ଫାଇଲ୍‌ ଆସୁଛି ହେଲେ ଚେୟାର୍‌ ଖାଲି

କାଶୀନଗର, ୨୬ା୬(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକ୍‌ କାର୍ଯ୍ୟାଳୟରେ ଏବେ କର୍ମଚାରୀ ଅଭାବ ଦେଖାଦେଇଛି। ବିଭିନ୍ନ ପଦବୀରେ କେହି ଅଧିକାରୀ ନାହାନ୍ତି। ଫାଇଲ୍‌ ପରେ ଫାଇଲ୍‌ ଆସୁଛି। କିନ୍ତୁ ଚେୟାର୍‌ ଖାଲି ଥିବାରୁ ଅଫିସ୍‌ କାମ ତ୍ୱରାନ୍ବିତ ହୋଇପାରୁନାହିଁ। ଖୋଦ୍‌ ବିଡିଓ ନିଜ ବ୍ଲକ୍‌ ସହ ୩ଟି ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବା କାର୍ଯ୍ୟ ସୁପରିଚାଳନା ଦିଗରେ ସଙ୍କଟ ସୃଷ୍ଟି କରିଛି।
ବ୍ଲକ୍‌ରେ ସମସ୍ତ ସମ୍ପ୍ରସାରଣ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି। ସେହିପରି କାର୍ଯ୍ୟାଳୟର ପିଏ ପଦବୀରେ ମଧ୍ୟ କେହି ନ ଥିବା ବେଳେ ବ୍ଲକ ସାମାଜିକ ନିରାପତ୍ତା ଅଧିକାରୀ (ବିଏସ୍‌ଏସ୍‌ଓ)ଙ୍କ ପଦବୀରେ ମଧ୍ୟ କେହି ନଥିବା ଜଣାପଡ଼ିଛି। ମୁଖ୍ୟ କିରାଣି ଓ କ୍ୟାଶିୟର୍‌ ବ୍ଲକ ଅଫିସ୍‌ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ । ନିକଟ ଅତୀତରେ ଏହି ଦୁଇଟି ପଦବୀରେ ଥିବା କର୍ମଚାରୀଙ୍କ ବଦଳି ହେବା ପରେ ସେମାନଙ୍କ ଚୌକି ମଧ୍ୟ ଖାଲି ପଡ଼ିଛି। ଏହା ବ୍ୟତୀତ ଏବେ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ୪ ଟି କାର୍ଯ୍ୟାଳୟର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ତହସିଲଦାରଙ୍କ ଲମ୍ବା ଛୁଟି ଓ କାଶୀନଗର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇିଥିବାରୁ ଉଭୟ କାର୍ଯ୍ୟାଳୟର ଦାୟିତ୍ୱ ମଧ୍ୟ ବିଡିଓଙ୍କୁ ଦିଆଯାଇଛି । ପାରମ୍ପରିକ ଭାବେ ସେ ମଧ୍ୟ ସବ୍‌ଟ୍ରେଜେରି ଅଫିସର ରହିଛନ୍ତି । ନିଜର ମୂଳ ଦାୟିତ୍ୱ ସହ ଅନ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଦାୟିତ୍ୱରେ ବିଡିଓ ରହିଥିବା ବେଳେ ବ୍ଲକ୍‌ ଅଫିସ୍‌ରେ ମୁଖ୍ୟ କିରାଣି ଓ କ୍ୟାଶିଅରଙ୍କ ବଦଳି ପରେ ସେମାନଙ୍କ ସ୍ଥାନରେ ଅନ୍ୟ କାହାକୁ ଦାୟିତ୍ୱ ଦିଆଯାଇ ନ ଥିବାରୁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ସରକାରୀ କାର୍ଯ୍ୟ କିଭଳି ସୁଚାରୁ ରୂପେ ସମ୍ପାଦନ ହୋଇପାରିବ ତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଚିନ୍ତାବ୍ୟକ୍ତ କରିଛନ୍ତି । ତେଣୁ ଜିଲା ପ୍ରଶାସନ ତୁରନ୍ତ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)।...

କୋରାପୁଟ ଲୋକସଭା ଆସନ: ୩ ଆଶାୟୀଙ୍କ ମଧ୍ୟରୁ କାଳୀରାମଙ୍କ ଉପରେ ଆସ୍ଥା ପ୍ରକଟ କଲା ଭାଜପା

ରାୟଗଡ଼ା,୨୪।୩(ଆଶିଷ ରଞ୍ଜନ ପଣ୍ଡା)-ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। କୋରାପୁଟରୁ ଜଣେ ମହିଳାଙ୍କ ସମେତ ୩ ପ୍ରମୁଖ...

ଚିଟ୍‌ଫଣ୍ଡ ନାଁରେ ୫କୋଟି ଠକେଇ, ମହିଳା ଫେରାର

ରାୟଗଡ଼ା,୨୩ା୩(ଆଶିଷ ରଞ୍ଜନ ପଣ୍ଡା): ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ ସ୍କିମ୍‌ ଓ ସୁଧ କାରବାର ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ଦିନକୁ ଦିନ...

ମା’ ମଝିଘରିଆଣୀ ହୁଣ୍ଡି ଟଙ୍କା ଗଣତି ଶେଷ: ବାହାରିଲା ୮୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାୟଗଡ଼ା,୧୮।୩(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଟଙ୍କା ଗଣତି ସୋମବାର ଶେଷ ହୋଇଛି। ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା...

ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ...

ହାର୍ଡଓ୍ବୟାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍‌ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍‌ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍‌ଟି ଏନଫୋର୍ସମେଣ୍ଟ ଡେପୁଟି...

ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri