ଫିଲ୍ମରେ ଦିବ୍ୟାଙ୍ଗମାନଙ୍କୁ ସୁଯୋଗ ଦେବାକୁ ଅଭିନବ ପ୍ରୟାସ: ପ୍ରତିଭା ଦେଖାଇବେ ‘ସୁପର୍‌ ୨୨’

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ସେମାନେ ଦିବ୍ୟାଙ୍ଗ। ହେଲେ ନାଚିବା, ଗାଇବା ଓ ଅଭିନୟ କରିବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ଦକ୍ଷତା ରହିଛି। ସକ୍ଷମଙ୍କ ଭଳି ସବୁକିଛି କରିବାର ମନୋବଳ ବି ଅଛି। ବାସ୍‌ ପ୍ରତିଭା ଦେଖାଇବା ଲାଗି ଆବଶ୍ୟକ ହେଉଛି ଗୋଟିଏ ମଞ୍ଚ, ଯେଉଁଠି ସେମାନେ ନିଜ ଭିତରେ ଲୁକ୍କାୟିତ କଳାକୁ ବାହାରକୁ ଆଣିପାରିବେ ଓ ଦୁନିଆକୁ ଜଣାଇଦେବେ ଦିବ୍ୟାଙ୍ଗ ହେଲେ ବି ଆମେ ସକ୍ଷମ। ପ୍ରତିଭାବାନ୍‌ ଦିବ୍ୟାଙ୍ଗମାନଙ୍କୁ ଏଭଳି ଏକ ମଞ୍ଚ ଯୋଗାଇଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ସବ୍ୟସାଚୀ ଏବଂ ତାଙ୍କ ଦଳ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ସ୍ମାଇଲ୍‌ ପ୍ଲିଜ୍‌’ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଏକ ନିଆରା କାର୍ଯ୍ୟକ୍ରମ ‘ସୁପର୍‌ ୨୨’ ଶୋ। ଦିବ୍ୟାଙ୍ଗ କଳାକାରମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଆସନ୍ତା ୪ ତାରିଖରେ ନୟାପଲ୍ଲୀସ୍ଥିତ କ୍ରାଉନ୍‌ ହୋଟେଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ‘ସ୍ମାଇଲ୍‌ ପ୍ଲିଜ୍‌’ ପକ୍ଷରୁ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ସବ୍ୟସାଚୀ କହିଛନ୍ତି, ବିଗତ ଏକ ବର୍ଷ ହେବ ‘ସ୍ମାଇଲ୍‌ ପ୍ଲିଜ୍‌’ ଓଡ଼ିଶାର କୋଣାନୁକୋଣରୁ ପ୍ରତିଭାବାନ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବାର ଅଭିଯାନ ଚଳାଇଛି। ଏହି ଅଭିଯାନକୁ ଆଉ ପାଦେ ଆଗକୁ ନେଇ ୨୨ ଦକ୍ଷ ଏବଂ ବିଭିନ୍ନ କଳାରେ ନିପୁଣ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ‘ସୁପର୍‌ ୨୨ ଶୋ’ ଆୟୋଜନ କରିବାକୁ ସ୍ଥିର କରାଯାଇଛି। ମନୋରଞ୍ଜନ ତଥା ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଚରିତ୍ରରେ ଦିବ୍ୟାଙ୍ଗମାନଙ୍କୁ ଅଭିନୟ କରିବାର ସୁଯୋଗ ଦେବା ନିମନ୍ତେ ‘ସୁପର୍‌ ୨୨’ କାର୍ଯ୍ୟକରିବ। ଏହି ଦକ୍ଷତା ସନ୍ଧାନ କାର୍ଯ୍ୟକ୍ରମ ଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇପାରିବ ବୋଲି ସବ୍ୟସାଚୀ କହିଥିଲେ। ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉପସ୍ଥିତ ରହି କହିଥିଲେ, ‘ସୁପର୍‌ ୨୨’ ଦଳରେ ଦକ୍ଷତାସମ୍ପନ୍ନ ୮ ଦିବ୍ୟାଙ୍ଗ ମହିଳା ସାମିଲ ହୋଇଛନ୍ତି। ଦୃଢ଼ ଆମତ୍ବିଶ୍ୱାସ ସହ ବିଭିନ୍ନ ସାମାଜିକ ବାଧାବିଘ୍ନକୁ ପ୍ରତିହତ କରି ଆଜି ଏଠାରେ ପହଞ୍ଚତ୍ବାରେ ଏମାନେ ସଫଳ ହୋଇଛନ୍ତି। ‘ସ୍ମାଇଲ୍‌ ପ୍ଲିଜ୍‌’ ଟିମ୍‌ର କଠିନ ପରିଶ୍ରମ ଓ ନିରବଚ୍ଛିନ୍ନ ସାମାଜିକ କାର୍ଯ୍ୟକ୍ରମ ଯୋଗୁ ଏହା ସଫଳ ହୋଇପାରିଛି। ଦିବ୍ୟାଙ୍ଗମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ଅଭିଯାନ ଆରମ୍ଭ କରାଯାଇଥିବା ସେ କହିଥିଲେ। ‘ସୁପର୍‌ ୨୨’ ଦଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଦିବ୍ୟାଙ୍ଗମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରିଲ୍ୟୁଡ୍‌ ପ୍ରତିଷ୍ଠାତା ନିର୍ଦ୍ଦେଶକ ଏବଂ ମାଇଁ ସିଟି ଲିଙ୍କସ୍‌ ସମ୍ପାଦକ ସତ୍ୟବ୍ରତ ସାନୁ ରଥ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?