଠିକ୍‌ ସମୟରେ ମାସିକ ଦରମା ଦେବାରେ କମ୍ପାନୀ ପକ୍ଷରୁ ସମ୍ଭବ ହେଉନାହଁି। ଫଳରେ କର୍ମଚାରୀମାନେ ନାହଁି ନ ଥିବା ଆର୍ଥିକ ଅନାଟନରେ ଗତି କରୁଛନ୍ତି। ଏନେଇ ପୂର୍ବରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲା ଶ୍ରମ ଅଧିକାରୀ କୁବେର ବେହେରାଙ୍କ ତତ୍ତ୍ୱାବଧାନରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ନିଷ୍ପତ୍ତି ଅନୁସାରେ ଠିକ୍‌ ସମୟରେ ସର୍ବନିମ୍ନ ଦରମା କମ୍ପାନୀ କର୍ମଚାରୀଙ୍କୁ ଦେବାର ପ୍ରତିଶ୍ରୁତି ଦେଇଥିଲା। ଏହାପରେ ମଧ୍ୟ ୩ମାସର ବକେୟା ଦରମା ନ ମିଳିବାରୁ କମ୍ପାନୀର ୭୦ରୁ ୮୦ ଜଣ କର୍ମଚାରୀ ଶୁକ୍ରବାର ଏକଜୁଟ୍‌ ହୋଇ ଉଭୟ ଅଧିକାରୀଙ୍କୁ ସାକ୍ଷାତ୍‌ କରି ବକେୟା ଦରମା ସହ ବାକି ଥିବା ବୋନସ୍‌ ଓ ଅନ୍ୟାନ୍ୟ ଭତ୍ତା ଦେବା ପାଇଁ ଦାବି କରିଥିଲେ। ଠିକ୍‌ ସମୟରେ ନ ମିଳିଲେ କର୍ମଚାରୀମାନେ ଶ୍ରମ ଅଧିକାରୀଙ୍କ ଅଫିସ୍‌ ସମ୍ମୁଖରେ ସମୂହ ଆମତ୍ାହୁତି ଦେବାର ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ବିର୍ଲାର ଜଣେ ଅଧିକାରୀଙ୍କ କହିବାନୁସାରେ ବିଶ୍ୱରେ ମାନ୍ଦାବସ୍ଥା ସୃଷ୍ଟି ହେବା କାରଣରୁ କମ୍ପାନୀ ଉପରେ ଏହାର ପ୍ରଭାବ ପଡ଼ିଛି। ଗତ ୮ମାସ ହେବ ଆବଶ୍ୟକ ଉପତ୍ାଦନ ହୋଇପାରୁ ନ ଥିବାବେଳେ କର୍ମଚାରୀମାନଙ୍କୁ ୧୦ଦିନ କାମ କରାଇ ମାସକର ଦରମା ଦିଆଯାଉଛି। କର୍ମଚାରୀଙ୍କ ଦରମା ଦେବାରେ କମ୍ପାନୀ ବିଳମ୍ବ ହେଉଥିବା ସ୍ବୀକାର କରି ସମସ୍ତ ବକେୟା ଦରମା କର୍ମଚାରୀଙ୍କୁ ପୈଠ କରାଯିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri