୬ ମାସ ପରେ ଖୋଲିଲା ବାଲୁଖଣ୍ଡ ପ୍ରକୃତି ନିବାସ: ଫୁଲ, ଚନ୍ଦନ ଦେଇ ପର୍ଯ୍ୟଟକଙ୍କୁ ସ୍ବାଗତ

ପୁରୀ ଅଫିସ, ୩।୧୧: ବାତ୍ୟା ଫନୀ ପରଠାରୁ ବନ୍ଦ ରହିଥିବା ପୁରୀର ବାଲୁଖଣ୍ଡ ପ୍ରକୃତି ନିବାସ ଠିକ୍‌ ୬ ମାସ ପରେ ଶନିବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏହା ଏବେ ପର୍ଯ୍ୟଟକଙ୍କ ରହଣି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିଛନ୍ତି। ପର୍ଯ୍ୟଟନ ଋତୁ ଆସୁଥିବାରୁ ପ୍ରକୃତି ନିବାସ ପୂର୍ବପରି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିବ। ଜଙ୍ଗଲ ଭିତରେ ପର୍ଯ୍ୟଟକମାନେ ରାତି ବିତାଇବା ସହ ପ୍ରକୃତିର ଭରପୂର ମଜା ନେଇପାରିବେ। ଏଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଡିଏଫ୍‌ଓ କହିଛନ୍ତି।
ଗତ ମେ’ ୩ ତାରିଖ ଫନୀରେ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ଅଭୟାରଣ୍ୟ ମଧ୍ୟରେ ରହିଥିବା ପ୍ରକୃତି ନିବାସ ମଧ୍ୟ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। କଟେଜ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବାବେଳେ ଏହା ପରିସରରେ ଥିବା ଗଛଗୁଡ଼ିକ ଧରାଶାୟୀ ହୋଇପଡିଥିଲା। ବନ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ସଜାଡ଼ି ଦିଆଯାଇଛି। କଲିକତାର ଡ. ବୈଦ୍ୟନାଥ ବିଶ୍ୱାସ ଓ ତାଙ୍କ ସ୍ତ୍ରୀ ପ୍ରକୃତି ନିବାସର ଚଳିତବର୍ଷର ପ୍ରଥମ ପର୍ଯ୍ୟଟକ ଭାବେ ଏଠାରେ ରହିଛନ୍ତି। ସେମାନଙ୍କ ସହ ଆହୁରି କେତେଜଣ ପର୍ଯ୍ୟଟକ ମଧ୍ୟ ରହିବା ପାଇଁ ବୁକିଂ କରିଛନ୍ତି। ପ୍ରଥମ ଦିନରେ ସମସ୍ତ ପର୍ଯ୍ୟଟକଙ୍କୁ ଫୁଲ ଓ ଚନ୍ଦନ ଦିଆଯାଇ ସ୍ବାଗତ କରାଯାଇଛି। ଏ ସମ୍ପର୍କରେ ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି, ପର୍ଯ୍ୟଟନ ଋତୁ ପୂର୍ବରୁ ଏହାର ପୁନରୁଦ୍ଧାର ଲକ୍ଷ୍ୟରେ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇଥିଲା। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ପର୍ଯ୍ୟଟକଙ୍କ ରହଣି ପାଇଁ ପ୍ରସ୍ତୁତ ହୋଇଯାଇଛି। ପ୍ରାୟ ଅଢ଼େଇ ଏକର ଜମିରେ ଏହି ପ୍ରକୃତି ନିବାସ କରାଯାଇଛି। ଏଠାରେ ୧୦ଟି ଶୀତତାପ ନିୟନ୍ତ୍ରିତ କଟେଜ୍‌ ରହିଛି। ପର୍ଯ୍ୟଟକମାନେ ବୁକିଂ କରି ଏଠାରେ ରାତ୍ରିଯାପନ କରିପାରିବେ। ଗୋଟିଏ କଟେଜ୍‌ରେ ଡବଲ ବେଡ୍‌ ସହିତ ଆନୁଷଙ୍ଗିକ ସୁବିଧା ମଧ୍ୟ ରହିଛି। ଯେଉଁମାନେ ଏଠାରେ ରହିବେ, ସେମାନଙ୍କୁ ଅଭୟାରଣ୍ୟରେ ବୁଲାଇବା ସହିତ ବୋଟିଂ ସୁବିଧା ଏବଂ ଖାଦ୍ୟପେୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଅଭୟାରଣ୍ୟ ବୁଲାଇବା ଲାଗି ୩ଟି ଇ-ଅଟୋ ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ସୁବିଧା ଅଛି। ଏପରି କି ରାତିରେ ହରିଣଙ୍କୁ ମଧ୍ୟ ଖୁବ୍‌ ନିକଟରୁ ପର୍ଯ୍ୟଟକମାନେ ଦେଖିପାରିବେ। ମୋଟାମୋଟି ପ୍ରକୃତି ଭିତରେ ରାତି କଟାଇବାକୁ ପ୍ରକୃତି ନିବାସ ହିଁ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଡିଏଫ୍‌ଓ କହିଛନ୍ତି। ସୂଚନାଥାଉ କି, ଶ୍ରୀମନ୍ଦିର ଏବଂ ସ୍ବର୍ଣ୍ଣାଭ ବେଳାଭୂମି ପ୍ରତି ଆକୃଷ୍ଟ ହୋଇ ପୁରୀ ସହରକୁ ପର୍ଯ୍ୟଟକମାନେ ଛୁଟି ଆସୁଛନ୍ତି। ସହର ଉପକଣ୍ଠରେ ବାଲୁଖଣ୍ଡ ଅଭୟାରଣ୍ୟ, ନୂଆନଈ ଆଦି ପ୍ରାକୃତିକ ବିଭବ ରହିଥିଲେ ହେଁ ତାହାର ମଜା ଉଠାଇପାରୁ ନ ଥିଲେ ପର୍ଯ୍ୟଟକ। ତେଣୁ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ରାଜ୍ୟ ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତି ନିବାସର ପରିକଳ୍ପନା କରାଯାଇଥିଲା। ପୁରୀ-କୋଣାର୍କ ରାସ୍ତାର ସୈକତ ନିବାସ ନିକଟ ନୂଆନଈ କୂଳରେ ୨୦୧୬ରେ ଏହା ତିଆରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri