ପ୍ରାତଃଭ୍ରମଣ, ବ୍ୟାୟାମ ଓ ଅର୍ଥନୀତି

ଈପ୍ସିତା ମହାନ୍ତି
ସାରା ଦେଶରେ ଅର୍ଥନୀତିକୁ ନେଇ ଚର୍ଚ୍ଚା ଚାଲିଛି। ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଲୋକେ ଚିନ୍ତା ପ୍ରକଟ କରୁଛନ୍ତି। ଏଭଳି ସମୟରେ ଯଦି କୁହାଯିବ, ଲୋକେ ପାଦରେ ଚାଲିଲେ ଦେଶର ଅର୍ଥନୈତିକ ଅବସ୍ଥାରେ ସୁଧାର ଆସିବ, ଏ କଥାକୁ ସମସ୍ତେ ହସରେ ଉଡ଼େଇ ଦେବେ। ଆଉ ଯେଉଁମାନେ ବିଶ୍ବାସ କରିବେ ସେମାନେ ଇନ୍ଧନ ବଞ୍ଚାଇବା ଦିଗ ଆଡ଼କୁ ବିଚାର କରି ଯୁକ୍ତି ରଖିବେ।
କିନ୍ତୁ ନିକଟରେ ବ୍ରିଟେନର ଏକ ସର୍ବେକ୍ଷଣ ସଂସ୍ଥା ଦାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ରତିଦିନ ୧୫ମିନିଟ୍‌ କିମ୍ବା ୧କିଲୋମିଟର ଚାଲିଲେ ସାରା ଦୁନିଆର ଅର୍ଥନୈତିକ ବ୍ୟବସ୍ଥାରେ ପ୍ରତିବର୍ଷ ୭ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ବିଶ୍ବର ୭ଟି ଦେଶର ୧ଲକ୍ଷ ୨୦ହଜାର ଲୋକଙ୍କ ଉପରେ ଆକଳନ କରିବା ପରେ ଏହି ତଥ୍ୟ ପ୍ରକାଶ ପାଇଛି। ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ଅଧିକାରୀଙ୍କ କହିବା କଥା ହେଲା, ପାଦରେ ଚାଲିବା ଦ୍ବାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥାଏ। ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଏହାର ଲାଭ ମିଳିଥାଏ। ଯଦି ଆପଣ ଶାରୀରିକ ରୂପେ ସୁସ୍ଥ ରହନ୍ତି, ତେବେ ଉଚ୍ଚ ରକ୍ତଚାପ, ଉଦ୍‌ବେଗ ଓ ଅବସାଦଜନିତ ରୋଗ ଗ୍ରାସ କରିବାର ଆଶଙ୍କା କମିଯାଇଥାଏ। ମୃତ୍ୟୁହାର ମଧ୍ୟ ହ୍ରାସ ପାଇଥାଏ। ସିଧାସଳଖ କହିଲେ, ଲୋକେ ଅଧିକ ସମୟ ଜୀବିତ ରହିବା ତଥା ଲଗାତର ଭାବେ କାମ କରିବା କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇଥାଏ। ଏଣୁ ସକାଳ ବୁଲାଚଲା ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିଥାଏ। ଯେତେ ଚାଲିବେ ଶରୀରରେ ସେତେ ରକ୍ତ ସଞ୍ଚାଳନ ହେବ। ଏହାଦ୍ୱାରା କେବଳ ହୃତ୍‌ପିଣ୍ଡକୁ ଲାଭ ମିଳି ନ ଥାଏ ବରଂ ଡାଇବେଟିସ ଭଳି ରୋଗ ହୋଇ ନ ଥାଏ ବା ତାକୁ ନିୟନ୍ତ୍ରଣ କରାଯାଇପାରେ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ସଂସ୍ଥା ବା ସଂଗଠନ ନିଜ କର୍ମଚାରୀଙ୍କୁ ନିୟମିତ ବ୍ୟାୟାମ ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଏହାଦ୍ବାରା କର୍ମଚାରୀମାନେ ନୀରୋଗ ଓ ସୁସ୍ଥ ରହି କମ୍‌ ଛୁଟି ନେବେ। ଫଳରେ ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ କହୁଛି, ୧୮ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସପ୍ତାହରେ ଅତିକମ୍‌ରେ ୧୫୦ମିନିଟ୍‌ର ହାଲୁକା କିମ୍ବା ୭୫ମିନିଟ୍‌ର କଠିନ ବ୍ୟାୟାମ କରିବା ଦରକାର। ସମଗ୍ର ବିଶ୍ୱ ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ଲୋକ ଶାରୀରିକ ରୂପେ ସୁସ୍ଥ ନୁହନ୍ତି। ଏହି କାରଣରୁ ପ୍ରତିବର୍ଷ ୫୦ଲକ୍ଷ ଲୋକ ଦେହତ୍ୟାଗ କରନ୍ତି।
ଫିଟ୍‌ନେସ ଟ୍ରାକିଂ ଗେଜେଟ୍‌ ସଂସ୍ଥାର ତଥ୍ୟ ଅନୁଯାୟୀ ସୁସ୍ଥତା ତାଲିକାରେ ଭାରତୀୟମାନେ ବହୁ ପଛରେ। ପ୍ରତିଦିନ ଜଣେ ଭାରତୀୟ ହାରାହାରି ମାତ୍ର ୬ହଜାର ୫ଶହ ୩୩ ପାଦ ଚାଲିଥାନ୍ତି। ଏହି ତଥ୍ୟ ଅନୁଯାୟୀ ହଂକଂ ସବୁଠାରୁ ଉପରେ। ତେଣୁ ହଂକଂ ପୃଥିବୀର ଚଞ୍ଚଳତମ ଦେଶ। ଏଠାରେ ଜଣେ ବ୍ୟକ୍ତି ପ୍ରତିଦିନ ୧୦ହଜାର ୧ଶହ ୩୩ ପାଦ ଚାଲିଥାନ୍ତି। ଅଷ୍ଟ୍ରେଲିଆ, ଥାଇଲାଣ୍ଡ ଓ ଫିନ୍‌ଲାଣ୍ଡର ବିଶେଷଜ୍ଞଙ୍କ ମତାନୁସାରେ ଧୀରେ କିମ୍ବା କ୍ଷିପ୍ର ଗତିରେ ଚାଲିବା ଦ୍ବାରା ସେଭଳି କୁପ୍ରଭାବ ଶରୀର ଉପରେ ପଡି ନ ଥାଏ। କିନ୍ତୁ ଅବିରତ ଚଳଚଞ୍ଚଳ ରହିବା ଦ୍ବାରା ଆମ ସ୍ବାସ୍ଥ୍ୟ ଠିକ୍‌ ରହିଥାଏ ଏବଂ କାମ କରିବାର କ୍ଷମତା ବୃଦ୍ଧି ପାଇଥାଏ।
ଏକ ଆମେରିକୀୟ ସ୍ବାସ୍ଥ୍ୟ ପତ୍ରିକାର ତଥ୍ୟ ଅନୁସାରେ ଭାରତୀୟଙ୍କ ଉଚ୍ଚ ଉତ୍ପାଦନ କ୍ଷମତା ହେଉଛି ସାଢେ ୬ବର୍ଷ। ଅର୍ଥାତ୍‌ ଜଣେ ଭାରତୀୟ ନିଜ ଜୀବନକାଳ ମଧ୍ୟରେ ମାତ୍ର ସାଢେ ୬ବର୍ଷ ପର୍ଯ୍ୟନ୍ତ ହିଁ ନିଜର କାର୍ଯ୍ୟଦକ୍ଷତାକୁ ଖୁବ୍‌ ଭଲରେ ଉପଯୋଗ କରିଥାନ୍ତି। ଚାଇନାରେ ଏହା ୨୦ବର୍ଷ, ବ୍ରାଜିଲରେ ୧୬ବର୍ଷ ଓ ଶ୍ରୀଲଙ୍କା ପରି ଦେଶରେ ଲୋକଙ୍କ ଏହି କ୍ଷମତା ୧୩ବର୍ଷ। ମାନବପୁଞ୍ଜିର ତାଲିକା ଅନୁସାରେ ଭାରତ ୧୯୫ଟି ଦେଶ ମଧ୍ୟରେ ୧୮୫ତମ ସ୍ଥାନରେ ରହିଛି। ଏଠାରେ ମାନବପୁଞ୍ଜିର ଅର୍ଥ ଜୀବନକାଳ ମଧ୍ୟରେ ଯେଉଁ ସମୟରେ ଯୁକ୍ତିଟି ଅଧିକ କାମ କରିଥାଏ ସେହି ସମୟକୁ ଏହା ବୁଝାଇଥାଏ। ଏହାର ଗଣନା ପ୍ରାୟତଃ ୨୦ରୁ ୬୪ବର୍ଷ ବୟସ ମଧ୍ୟରେ କରାଯାଇଥିଏ। ଆର୍ଥିକ ପ୍ରଗତି ଉପରେ ଆଧାରିତ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହି ଦୃଷ୍ଟିରୁ ଭାରତୀୟଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଲେ, ସେମାନେ ଶାରୀରିକ ରୂପେ ଚଞ୍ଚଳତା ଦେଖାଇବେ, ଯାହାଦ୍ୱାରା ଭାରତର ଅର୍ଥନୀତି କ୍ଷିପ୍ର ଗତିରେ ଆଗକୁ ବଢ଼ି ଚାଲିବ। ପୁଣି ଅନ୍ୟ ଏକ ତଥ୍ୟ କହୁଛି ଏପରି ହେଲେ ଭାରତର ଜିଡିପିରେ ୧.୪ପ୍ରତିଶତ ଅଭିବୃଦ୍ଧି ଘଟିବ।
ପ୍ରତ୍ୟେକ ବ୍ୟକ୍ତିର ଭଲ ସ୍ବାସ୍ଥ୍ୟର ପ୍ରଭାବ ତା’ର ଆୟ ଉପରେ ମଧ୍ୟ ପଡ଼ିଥାଏ। ଏପରି ଆକଳନ ଅନୁଯାୟୀ ସ୍ପେନ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏଠାରେ ପ୍ରତି ବ୍ୟକ୍ତିଙ୍କ ଆୟ ବାର୍ଷିକ ୪ଲକ୍ଷ ୭୧ହଜାର ଟଙ୍କା ଥିବାବେଳେ ଭାରତୀୟଙ୍କ ଆୟ ମାତ୍ର ୧ଲକ୍ଷ ୨୬ହଜାର ଟଙ୍କା। ଆହୁରି ଜଣାପଡ଼ିଛି ଉତ୍ତମ ସ୍ବାସ୍ଥ୍ୟଧାରୀ ଲୋକଙ୍କ ଦେଶ ତୁଳନାରେ ସ୍ବାସ୍ଥ୍ୟହାନି ଲୋକଙ୍କ ଦେଶରେ ପ୍ରତି ଘଣ୍ଟାରେ ମୁଣ୍ଡପିଛା ଆୟ ଯଥେଷ୍ଟ କମ୍‌ ହୋଇଥାଏ। ନରଓ୍ବେରେ ପ୍ରତି ବ୍ୟକ୍ତି ଘଣ୍ଟାକରେ ୭୫ ଡଲାର ଆୟ କରୁଥିବା ବେଳେ ଭାରତର ଲୋକେ ପ୍ରତି ଘଣ୍ଟାରେ ମାତ୍ର ସାଢ଼େ ୩ ଡଲାର ଅର୍ଥ ଉପାର୍ଜନ କରିଥାନ୍ତି। ସ୍ବାସ୍ଥ୍ୟବାନ୍‌ ନାଗରିକ ନିଜ ଦେଶର ଅର୍ଥ ବ୍ୟବସ୍ଥାକୁ ବେମାରରୁ ମୁକ୍ତ ରଖିଥାନ୍ତି। ସରକାରୀ ତଥ୍ୟ କହୁଛି ଭାରତର ୩୪ ପ୍ରତିଶତ ଲୋକ ଅସୁସ୍ଥତା ପାଇଁ ଅଧିକ ଆର୍ଥିକ ବୋଝ ଉଠେଇଥାନ୍ତି। ତେଣୁ ସୁସ୍ଥ ରହି ବିଭିନ୍ନ ରୋଗରୁ ନିଜକୁ ମୁକ୍ତ ରଖିପାରିଲେ, ଔଷଧ ଓ ଡାକ୍ତରଙ୍କ ପରାମର୍ଶ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହୁଏ ସେଥିରୁ ମୁକ୍ତି ମିଳିବ।
ଏହି ପରିପ୍ରେକ୍ଷୀରେ ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ଅଧଘଣ୍ଟା ବ୍ୟାୟାମ କରିବାକୁ ହେବ। ସୂର୍ଯ୍ୟ ନମସ୍କାର କରିବା ମଧ୍ୟ ଏକ ଭଲ ଅଭ୍ୟାସ। ପ୍ରତିଦିନ ୧୦ହଜାର ପାଦ ଚାଲିବା ଅଭ୍ୟାସ କରିବା ହିତକର। ଏହାଦ୍ବାରା ହୃତ୍‌ପିଣ୍ଡ ସୁସ୍ଥ ରହିବ। ସନ୍ତରଣ ଓ ସାଇକେଲ ଚାଳନା ମଧ୍ୟ ସୁସ୍ଥ ଶରୀର ପାଇଁ ଉପାଦେୟ। ଏଥିସହ ସର୍ବଦା ସନ୍ତୁଳିତ ଆହାର ଗ୍ରହଣ କରିବା ଜରୁରୀ। ଶୋଇବାର ୩ଘଣ୍ଟା ପୂର୍ବରୁ ରାତ୍ରିଭୋଜନ ଗ୍ରହଣୀୟ। ବିଳମ୍ବିତ ରାତ୍ରି ଭୋଜନ ବର୍ଜନୀୟ। ସୁସ୍ଥ ରହିବା ପାଇଁ ନିଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୈନିକ ୭ରୁ ୮ଘଣ୍ଟା ଶୋଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସୁସ୍ଥ ଶରୀର ପାଇଁ ମାନସିକ ସୁସ୍ଥତା ମଧ୍ୟ ଅପରିହାର୍ଯ୍ୟ। ଏଥିପାଇଁ ଯୋଗ ସହ ସକାରାତ୍ମକ ଗ୍ରନ୍ଥ ଅଧ୍ୟୟନ ଜରୁରୀ। ବିପଦ ସମୟରେ ଅଧୀର ନ ହୋଇ ସାହସର ସହ ଏହାର ମୁକାବିଲା କରିବା ଉଚିତ।
ବୈପାରୀଗୁଡ଼ା, କୋରାପୁଟ, ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri