ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ ଥେରାପି ଦିଆଯାଉଛି। ଫଳରେ ଏମାନଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ ଏମାନେ ଅଧିକ ପରିମାଣରେ ଦୁଗ୍ଧ ଦେଉଛନ୍ତି ବୋଲି କୁହୁଛନ୍ତି ଏମାନଙ୍କ ଯତ୍ନ ନେଉଥିବା ଲୋକେ। ଜମ୍ମୁ ସହରର ଅମ୍ବଫଲାଠାରେ ଥିବା ଏହି ଗୋଶାଳା ୧୯୬୦ ମସିହାରେ ଆରମ୍ଭ ହୋଇଥିବା କୁହାଯାଏ। ସମାଜସେବୀ ମୁଲରାଜ ଶାସ୍ତ୍ରୀ ଓ ତାଙ୍କର କେତେଜଣ ବନ୍ଧୁ ଆହତ, ରୋଗଗ୍ରସ୍ତ ଓ ଅନାଥ ଗୋମାତାଙ୍କ ଯତ୍ନ ନେବାକୁ ଏହି ଗୋଶାଳା ଆରମ୍ଭ କରିଥିବା କୁହାଯାଏ। ଏହାର ଦେଖାରେଖା କରୁଥିବା ଜମ୍ମୁ-କଶ୍ମୀର ଗୋଶାଳା ସମିତିର ପ୍ରଧାନ ରାଜକୁମାର ରାଜା କୁହନ୍ତି ଏଥିପାଇଁ କୌଣସି ସରକାରୀ ସହାୟତା ମିଳୁନାହିଁ। ନିଜ ଉଦ୍ୟମରେ ଲୋକମାନଙ୍କ ସହଯୋଗରେ ଏହାକୁ ଚଳାଇବାକୁ ପଡୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଉକ୍ତ ଗୋଶାଳାରେ ପ୍ରାୟ ୪୫୦ ଗାଈ, ବାଛୁରୀ ରହିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ କିଣା ଯାଇ ନାହିଁ। ସମସ୍ତଙ୍କୁ ରାସ୍ତା କଡରୁ ଅନାଥ ଭାବେ ହେଉ ଅବା ଆହତ ଭାବେ ଉଦ୍ଧାର କରାଯାଇ ସେମାନଙ୍କର ଏଠାରେ ଚିକିତ୍ସା ପରେ ସୁସ୍ଥ କରାଯାଇ ରଖାଯାଇଛି। ଏଠାରେ ଥିବା ଗାଈମାନଙ୍କୁ ମୁକୁଳା ଛାଡି ଦିଆଯାଇଛି। ଦିନକୁ ଏଠାର ପ୍ରାୟ ୧୨ ଘଣ୍ଟା ବଂଶୀ ବାଜିଥାଏ ବୋଲି କୁହନ୍ତି ରାଜକୁମାର। ପ୍ରଥମେ ସକାଳ ୬ଟାରୁ ୧୨ଟା ଓ ପରେ ଦିନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏଠାରେ ବଂଶୀ ବାଦନ କରାଯାଇଥାଏ। ଆଉ ବଂଶୀ ବାଜିବା ମାତ୍ରେ ସେଠାରେ ଥିବା ସବୁ ଗାଈ ଠିଆ ହୋଇଯାଆନ୍ତି। ରାଜକୁମାର କୁହନ୍ତି ରାଧା ନାମକ ଏକ ଗାଈ ବଂଶୀ ବାଜିବା ମାତ୍ରେ ଝୁଲିବାକୁ ଆରମ୍ଭ କରେ। ତେବେ ଶ୍ରୀକୃଷ୍ଣ ଗାଈ ଚରାଇବା ବେଳେ ବଂଶୀ ବଜାଉଥିବାରୁ ଏହାକୁ ଏଠାରେ ପ୍ରୟୋଗ କରାଯାଇଛି ବୋଲି ସେ କୁହନ୍ତି। ଶେର-ଏ-କଶ୍ମୀର ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ସାଇନସେସ୍‌ ଆଣ୍ଡ ଟେକ୍ନୋଲୋଜିର ଭେଟେନାରୀ ଓ୍ବିଙ୍ଗର ବରିଷ୍ଠ ଡାକ୍ତର ନିଲେଶ ଶର୍ମା କୁହନ୍ତି ଦୁଗ୍ଧ ଦେଉଥିବା ପ୍ରାଣୀମାନେ ଯଦି ଚାପଗ୍ରସ୍ତ ପରିବେଶରେ ରୁହନ୍ତି ତେବେ ସେମାନଙ୍କର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହୋଇ ନ ଥାଏ। ଫଳରେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୁଗ୍ଧ ଆସିପାରି ନ ଥାଏ। ହେଲେ ସଙ୍ଗୀତମୟ ପରିବଶେରେ ରହିଲେ ଏମାନଙ୍କର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହେବା ସହ ଅଧିକ ଦୁଗ୍ଧ ଉତ୍ପାଦନ ହୋଇଥାଏ ଓ ଏମାନେ ସୁସ୍ଥ ରହିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri