ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଘୋଷଣା କରିସାରିଲେଣି। ଯେଉଁସବୁ ସ୍ଥାନରେ ଦଳଗୁଡ଼ିକ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ସେଠାରେ ପ୍ରଚାର କାର୍ଯ୍ୟ ଜୋରଦାର ହେବାରେ ଲାଗିଛି। ହେଲେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବେ ଉଭୟ ପ୍ରାର୍ଥୀ ଏବଂ କର୍ମୀଙ୍କୁ ଅଡୁଆ ପରିସ୍ଥିତିରେ ପକାଇଛି। ଅସହ୍ୟ ଗରମ କାରଣରୁ ପ୍ରାର୍ଥୀମାନେ ଠିକଣା ଢଙ୍ଗରେ ପ୍ରଚାର କରିପାରୁନାହାନ୍ତି। ଲୋକମାନେ ମଧ୍ୟ ପ୍ରବଳ ଖରା କାରଣରୁ ବାହାରକୁ ବାହାରିବାକୁ ନାରାଜ। ଅନ୍ୟପଟେ ଯଦି କୌଣସି କାରଣରୁ ଖରାରେ ନିର୍ବାଚନୀ ରାଲି କିମ୍ବା ଜନସଭା ଆୟୋଜନ କଲେ କାହାର କିଛି ଅସୁବିଧା ହୁଏ ଏଥିଲାଗି ଦାୟୀ କିଏ ରହିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ଏହାରି ଭିତରେ ଖରା କାରଣରୁ ରାଜନୈତିକ ଦଳଗୁଡିକ କିପରି ପ୍ରଚାର କରିବେ ଏବଂ କେଉଁ ସମୟରେ କରିବେ ସେନେଇ ବିଧିବଦ୍ଧ ଭାବେ ମାର୍ଗଦର୍ଶିକା କିମ୍ବା ପ୍ରେସ୍‌ ବିଜ୍ଞପ୍ତି ଜାରି କରି କିଛି ସୂଚନା ଦେଉନାହାନ୍ତି। ଖରା କାରଣରୁ ନେତାମାନେ ଏବେ ଡିଜିଟାଲ ପ୍ରଚାର ଉପରେ ବିଶେଷ ଧ୍ୟାନ ଦେବାରେ ଲାଗିଛନ୍ତି। କେବଳ ଡିଜିଟାଲ ପ୍ରଚାରରେ ଭୋଟ୍‌ ହେବା ସମ୍ଭବ ହୋଇ ନ ଥିବାବେଳେ ଆଗକୁ ଖରା ଆହୁରି ବଢ଼ିବ। ତେଣୁ ପ୍ରାର୍ଥୀମାନେ କିପରି ପ୍ରଚାର କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତେବେ ସବୁ ଦଳ କିନ୍ତୁ ସକାଳେ ଏବଂ ସାରେ ପ୍ରଚାର କରୁଥିବା ଯୁକ୍ତି ବାଢୁଛନ୍ତି। ହେଲେ ବହୁ ସ୍ଥାନରେ ନେତାମାନେ ରୌଦ୍ର ଖରାରେ ଅନେକ ସ୍ଥାନରେ ପହଞ୍ଚୁଥିବା ବେଳେ ସେମାନଙ୍କୁ ଅପେକ୍ଷା କରି ବହୁ କର୍ମୀ ଜଗି ରହୁଥିବା ଦୃଶ୍ୟ ନେତାମାନଙ୍କ ସାମାଜିକ ଗଣମାଧ୍ୟମରେ ଆସୁଥିବା ପୋଷ୍ଟରୁ ଜଣାପଡୁଛି।
ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, ସବୁବେଳେ ସରକାରୀ ନିୟମକୁ ମାନିକି ଚାଲିଥାଏ। ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ଯିବାକୁ ଯାହା ସରକାର ନିୟମ କରିଛନ୍ତି ତାକୁ ପାଳନ କରୁଛୁ। ଯାହା ଯାଉଛୁ ସକାଳ ୭ଟା ସମୟରେ ପ୍ରଥମେ ଆଗଧାଡ଼ିର କର୍ମୀଙ୍କ ସହିତ ବୈଠକ କରିଦେଉଛୁ ତା’ପରେ ୮ଟା ବାଜିଲେ ୧୧ଟା ପର୍ଯ୍ୟନ୍ତ ପ୍ରଚାର କରୁଛୁ। ଯଦି ସରକାରଙ୍କ ଗାଇଡଲାଇନ ସମୟ ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ମିଟିଂ କରିବାକୁ ପଡ଼ିଲା ତେବେ କୌଣସି ଏକ ବନ୍ଦ ଘର, ଯେଉଁଠି ପାନୀୟ ଜଳ ବ୍ୟବସ୍ଥା ସହିତ ଶୀତତାପ ଯନ୍ତ୍ର ବ୍ୟବସ୍ଥା ରହିଥିବ ସେଠାରେ କରିବା ଉପରେ ଗୁରୁତ୍ୱ ଦେଉଛୁ। ନ ହେଲେ ଦିନ ୪ଟା ପରେ ପ୍ରଚାର କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଲେନିନ୍‌ କହିଛନ୍ତି। ନିର୍ବାଚନ କମିଶନଙ୍କ ନିୟମ ରହିଛି, ପୂରା ଭୋର୍‌ କିମ୍ବା ବିଳମ୍ବିତ ରାତିରେ କାହାକୁ ଭେଟି ହେବନି କି ପ୍ରଚାର କରାଯାଇପାରିବ ନାହିଁ। ସେକଥା ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେଣୁ ଗ୍ରୀଷ୍ମ ପ୍ରବାହ ଥିବା କାରଣରୁ ଏହାକୁ ସାମାନ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ଯେ, ଦଳ ତରଫରୁ ଏଲ୍‌ଇଡି ଭ୍ୟାନ୍‌ ଜରିଆରେ ଚାରିଆଡେ ପ୍ରଚାର କାର୍ଯ୍ୟ ଚାଲିଛି। ପ୍ରବଳ ଖରା କାରଣରୁ ଭୋର୍‌ ସମୟରେ ଲୋକଙ୍କୁ ଭେଟିବାକୁ ପ୍ରାର୍ଥୀମାନେ ଚେଷ୍ଟା କରୁଛନ୍ତି। ଦିନ ସମୟରେ ପ୍ରତ୍ୟେକ ଘରକୁ ଘର ଯାଇ ନେତାମାନେ ଲୋକଙ୍କୁ ଦଳର ଗ୍ୟାରେଣ୍ଟି କାର୍ଡ ଦେବା ସାଙ୍ଗକୁ ପ୍ରଚାର ଚଳାଇଛନ୍ତି। ଜନସମାବେଶ ଯାହା ବି ହେବ ତାହା ୪ଟା ପରେ ସା ସମୟରେ ହେବ। ଆଗକୁ ଦଳ କିପରି ଖରାକୁ ଦୃଷ୍ଟିରେ ରଖି ପ୍ରଚାର କରିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱରଞ୍ଜନ କହିଛନ୍ତି।
ଭାଜପା ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଲୋକଙ୍କ ହିତ ପାଇଁ କୌଣସି ପରିସ୍ଥିତିରେ ପ୍ରବଳ ରୌଦ୍ର ତାପ ସମୟରେ ପ୍ରଚାର, ଜନସଭା ଭାଜପା କରୁନାହିଁ। ଦିନ ସମୟରେ ବ୍ୟାପକ ସଚେତନତା ଅବଲମ୍ବନ କରି ଦଳ ପକ୍ଷରୁ ପ୍ରଚାର କାମ କରାଯାଉଛି। ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାନେ ସକାଳ, ଅପରାହ୍ନ ଏବଂ ସା ସମୟରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ପରିବେଶକୁ ନେଇ ଭାଜପା ନିଜର ଇସ୍ତାହାରରେ ଗୁରୁତ୍ୱ ଦେବ। ତେଣୁ ସାଧାରଣ ଜନତା ଯେପରି ଖରା ପାଇଁ ହଇରାଣ ନ ହୁଅନ୍ତି ସେଥିପ୍ରତି ଭାଜପା ଧ୍ୟାନ ଦେଉଥିବା ଅନିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri