ଫେସବୁକ, ହ୍ବାଟ୍‌ସଆପ୍‌, ଇନଷ୍ଟାଗ୍ରାମ ହଠାତ୍‌ କାହିଁକି ହୋଇଗଲା ଡାଉନ୍‌: ଜାଣନ୍ତୁ ପ୍ରକୃତ କାରଣ

ଓ୍ବାଶିଟନ୍‌,୫।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ୍‌ ଏବଂ ଇନଷ୍ଟାଗ୍ରାମ ସୋମବାର ରାତିରେ ହଠାତ୍‌ ଡାଉନ୍‌ ହୋଇଯାଇଥିଲା। ଫଳରେ ବିଶ୍ୱର କୋଟି କୋଟି ଉପଭୋକ୍ତା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସର୍ଭର ଡାଉନ୍‌ ଯୋଗୁ ହ୍ବାଟସଆପ ବ୍ୟବହାରକାରୀମାନେ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ସକ୍ଷମ ହୋଇ ନ ଥିଲେ। ସେହିଭଳି, ବ୍ୟବହାରକାରୀମାନେ ଫେସବୁକରେ କେବଳ ପୁରୁଣା ବିଷୟବସ୍ତୁ ଦେଖୁଥିଲେ। ଏହି ସମସ୍ୟା ହେତୁ ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ମଧ୍ୟ ଷ୍ଟାଟସ ଏବଂ ରିଲ ଦେଖିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତଥାପି, ପ୍ରାୟ ୬ ଘଣ୍ଟା ପରିଶ୍ରମ ପରେ, ଏହି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ପୁଣିଥରେ କାମ କରିବା ଆରମ୍ଭ କରିଥିଲା। ତେବେ ଆସନ୍ତୁ ଜାଣିବା ସାରା ବିଶ୍ୱରେ ହ୍ବାଟସଆପ, ଫେସବୁକ ଏବଂ ଇନଷ୍ଟା ହଠାତ୍‌ କାହଁିକି ଡାଉନ୍‌ ହୋଇଯାଇଥିଲା।
ବିଶ୍ୱର ସାଇବର କ୍ରାଇମ ବିଶେଷଜ୍ଞ ଏବଂ ଅନୁସନ୍ଧାନକାରୀମାନେ ଏହିପରି ବିଶ୍ୱସ୍ତରୀୟ ଅଘଟଣର ପ୍ରକୃତ କାରଣ ଖୋଜିବାକୁ ଚେଷ୍ଟା କରିଥିଲେ। ବ୍ରାଏନ କ୍ରେବସ ନାମକ ଜଣେ ସାଇବର କ୍ରାଇମ୍‌ ରିପୋର୍ଟରଙ୍କ ଅନୁଯାୟୀ, ଏହି ପ୍ଲାଟଫର୍ମଗୁଡିକ ଡାଉନ୍‌ ହେବାର କାରଣ ହେଉଛି ବିଜିପି ଅର୍ଥାତ୍‌ ବର୍ଡର ଗେଟୱେ ପ୍ରୋଟୋକଲରେ ଏକ ତ୍ରୁଟି। ବିଜିପି ହେତୁ ଇଣ୍ଟରନେଟ ସଠିକ ଭାବରେ କାମ କରିବାକୁ ସକ୍ଷମ ଅଟେ। ଇଣ୍ଟରନେଟ ହେଉଛି ଅନେକ ନେଟୱାର୍କର ଏକ ନେଟୱାର୍କ ଏବଂ ବିଜିପିର କାମ ହେଉଛି ଏହି ନେଟୱାର୍କଗୁଡ଼ିକୁ ଏକତ୍ର ସଂଯୋଗ କରିବା। ଯଦି ବିଜିପି ତ୍ରୁଟିପୂର୍ଣ୍ଣ କିମ୍ବା ଏହା କୌଣସି କାରଣରୁ କାମ ବନ୍ଦ କରିଦିଏ, ତେବେ ଇଣ୍ଟରନେଟ ରଏଟର୍ସଗୁଡିକ କଣ କରିବେ ଜାଣିପାରନ୍ତି ନାହିଁ ଏବଂ ଇଣ୍ଟରନେଟ କାମ ବନ୍ଦ କରିଦିଏ। ବଡ଼ ରଏଟର୍ସଗୁଡିକ ସେମାନଙ୍କର ମାର୍ଗଗୁଡ଼ିକୁ ଅପଡେଟ କରି ରଖନ୍ତି ଯାହା ଦ୍ୱାରା ନେଟୱର୍କ ପ୍ୟାକେଟଗୁଡିକ ଶେଷ ଉତ୍ସକୁ ବିତରଣ ହୋଇପାରିବ। ଫେସବୁକ କ୍ଷେତ୍ରରେ ଏହା ଘଟିଛି। ଫେସବୁକ ପ୍ଲାଟଫର୍ମ ତାର ଶେଷ ଗନ୍ତବ୍ୟସ୍ଥଳରେ ଥିଲା ଏବଂ ବିଜିପିରେ ଏକ ତ୍ରୁଟି ହେତୁ ଫେସବୁକ ଅନ୍ୟ ନେଟୱାର୍କକୁ ଏହା ଇଣ୍ଟରନେଟରେ ଅଛି ବୋଲି କହିପାରିଲା ନାହିଁ।
ସୋମବାର ଫେସବୁକ, ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମରେ ଆସିଥିବା ତ୍ରୁଟି ପଛରେ ଡିଏନ୍‌ଏସ୍‌ ମଧ୍ୟ ଦାୟୀ ବୋଲି ଜଣାପଡିଛି। ଡିଏନ୍‌ଏସ୍‌ ଯଥା ଡୋମେନ ନେମ୍‌ ସିଷ୍ଟମ ଇଣ୍ଟରନେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଇଣ୍ଟରନେଟ ପାଇଁ ଏହା ଏକ ପ୍ରକାର ଫୋନବୁକ। ଏହା ହେଉଛି ଏକ ଉପକରଣ ଯାହା ଫେସବୁକ ପରି ଡୋମେନ ନାମକୁ ପ୍ରକୃତ ଇଣ୍ଟରନେଟ ପ୍ରୋଟୋକଲରେ ପରିଣତ କରେ। ଏକ ଡିଏନ୍‌ଏସ୍‌ ତ୍ରୁଟି ହେତୁ ଉପଭୋକ୍ତାଙ୍କର ବ୍ରାଉଜର୍‌ କିମ୍ବା ସ୍ମାର୍ଟଫୋନ ଆପ ଫେସବୁକର ସେବାକୁ ପ୍ରବେଶ କରିବାରେ ଅସମର୍ଥ ହେଲା।
ସୋମବାର ଅଘଟଣ ବିଷୟରେ ଫେସବୁକ ନିଶ୍ଚିତ କରିଛି ଯେ, ଏହା ସାଇବର ଆକ୍ରମଣ ନୁହେଁ। କମ୍ପାନୀ କହିଛି ଯେ, ଏହି ଅଘଟଣର ମୁଖ୍ୟ କାରଣ ହେଉଛି ଭୁଲ ସଂରଚନା ବିତରଣ (କନଫିଗେରେସନ ଚେଞ୍ଜ୍‌)। ଏହି ତ୍ରୁଟି କାରଣରୁ କମ୍ପାନୀର ୩.୫ ବିଲିୟନ ଉପଭୋକ୍ତା ସୋସିଆଲ ମିଡିଆ ଏବଂ ମେସେଜିଂ ସେବା ପାଇବାରେ ଅସୁବିଧା ଭୋଗୁଛନ୍ତି। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଏହି ଅଘଟଣରେ ଉପଭୋକ୍ତାଙ୍କ ତଥ୍ୟକୁ ନେଇ କୌଣସି ଟ୍ୟାମ୍ପରିଂ ହୋଇଛି ବୋଲି ଦର୍ଶାଇବାକୁ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ କୌଣସି ପ୍ରମାଣ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?