ପ୍ରୋତ୍ସାହନ ଅଭାବ, ଆଳୁ ଚାଷୀ ଅବହେଳିତ: ସମୟ ଗଲାପରେ ଅନୁଦାନ ମଞ୍ଜୁର, ୧୩.୩୩ ହେକ୍ଟର ଆଳୁ ଚାଷ ପାଇଁ ୧.୩୩ ଲକ୍ଷ

ଯାଜପୁର ଅଫିସ,୨ା୬- ସାରା ରାଜ୍ୟରେ ପନିପରିବା ଚାଷ ପାଇଁ ଯାଜପୁର ଜିଲା ପ୍ରସିଦ୍ଧି ଲାଭ କରିଛି। ଜିଲାର ରସୁଲପୁର, ସୁକିନ୍ଦା, ଦାନଗଦୀ, ବିଞ୍ଝାରପୁର, ବରୀ ଆଦି ବ୍ଲକର ନଦୀପଠା ଅଞ୍ଚଳର ଚାଷୀ ପନିପରିବା ସହ ଆଳୁ ଚାଷକୁ ମଧ୍ୟ ପ୍ରାଧାନ୍ୟ ଦେଇଥାନ୍ତି। ହେଲେ କୃଷି କିମ୍ବା ଉଦ୍ୟାନ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଆଳୁ ଚାଷୀ ସେତେଟା ପ୍ରୋସତ୍ାହନ ପାଇପାରୁ ନ ଥିବା ଅଭିଯୋଗ ଉଠିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଆଳୁ ଚାଷ (ରବି) ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ସ୍କିମ ଡେଭଲପମେଣ୍ଟ ଯୋଜନାରେ ଯାଜପୁର ଜିଲାକୁ ହେକ୍ଟର ପ୍ରତି ୧୦ହଜାର ଟଙ୍କା ଆକାରରେ ୧ଲକ୍ଷ ୩୩ହଜାର ଟଙ୍କା ମଞ୍ଜୁର ହୋଇଛି ା ସାଧାରଣତଃ ଜିଲାର ଆଳୁ ଚାଷୀ ବର୍ଷର ଡିସେମ୍ବର କିମ୍ବା ଜାନୁୟାରୀ ମାସରେ ଆଳୁ ଚାଷ କରିଥାନ୍ତି ା କିନ୍ତୁ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହୋଇ ସାରିଥିବାବେଳେ ଏଯାଏ ଜିଲାର ଅଧିକାଂଶ ଚାଷୀ ଆଳୁ ଚାଷ ପାଇଁ କୌଣସି ସହାୟତା ପାଇ ନ ଥିବା ଜଣାପଡିଛି ା

ଜିଲାର ପ୍ରାୟ ୧୨୦୦ ହେକ୍ଟର ଜମିରେ ଆଳୁ ଚାଷ ହୋଇଥାଏ ା ଚାଷୀ ବଜାରରୁ ଆଳୁ ମଞ୍ଜି କିଣି ଚାଷୀ ଚାଷ କରିଥାଏ। ଗତ ରବି ଋତୁରେ ଆଳୁ ଚାଷ ସମୟରେ ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ମଞ୍ଜି ଯୋଗାଇ ଦିଆଯାଇଥିଲା। ହେଲେ ବଜାର ଦରଠାରୁ ସରକାରୀ ଦର ଅଧିକ ହୋଇଥିବାରୁ ଚାଷୀ ମହଲରେ ସେତେବେଳେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସେ ସମୟରେ ସରକାରୀସ୍ତରରେ ଆଳୁ ଚାଷୀଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇ ନ ଥିଲା। ଫଳରେ ଜିଲାର ଚାଷୀ ଉପଯୁକ୍ତଭାବେ ଆଳୁ ଚାଷରେ ଲାଭବାନ ହେଉ ନ ଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ରାଜ୍ୟ ଉଦ୍ୟାନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଆଳୁ ଚାଷୀ ପାଇଁ ୩୮୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ଯାଜପୁର ଉଦ୍ୟାନ ବିଭାଗ ସହନିର୍ଦ୍ଦେଶକ କାର୍ଯ୍ୟାଳୟକୁ ୧୩.୩୩ ହେକ୍ଟର ଜମିରେ ୨୦୦ କୁଇଣ୍ଟାଲ ଆଳୁ ମଞ୍ଜି ଯୋଗାଇ ଦିଆଯାଇଥିବା ଦର୍ଶାଯାଇଛି ା ଏଥିପାଇଁ ୩ ପର୍ଯ୍ୟାୟ ନରମାଲ, ଏସ୍‌ସିପି ଓ ଟିଏଏସପି ଜରିଆରେ ହେକ୍ଟର ପ୍ରତି ୧୦ ହଜାର ଟଙ୍କା ଆକାରରେ ୧ଲକ୍ଷ ୩୩ ହଜାର ଟଙ୍କା ଆବଣ୍ଟିତ ହୋଇଥିବା କୁହାଯାଇଛି। ଏଥିପାଇଁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୨/୫୬୪୫/୨୭ା୫ା୨୦୧୯ରେ ରାଜ୍ୟର ସମସ୍ତ ବିଭାଗୀୟ ଉପନିର୍ଦ୍ଦେଶକ ଓ ସହନିର୍ଦ୍ଦେଶକଙ୍କୁ ସୂଚିତ କରାଯାଇଛି। ରାଜ୍ୟର ୨୧ ଜିଲାର ୩୫ଟି ଉପନିର୍ଦ୍ଦେଶକ ଓ ସହନିର୍ଦ୍ଦେଶକ କାର୍ଯ୍ୟାଳୟ ଅଧୀନସ୍ଥ ୫୦୮.୯୧୭ ହେକ୍ଟର ଜମିରେ ୭୬୩୩ କୁଇଣ୍ଟାଲ ଆଳୁ ମଞ୍ଜି ବଣ୍ଟନ ହୋଇଛି ଏବଂ ଏଥିପାଇଁ ୫୦ଲକ୍ଷ ୮୯ ହଜାର ୧୭୦ ଟଙ୍କା ମଞ୍ଜୁର ହୋଇଛି। ଅନ୍ୟପକ୍ଷେ ୨୦୧୮-୧୯ର ରବି ଋତୁ ଆଳୁ ଚାଷ ସମୟର ପ୍ରାୟ ୪ମାସ ଅତିକ୍ରାନ୍ତ ହୋଇସାରିଛି। ଏହିକ୍ରମରେ ଚାଷୀ କୌଣସି ସହାୟତା ପାଇ ନ ଥିବାବେଳେ ବିଭାଗୀୟ ଆବଣ୍ଟିତ ଅନୁଦାନ କୁଆଡେ ଗଲା ବୋଲି ଏବେ ଚାଷୀ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଜିଲାରେ ଏଭଳି ଭାବେ ବାଇଗଣ, କୋବି, ଲଙ୍କା, ଟମୋଟା, ଆଳୁ ଆଦି ପନିପରିବା ଚାଷୀ ବିଭିନ୍ନ ସମୟରେ ଅବହେଳିତ ହୋଇ ଆସୁଥିଲେ ହେଁ କୌଣସି ଉଦ୍ୟାନରେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନାହିଁ। ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କର୍ମ ଯୋଜନା, ସମନ୍ବିତ ତୈଳବୀଜ ଯୋଜନା, ଇ-ରୋଗପୋକ ସର୍ବେକ୍ଷଣ, କୃଷି ସହାୟକ କେନ୍ଦ୍ର ଯୋଜନା, ଜାତୀୟ ଉଦ୍ୟାନ କୃଷି ମିଶନ, ଜାତୀୟ ଔଷଧିୟ ଚାଷ ମିଶନ, ଜାତୀୟ ଅନୁଜଳସେଚନ ମିଶନ ଆଦି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଅଥଚ ଯୋଜନାଗୁଡିକ ଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଜିଲାର ପନିପରିବା ଚାଷୀଙ୍କ ଆର୍ଥତ୍କ ସ୍ଥିତି ସୁଦୃଢ ହୋଇ ପାରୁ ନ ଥିବା ଦେଖିବାକୁ ମିଳିଛି। ଏଥିପାଇଁ ଜନପ୍ରତିନିଧିଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହୁଥିଲେ ହେଁ ସେମାନେ କେବଳ ଠିକାଦାରୀ ରାଜନୀତିରେ ବ୍ୟସ୍ତ ରହି ପନିପରିବା ଚାଷୀଙ୍କ ସ୍ବାର୍ଥକୁ ଭୁଲି ଯାଉଛନ୍ତି। ତେଣୁ ଜିଲାରେ ଆବଶ୍ୟକୀୟ ପରିମାଣର ଶୀତଳ ଭଣ୍ଡାରଟିଏ ମଧ୍ୟ ପ୍ରତିଷ୍ଠା ହୋଇପାରୁ ନାହିଁ। ଚାଷୀ ପନିପରିବା ଚାଷ କରୁଛି ସତ, ହେଲେ ଏଠାରେ ବଜାର ବ୍ୟବସ୍ଥା ନାହିଁ। ଫଳରେ ପରିଶ୍ରମ ଅନୁସାରେ ଚାଷୀ ଉପଯୁକ୍ତ ଦରରେ ପନିପରିବା ବିକ୍ରି କରି ନ ପାରି କ୍ଷତିରେ ରହୁଛି। ଅନେକ ସମୟରେ ପନିପରିବା ପଚିସଢି ଯିବା ଆଶଙ୍କାରେ ବ୍ୟବସାୟୀଙ୍କୁ କମ ଦରରେ ବିକ୍ରି କରିଦେଉଛି। ପଶ୍ଚିମବଙ୍ଗ ରାଜ୍ୟରେ ସରକାର ପନିପରିବା ଚାଷୀଙ୍କ ପାଇଁ ମଣ୍ଡିର ବ୍ୟବସ୍ଥା କରିଛି ା ଫଳରେ ସେଠାକାର ଚାଷୀ ପନିପରିବା ଚାଷ କରି ଅଧିକ ଲାଭବାନ ହେଉଛନ୍ତି। ସେହିପରି ପ୍ରୋସତ୍ାହନ ଓଡିଶା ସରକାରଙ୍କ ପାଖରେ ନ ଥିବାରୁ ବହୁ ଚାଷୀ ଆଉ ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି ା ଚାଷୀ ରବୀନ୍ଦ୍ର ବେହେରା ଓ ସୁଶାନ୍ତ ବେହେରା କୁହନ୍ତି, ଡିସେମ୍ବରରେ ପ୍ରତ୍ୟେକ ଚାଷୀ ପରିବାର ପ୍ରାୟ ୪/୫ ଗୁଣ୍ଠ ଲେଖାଏଁ ଆଳୁ ଚାଷ କରିଥାନ୍ତି। ହେଲେ ଏଯାଏ କୌଣସି ସରକାରୀ ସହାୟତା ମିଳିନାହିଁ। ଏଭଳି ସ୍ଥିତିରେ ୨୦୧୮-୧୯ ଆର୍ଥିକ ବର୍ଷର ଆଳୁ ଚାଷ ସମ୍ବନ୍ଧୀୟ ଅନୁଦାନ କାହା ପାଖକୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ଯୋଜନା ନିଶ୍ଚିତ ଭାବେ ପରିଚାଳନା ହେବା କଥା। ଅନୁଦାନ ଖର୍ଚ୍ଚ ହେବା ପରେ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସୱ ନିରୀକ୍ଷକ

ମାଲକାନଗିରି,୫।୭(ଦୁର୍ଯ୍ୟଧନ ପାତ୍ର):  ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲାରେ।  ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri