ଫନୀ ମହାବାତ୍ୟାକୁ ପୂରିଲା ସାଢେ ୭ ମାସ : କାରିଗରଙ୍କୁ ମିଳିଲାନି ସହାୟତା ରାଶି

ଯାଜପୁର ଅଫିସ,୧୭ା୧୨- ଫନୀ ବାତ୍ୟା ପାଇଁ ଜଳ ସମ୍ପଦ ବିଭାଗର କ୍ଷୟକ୍ଷତି ଆକଳନ କରାଯାଇ ୩୭୦କୋଟି ୪୦ ଲକ୍ଷ ୫୦ ହଜାର ଟଙ୍କାର ବିବରଣୀ ପ୍ରଦାନ କରାଯାଇଥିଲା। ଏଥିରେ ବୃହତ୍‌ ଓ ମଧ୍ୟମ ଧରଣର ଜଳସସେଚନ ପ୍ରକଳ୍ପରେ ୩୧୧ କୋଟି ୬୫ ଲକ୍ଷ ୩୪ ହଜାର ଟଙ୍କା, ଡ୍ରେନେଜ ବିଭାଗରେ ୯କୋଟି ୩୮ଲକ୍ଷ ୩୬ହଜାର ଟଙ୍କା ଓ ଉଠାଜଳସେଚନ ପ୍ରକଳ୍ପରେ ୪୯କୋଟି ୩୬ଲକ୍ଷ ୮୦ହଜାର ଟଙ୍କା ଏସଆରସି (ସ୍ବତନ୍ତ୍ର ରିଲିଫ କମିଶନ)ରେ ଦାଖଲ ହୋଇଥିଲା। କିନ୍ତୁ ଅଦ୍ୟାବଧି ଏବାବଦକୁ କୌଣସି ଅର୍ଥ ଏସ୍‌ଆରସିଙ୍କ ଦ୍ୱାରା ପ୍ରଦାନ କରାଯାଇ ନାହିଁ। ଏହିକ୍ରମରେ ଯାଜପୁର ଜିଲାର ୩୦୬୭ କାରିଗରଙ୍କ କଞ୍ଚାମାଲ, ନିର୍ମାଣ ସାମଗ୍ରୀ, ଯନ୍ତ୍ରପାତି ଓ କର୍ମଶାଳା ପ୍ରଭୃତି କ୍ଷତିଗ୍ରସ୍ତ ହୋଇଛି। ଏହାର ପରିମାଣ ସମୁଦାୟ ୩ କୋଟି ୮୮ ଲକ୍ଷ ୪୦ ହଜାର ୬୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ଫନୀକୁ ସାଢେ ୭ ମାସ ପୁରି ଯାଇଥିବାବେଳେ ଆବଶ୍ୟକ କ୍ଷତିପୂରଣ ନ ମିଳିବାରୁ ଜିଲାର ଗରିବ ହସ୍ତଶିଳ୍ପ କାରିଗରଙ୍କ ଦାନାପାଣି ସଙ୍କଟରେ ଗତି କରୁଛି।
ଗତ ମେ ୩ରେ ହୋଇଥିବା ବାତ୍ୟା ଫନୀ ହସ୍ତଶିଳ୍ପ କାରିଗରଙ୍କ ଜୀବନଜୀବିକାକୁ ସଙ୍କଟରେ ପକାଇଥିଲା। ଏଥିରେ ଜିଲାର ୧୦ଟି ବ୍ଲକ ଓ ୨ ପୌରାଞ୍ଚଳରେ ୩୦୬୭ ଜଣ କାରିଗର ଫନୀ ଯୋଗୁ ପ୍ରଭାବିତ ହୋଇଥିଲେ। ଏଥିରେ ହସ୍ତଶିଳ୍ପଙ୍କ ବିଭିନ୍ନ କଞ୍ଚାମାଲ, ନିର୍ମାଣ ସାମଗ୍ରୀ, କର୍ମଶାଳା, ମୂର୍ତ୍ତି, କୋଇଲା, ବୈଦ୍ୟୁଦିକ ଯନ୍ତ୍ରପାତି ଆଦି କ୍ଷତିଗ୍ରସ୍ତ ହୋଇଥିଲା। କାରିଗରଙ୍କ କାଇଁଚ, ନିର୍ମାଣ ସାମଗ୍ରୀ, ପଥର କାରିଗରଙ୍କ କଞ୍ଚାମାଲ ଓ କର୍ମଶାଳା ଘର ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା। ଏହାବାଦ କଂସାପିତ୍ତଳ ଏବଂ ଚେରାକୋଟା ନିର୍ମାଣରେ କୁଣ୍ଡପାଟଣା, ବାଲିପାଟଣା, ଅତଲାପୁର, ସାମନ୍ତପୁର, ବୈଦ୍ୟରାଜପୁର, ବୁଗୁଡି, ପଣସୁଧା, ଲକ୍ଷ୍ମୀନଗର, ପ୍ରଥମାଖଣ୍ଡି, ଗୋପାଳପୁର, ଲକ୍ଷ୍ମୀନଗର ଆଦି ଗ୍ରାମର କାରିଗରମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଏନେଇ କାରିଗରଙ୍କ ପକ୍ଷରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଡିଆନ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାବାଦ ଗତ ନଭେମ୍ବର ୨୨ରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ବିଧାନସଭା ଘେରାଉ କରିଥିଲେ। ହେଲେ ଏଯାଏ କୌଣସି ସୁଫଳ ନ ମିଳିବାରୁ ଫନୀ ପ୍ରଭାବିତ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାବାଦ ୨୦୧୮ ମାର୍ଚ୍ଚରେ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଏବଂ ଉନ୍ନୟନ ପରିଷଦ ଗଠନ ହୋଇଛି। ଏଥିପାଇଁ ୨୦କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। କିନ୍ତୁ ବିଡମ୍ବନା ଯେ, ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଅସହଯୋଗ କାରଣରୁ ଏହି ପରିଷଦ ଏଯାଏ ସକ୍ରିୟ ହୋଇପାରି ନାହିଁ। ଫଳରେ ମଞ୍ଜୁର ହୋଇଥିବା ଅର୍ଥ କାରିଗରଙ୍କ ହିତରେ ଆସି ପାରିନାହିଁ ବୋଲି ଅଭିଯୋଗ ଉଠିଛି। ଓଡ଼ିଶା ଶିଳ୍ପୀ ମହାସଂଘର ସଂଗଠନ ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି ଆଜିକୁ ଫନୀ ମହାବାତ୍ୟାକୁ ସାଢେ ୭ମାସ ପୁରିଲାଣି। କିନ୍ତୁ ରାଜ୍ୟ ସରକାର ନିଜେ ଘୋଷଣା କରିଥିବା ଶିଳ୍ପୀ ଓ ବୁଣାକାର କାରିଗରଙ୍କ ପାଇଁ କୌଣସି ସହାୟତା ମିଳିପାରି ନାହିଁ। ନିଜେ ମୁଖ୍ୟମନ୍ତ୍ରୀ ଗତ ମେ ମାସରେ ରାଜ୍ୟର ଫନି କ୍ଷତିଗ୍ରସ୍ତ ୬୦ହଜାର ବୁଣାକାର ଓ ୭୦ ହଜାର ହସ୍ତଶିଳ୍ପୀଙ୍କ ପାଇଁ ପ୍ରତ୍ୟେକଙ୍କୁ ୮,୨୦୦ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ଉଭୟ ବୟନଶିଳ୍ପ ଓ ହସ୍ତ ଏବଂ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଆଜକୁ ୪ମାସ ହେବ ୧୪ଟି ଜିଲାର ଲକ୍ଷାଧିକ କାରିଗରଙ୍କ ନାମ ସର୍ଭେ କରାଯାଇଛି। ସରକାରଙ୍କ ନିକଟରେ ଏହା ଜମା କରାଯାଇଥିଲେ ମଧ୍ୟ ତାହାର ସୁଫଳ ମିଳିପାରି ନାହିଁ। ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ମନୋଜ କୁମାର ବେହେରାଙ୍କୁ ପଚାରିବାରେ, ଏଯାଏ ଅନୁଦାନ ଆବଣ୍ଟିତ ହୋଇ ନ ଥିବାରୁ କାହାରିକୁ ଫନୀ କ୍ଷୟକ୍ଷତି ସହାୟତା ପ୍ରଦାନ କରାଯାଇ ନାହିଁ। ଏନେଇ ବିଭାଗ ପକ୍ଷରୁ ତ୍ୱରାନ୍ବିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri