ଫଲମୂଲ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ: ଶୋଷନ୍‌ର ଶିକାର ହେଉଛନ୍‌ ଆଦିବାସୀ

ଭବାନୀପାଟଣା,୧୪।୬ (ଡି.ଏନ୍‌.ଏ.):  କଳାହାଣ୍ଡି ଆର ରାୟଗଡ଼ା ସୀମାନାରେ ଥିବାର ନିୟମଗିରି ପରବତ ସିଘେ ୨ଶହରୁ ଅଧ୍‌କା ଆଦିବାସୀ ଡଙ୍ଗରିଆ ଆର ଝରଣିଆ କଁଧ୍‌ ପରିବାର ବାସ କରୁଛନ୍‌। ଭିନେ ଭିନେ ରୁତୁ ସମିଆରେ ଇମାନେ ସପୁରୀ, ଆମ୍‌, ପଣସ, କଦ୍‌ଲି, କମଲା, ଅମୁତଭଁଡ଼ା, କରଡ଼ି, ମାଡ଼ିଆ, ଆମ୍‌ଟଁାକୁଆ, ମକା ଜଂଗଲରେ ଉତ୍‌ପାଦନ କରବାର ସଂଗେ ବିକାଭଂଗା କରି କୁଟୁମ ପୁଷୁଛନ୍‌। ସେନ୍‌ତା ନିୟମଗିରି ପରବତ ସିଘେ ଶୀତଲ ପାଏନ୍‌ ପବନ ଲାଗି ସପୁରୀ ଚାଷ୍‌ ଭଲ ହେସି। ଇ ପରବତ୍‌ ସିଘେ କୁର୍ଲି, ଖମ୍ବେସି, ଖକ୍ରିରୀ, ଭାତ୍ରାଗୁମା, ଗଡ଼ଝଲି, ଆମବୁଣି, କୁଚେଲି, ହଟାସା ଲେଖେଁ ଗଁାର ଆଦିବାସୀମାନେ ମାସ ମାସ ଡେରା ପକେଇ ଇ ଚାଷ୍‌ କରସନ୍‌। ବଡ଼ଭାରି ହିସାବେ ନିୟମଗିରି ସିଘେ ଥିବାର ନାଚନୀଗୁଡ଼ା, ଲେପଟାଗୁଡ଼ା, ଲଡ଼ାଙ୍ଗ, ଅମଠାପଦର, ତାଡ଼ିଝୁଲା, ପାଲବେରୀ, କୁନାକାଡୁ, ଫୁଲଡୁମେର, ହରଡ଼ାପଦର, ଖମ୍ବେସି, ଜର୍ପା ଲେଖେଁ ବହୁତଟେ ଗଁାମାନକେ ବଡ଼ଭାରି ହିସାବେ ସପୁରୀ, ଆମ୍‌, ପଣସ, ଅମୁତଭଁଡ଼ା ଆର କଦ୍‌ଲି ଉତ୍‌ପାଦନ ହେସି। ସପୁରୀ, ପଣସ, ଆମ୍‌ ଆର ଦେଶୀ କଦ୍‌ଲିକେ ବିକ୍‌ବାର ଲାଗି ରାୟଗଡ଼ା ଜିଲାର ଚାଟିକନା, ବିଷମକଟକ, ମୁନିଗୁଡ଼ା, ଆମ୍ବାଦୋଲା ଆର କଳାହାଣ୍ଡି ଜିଲାର ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼ ହେଇ ଭବାନୀପାଟଣାକେ ଆନସନ୍‌। ହେଲେ ନିୟମଗିରି ଅଂଚଲରେ ଶୀତଲଭଣ୍ଡାର ଅଭାବୁ ଇମାନେ ଫଲମୂଲକେ ବେଶୀଦିନ୍‌ ବେଉଁତ କରି ରଖି ନାଇଁପାରବାର। ଶେଷେ ଉପେ ଶୂଇନ୍‌ ହେଇ ଇମାନେ ସସ୍‌ତାରେ ଫଲମୂଲ ବିକୁଛନ୍‌। ବାହାର ରାଏଜ୍‌ ସରକାରକଁର ଆଦିବାସୀ ଉନ୍ନୟନ ବିଭାଗ ତରଫୁ ଇ ଅଂଚଲରେ ଗୁଟେ ଆଦିବାସୀ ଜନଜାତି ବଜାର କରାଯାଇଛେ। ହେଲେ ପୋରଛାହନ୍‌ ଆର ଦେଖ୍‌ଭାଲ ଅଭାବୁ ଏହେଦ୍‌କା ସେଟା ଅସାମାଜିକ ଲୁକ୍‌କର ପାଏନ୍‌ଘାଟ ପାଲଟିଛେ। ଏନ୍‌ତାଥି ଛତିଶଗଡ଼ ଆର ଆନ୍ଧ୍ରପ୍ରଦେଶର ବେପାରୀମାନେ ଡଙ୍ଗରିଆ କଁଧ୍‌କର ସରଲତାର ସୁଯୋଗ ନେଇ ସପୁରୀ ଗୁଟାକ ୨ରୁ ୩ ଟଁକା ଦେଇ ଘିନି ନେଉଛନ୍‌। ସେମାନେ ତାକର ରାଏଜେ ଗୁଟାକ ୫୦ରୁ ୭୦ ଟଁକାରେ ବିକି ମାଲେମାଲ ହେଉଛନ୍‌। ସପୁରୀରୁ ମଦ, ଜେଲି, କେକ୍‌, ଆଚାର ଲେଖେଁ ଭିନେ ଭିନେ କିସମର ଖାଏଲା ଜିନିଷ ତିଆର କରି ଦଲାଲମାନେ ମୁଟା ଟଁକା କମଉଛନ୍‌। ଗଲା ୫ ବଛର ତଲେ ରାଏଜ୍‌ ସରକାରକଁର ଆଦିବାସୀ ଉନ୍ନୟନ ବିଭାଗ ନିୟମଗିରି ଅଂଚଲରେ ଉତ୍‌ପାଦିତ ସପୁରୀ ଆଦି ଫଲମୂଲରୁ ଆଦିବାସୀମାନେ କେନ୍‌ଥେଇ ଅଧ୍‌କା ଲାଭ ପାଇପାରବେ ସେ ଦିଗେ ଚିନ୍‌ତା କରିଥିଲେ। ସେଥିରଲାଗି ଅଂଚଲରେ ୨ କୋଟି ଟଁକା ଖରଚ୍‌ରେ ଗୁଟେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଆର ଶୀତଲଭଣ୍ଡାର ଥାପନ କରବାର ଯୋଜନା କରିଥିଲେ। ହେଲେ ଦୁଖର କଥା ସେଟା ଆଏଜ୍‌ତକ କାଯ୍‌କାରୀ ନାଇଁ ହେଇପାରି। ଯେନ୍‌ଥିରଲାଗି ଆଦିବାସୀମାନେ ବଛରକୁତା ହାଡ଼ଭଂଗା ପରିଶ୍‌ରମ କରି ଉତ୍‌ପାଦନ କରୁଥିବାର ଫଲମୂଲ ସସ୍‌ତାରେ ବିକି ଶୋଷନ୍‌ର ଶିକାର ହେଉଛନ୍‌। ଇ ଦିଗେ କେନ୍ଦ୍ର ଆରା ରାଏଜ୍‌ ସରକାର ଦୁରୁଷ୍‌ଟି ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri