ଫନୀ : କୃଷ୍ଣପ୍ରସାଦବାସୀ ଆତଙ୍କିତ

କୃଷ୍ଣପ୍ରସାଦ,୧।୫(ଡି.ଏନ.ଏ.)-ଫାଇଲିନ, ହୁଡୁହୁଡୁ,ତିତିଲି ବାତ୍ୟା ଭୟ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ସାମୁଦ୍ରିକ ଝଡ ଫନୀ ଆସିବା ନେଇ କୃଷ୍ଣପ୍ରସାଦ ଅଞ୍ଚଳବାସୀ  ଆତଙ୍କିତ ହୋଇପଡିଛନ୍ତି। କେତେକ ଲୋକ ଅଞ୍ଚଳ ଛାଡି ସହରମାନଙ୍କରେ ନିଜ ସର୍ମ୍ପକୀୟମାନଙ୍କ ଘରକୁ ଚାଲିଯାଉଥିବା ଜଣାଯାଇଛି । ବାତ୍ୟା ଭୟରେ ଚାଷୀମାନେ ଟାଇଚୁନ ଧାନ ଅଧା ପାଚିଲାରୁ ଅମଳ କରି ନେଉଥିବା ଦେଖାଯାଉଛି। ଏ ସମ୍ପର୍କରେ ପିଟିଶାଳ ଗ୍ରାମର ଆରତ ପଲେଇ କୁହନ୍ତି , ଗତ ୩ଟି ବାତ୍ୟାରେ ଘରଦ୍ୱାର ସହିତ ଫସଲ ବହୁ ପରିମାଣରେ ନଷ୍ଟ ହୋଇଯାଇଥିଲା। ସେହି ଛାନିଆ ମନରୁ ଏଯାଏ ଯାଇନାହିଁ। ଏବେ ଫନୀ ବାତ୍ୟା ଭୟରେ ଜମିରେ ହୋଇଥିବା ଧାନ ଫସଲ ଅଧା ପାଚିଲାରୁ ମେଶିନ୍‌ ଦ୍ୱାରା ଅମଳ କରିବାରେ ଲାଗିଛୁ। ସମୁଦ୍ର କୂଳରେ ଥିବା ସିଆଣ୍ଡି,ନବା,ରାମଲେଙ୍କା,ଖିରିସାହି  ଅଞ୍ଚଳର ମତ୍ସ୍ୟଜୀବୀମାନେ ନିଜ ଡଙ୍ଗାକୁ ସୁରକ୍ଷିତ ରଖିବା ପାଇଁ ବାଲି ଉପରକୁ ଟାଣି ଆଣି ବାଉଁଶ ପୋତି ବାନ୍ଧିବାରେ ଲାଗିଛନ୍ତି। ସଂପୃକ୍ତ ବ୍ଲକରେ ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୃହ ରହିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅଧା ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛ। କେଉଁଠି ବିଦ୍ୟୁତ୍‌ ନାହିଁ ତ କେଉଁଠି ପାଣି ମୋଟର ଅଚଳ ହୋଇପଡିଛି । ସ୍ବଳ୍ପ ସମୟ ମଧ୍ୟରେ ଏ ସବୁ ମରାମତି କରାଯାଇ କିଭଳି ଭାବରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଗୃହକୁ ସ୍ଥାନାନ୍ତର  କରାଯିବ ତାହା ଏବେ ଚିନ୍ତାର ବିଷୟ ହୋଇଛି।  ଜିଲାସ୍ତରରେ ଏହାର ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ଆଖିରୁ ନିଦ ହଜିଯାଇଛି ା ଆଉ ଗୋଟିଏ ଦିନରେ ଲୋକମାନଙ୍କୁ ଡାକବାଜି ଯନ୍ତ୍ର, ସଭା ସମିତି ଦ୍ୱାରା କିଭଳି ଭାବରେ ସଜାଗ କରାଯାଇପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଙ୍ଗଳବାର ରାତ୍ରରେ ଜିଲାପାଳଙ୍କ ସଭାଗୃହରେ ସଚେତନ ପାଇଁ ଏକ ସଭାର ଆୟୋଜନ କରାଯାଇଛି ା ଏ ସମ୍ପର୍କରେ ଦଳିତ ସେବା ସଙ୍ଗଠନର ସମ୍ପାଦକ ପ୍ରବୀର କୁମାର ନାୟକ ଙ୍କୁ ପଚାରିବାରେ ସେ  ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କମିଟିର ସଦସ୍ୟମାନଙ୍କୁ ଏ ନେଇ  ସଜାଗ ରହିବା ନିମନ୍ତେ ସଚେତନ କରାଯାଇଥିବା କହିଥିଲେ। ଗର୍ଭବତୀ,ଦିବ୍ୟାଙ୍ଗମାନଙ୍କୁ ପ୍ରଥମେ ଉପକୂଳ  ଅଞ୍ଚଳରୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲଟିଂ ହେଉଥିବା ଅଞ୍ଚଳରେ ଲାଗୁଛି ଷ୍ଟ୍ରିଟ୍ ଲାଇଟ୍‌: ଆବଶ୍ୟକ ସ୍ଥାନରେ ନାହିଁ, ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହଟାଇବାକୁ….

ପୁରୁଷୋତ୍ତମପୁର, ୨୧।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସହରରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବିରେ ଦିବ୍ୟାଙ୍ଗ ଯୁବ ଆଇନଜୀବୀ ସନ୍ତୋଷ…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri