ପ୍ରାଣୀ ପରିବାରରେ ଜେଜେମା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମେ ଛୋଟ ଥିବାବେଳେ ବର୍ଷରେ ଦୁଇମାସ ଭୋପାଳ ନିକଟବର୍ତ୍ତୀ ଅଜାଘର ଗାଁରେ ତାଙ୍କ ଫାର୍ମହାଉସ୍‌ରେ କଟାଉ। ବଗିଚାରେ ଆମେ ଖଟରେ ମଶାରି ଟାଙ୍ଗି ଶୋଉ। ଚଣା ଓ ମଟର ମଞ୍ଜିକୁ ନେଇ ଆମେ ବିଭିନ୍ନ ପ୍ରକାର ଖେଳ ଖେଳୁ। ସବୁବେଳେ ଆମେ ଖାଲି ଖାଉଥାଉ। ମୋ ଆଈକୁ ମୁଁ ଦୁଜାମା ବୋଲି ଡାକୁଥିଲି ଏବଂ ୨୦ ବର୍ଷ ପରେ ତାଙ୍କ ନାଁ କ’ଣ ଜାଣିଲି। କିନ୍ତୁ ମୁଁ ଅଜାଙ୍କ ସହ କଥାବାର୍ତ୍ତା କରିବାକୁ ଲାଜ ଓ ଭୟ କରୁଥିଲି।
ମୋ ନାତୁଣୀଟି ଭାରି ଲାଜକୁଳୀ। ଯେତେବେଳେ ଟିକେ ଖୋଲାହୃଦୟ ହୋଇଯାଏ, ମୋ ଆଗରେ ତା’ ଜଗତର କଥା କହେ। କିନ୍ତୁ ସେ ମୋ ପିଲାଦିନ ଭଳି, ମୁଁ ଯାହା ବା ମୋର ଯାହା ପ୍ରତି ଆଗ୍ରହ ଅଛି, ସେଥି ପ୍ରତି ସେ ଆଗ୍ରହ ଦେଖାଏ ନାହିଁ। ମୁଁ ତା’ର ଜେଜେମା, ସେତିକି ତା’ପାଇଁ ଯଥେଷ୍ଟ। ମୁଁ ମଲା ପରେ ମୋ ନାତୁଣୀ କ’ଣ ମୋତେ ମନେପକାଇବ? ସେ ଏବେ ବହୁତ ଛୋଟ କିନ୍ତୁ ମୁଁ ଯାହା ଜାଣିଛି- ମୋ ପରିବାର ଓ ଏ ଦୁନିଆ ବିଷୟରେ ଏବଂ ଦୁନିଆରେ କିପରି ବଞ୍ଚିବାକୁ ହୁଏ, ସେ ବିଷୟରେ ତାକୁ ଶିଖାଇବାକୁ ଚେଷ୍ଟା କରିବି।
କିନ୍ତୁ ଆମେ କ’ଣ ଏକମାତ୍ର ଅଜା, ଆଈ, ଜେଜେ ବା ଜେଜେମା? ମଣିଷଙ୍କ ପରି ପ୍ରାଣୀମାନେ କ’ଣ ତାଙ୍କ ଅଜା, ଆଈ, ଜେଜେ ବା ଜେଜେମାଙ୍କ ବିଷୟରେ ଜାଣନ୍ତି? ଅଧିକାଂଶ ପ୍ରଜାତି ପାଇଁ ଏହାର ଉତ୍ତର ହେଉଛି ‘ନା’। କୀଟପତଙ୍ଗମାନେ ଅଳ୍ପ ସମୟ ଭିତରେ ବ୍ୟାପିଯାନ୍ତି। କିନ୍ତୁ ଯେଉଁମାନେ ପିମ୍ପୁଡ଼ି ଓ ମହୁମାଛିଙ୍କ ପରି ଗୋଷ୍ଠୀ ଆବାସରେ ରହନ୍ତି, ସେମାନେ ଗୋଷ୍ଠୀଗତ ଭାବେ ଧାଈମାନଙ୍କ ତତ୍ତ୍ୱାବଧାନରେ ନର୍ସରୀଗୁଡ଼ିକରେ ବଢ଼ନ୍ତି। ୨୦୧୦ରେ ଗବେଷକମାନେ ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ଆଫିଡ (ଜଉପୋକ) କଲୋନୀଗୁଡ଼ିକରେ ବୟସ୍କ ମାଈମାନେ ପ୍ରଜନନ କ୍ଷମତା ହରାଇଥିବା ମାଈ ଜଉପୋକଗୁଡ଼ିକୁ ପ୍ରତିରୋଧ କରନ୍ତି।
ଅଧିକାଂଶ ପକ୍ଷୀ ବର୍ଷକର ହୋଇଗଲା ପରେ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଚିହ୍ନିପାରନ୍ତି ନାହିଁ। ଏହାର ବ୍ୟତିକ୍ରମ ବି ଅଛି, ବିଶେଷତଃ ବଗ, କୁଆ, ନୀଳକଣ୍ଠ ପ୍ରଭୃତି ସାମାଜିକ ପକ୍ଷୀଙ୍କ କ୍ଷେତ୍ରରେ। ଇଭଲ୍ୟୁଶନ ପତ୍ରିକାରେ ପ୍ରକାଶିତ ୨୦୦୭ ମସିହାର ଏକ ଅନୁଧ୍ୟାନ ଅନୁସାରେ ସିଚେଲ୍‌ସ ଦ୍ୱୀପପୁଞ୍ଜରେ ଦେଖାଯାଉଥିବା ଓ୍ବାର୍ବଲର (ଗାୟକ ପକ୍ଷୀ ବିଶେଷ)ମାନଙ୍କ ଭିତରୁ ବୟସ୍କାମାନେ ମାଆ ପକ୍ଷୀମାନଙ୍କୁ ସେମାନଙ୍କ ଛୁଆ ପାଳିବାରେ ସାହାଯ୍ୟ କରନ୍ତି। କାନାଡ଼ା ରାଜହଂସୀ ମଧ୍ୟ ସେମାନଙ୍କ ଜେଜେବାପା ଓ ଜେଜେମାମାନଙ୍କୁ ମନେ ରଖିଥାନ୍ତି ଏବଂ ଶୀତଋତୁରେ ପରିବ୍ରାଜନ ସମୟରେ ସେମାନଙ୍କ ମାଆବାପା, ଜେଜେବାପା ଓ ଜେଜେମାଙ୍କ ସହ ଯୋଗ ଦିଅନ୍ତି। ସନ୍ତାନ ଜନ୍ମ ଓ ପାଳନରେ ପ୍ରାୟ ୨୦୦ ପକ୍ଷୀ ପ୍ରଜାତିରେ ସହଯୋଗ ଦେଖିବାକୁ ମିଳେ। କିନ୍ତୁ ସେମାନଙ୍କ ସହ ଆଈମାନେ ଅନ୍ତର୍ଭୁକ୍ତ ହେବା ଜରୁରୀ ନୁହେଁ।
କେତେକ କ୍ଷେତ୍ରରେ ବନ୍ୟ ସ୍ତନ୍ୟପାୟୀଙ୍କ ଜୀବନ ଏତେ ସଂକ୍ଷିପ୍ତ ଯେ, ନାତିନାତୁଣୀମାନେ ବଡ଼ ହୋଇ ଜେଜେ, ଜେଜେମାଙ୍କୁ ଚିହ୍ନିବା ବୟସର ହେଲା ବେଳକୁ ସେମାନେ ମରିଯାଇଥାନ୍ତି। ପୁଣି କେତେକ କ୍ଷେତ୍ରରେ ଖାଦ୍ୟ ଉତ୍ସକୁ ନେଇ ପ୍ରତିଯୋଗିତାର ସମ୍ମୁଖୀନ ନ ହେବା ଲାଗି ପିଲାମାନେ ଦୂରଦୂରାନ୍ତରେ ଯାଇ ବାସ କରନ୍ତି। ଉଦାହରଣସ୍ବରୂପ ଅଣ୍ଡିରା ବାଘ। ତେଣୁ ଜେଜେ ଜେଜେମାଙ୍କ ସଂସ୍ପର୍ଶରେ ସେମାନେ ଆସିବାର ସମ୍ଭାବନା କମିଯାଇଥାଏ। ଅନେକ ପ୍ରଜାତିରେ ଖାଦ୍ୟ ଉତ୍ସକୁ ନେଇ ମାଆ ଓ ଜେଜେମାଙ୍କ ଭିତରେ ଲଢ଼େଇ ହୁଏ, ଯଦି ସେମାନେ ଏକା ଅଞ୍ଚଳରେ ରହୁଥାନ୍ତି। କିନ୍ତୁ ଆହୁରି ବି ଅନେକ ପ୍ରଜାତି ଅଛନ୍ତି ଯେଉଁମାନେ ପାରିବାରିକ ଓ ସାମାଜିକ ବନ୍ଧନରେ ବାନ୍ଧି ହୋଇ ଚଳନ୍ତି। ମଣିଷ, ତିମି ଓ ଡଲ୍‌ଫିନ ସନ୍ତାନ ଜନ୍ମ କରିବା ସମୟ ଗଡ଼ିଗଲା ପରେ ମଧ୍ୟ ଏକତ୍ର ବାସ କରନ୍ତି। କାରଣ ଏହାଦ୍ୱାରା ଛୋଟ ପିଲାମାନଙ୍କୁ ବଞ୍ଚାଇବା ଓ ସେମାନଙ୍କ ଲାଳନପାଳନରେ ସୁବିଧା ହୁଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡ. ରୋନାଲ୍‌ଡ ଲି ପ୍ରୋସିଡିଙ୍ଗ୍‌ସ ଇନ୍‌ ଦ ନ୍ୟାଶ୍‌ନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ପତ୍ରିକାରେ ଲେଖିଛନ୍ତି ଯେ କେତେକ ପ୍ରଜାତିରେ ଉତ୍ପାଦନକ୍ଷମ ବୟସ ଗଡ଼ିଗଲା ପରେ ମାଈମାନେ ମାଆ ପରି ବା ଜେଜେମା ପରି ସନ୍ତାନ ପାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ବୟସ୍କା ବଟଲନେକ୍‌ ଡଲ୍‌ଫିନ ଓ ପାଇଲଟ୍‌ ତିମିମାନେ ଧାଈ ପରି ଶିଶୁମାନଙ୍କର ଯତ୍ନ ନିଅନ୍ତି, ସେମାନଙ୍କୁ ସୁରକ୍ଷା ଦିଅନ୍ତି, ଏପରି କି ସ୍ତନ୍ୟପାନ ବି କରାନ୍ତି। ଅନେକ ତିମି ପ୍ରଜାତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବାର ସହ ପ୍ରବ୍ରଜ୍ୟା କରନ୍ତି, ଯେଉଁମାନଙ୍କ ଭିତରେ ନାତିନାତୁଣୀ, ଜେଜେବାପା ଓ ଜେଜେମା ବି ଥାନ୍ତି। ଓର୍କାସ ଏବଂ ଶର୍ଟ-ଫିନ୍‌ଡ ପାଇଲଟ୍‌ ହ୍ବେଲ, ବେଲୁଗା ଓ ନର୍‌ହ୍ବାଲମାନଙ୍କ ମଣଷ ପରି ଋତୁବିରତି ହୁଏ। ସନ୍ତାନ ଜନ୍ମ କରିବା କ୍ଷମତା ଚାଲିଗଲା ପରେ ଜେଜେମାମାନେ ଆଉ ମେଟିଂ ପାଇଁ ପ୍ରତିଯୋଗିତା କରନ୍ତି ନାହିଁ। ଫଳରେ ସେମାନେ ପରିବାରରେ ସମସ୍ତଙ୍କ ସହ ମିଳିମିଶି ଚଳନ୍ତି। ପରିବାରରେ ବୟସ୍କମାନଙ୍କର ମଧ୍ୟ ଉପଯୋଗିତା ରହିଛି କାରଣ କେଉଁଠି ଭଲ ଖାଦ୍ୟ ମିଳିବ ତାହା ସେମାନେ ଜାଣିଥାନ୍ତି।
ଗ୍ରେଟ୍‌ ଏପ୍‌ମାନେ ସେମାନଙ୍କ ନାତିନାତୁଣୀଙ୍କ ପ୍ରତି ସଚେତନ ଥାନ୍ତି। ଯଦି କୌଣସି କ୍ଷେତ୍ର ବାପାମା’ ମରିଯାଇଥାନ୍ତି ବା ଅକର୍ମଣ୍ୟ ହୋଇଯାଇଥାନ୍ତି, ତେବେ ସନ୍ତାନପାଳନ ଦାୟିତ୍ୱ ଜେଜେମା ଓ ଜେଜେବାପାଙ୍କ ଉପରେ ପଡ଼େ, ଠିକ୍‌ ମଣିଷଙ୍କ ପରି। ରେସସ ମାଙ୍କଡ଼ ଓ ଲଙ୍ଗୁରମାନେ ସେମାନଙ୍କ ପୁଅଝିଅ ଓ ନାତିନାତୁଣୀଙ୍କ ସହ ବାସକରନ୍ତି। ଜେଜେମା ହିଁ ସେମାନଙ୍କ ମୁରବି। ମଣିଷ, କୁକୁର ବା ଅନ୍ୟ ମାଙ୍କଡ଼ଙ୍କ ଆକ୍ରମଣରୁ ଜେଜେମା ପିଲାମାନଙ୍କୁ ରକ୍ଷା କରନ୍ତି। ଜେଜେମା ନାତିନାତୁଣୀଙ୍କୁ ଶୃଙ୍ଖଳା ଓ ବିଭିନ୍ନ କୌଶଳ ଶିଖାନ୍ତି। ହାତୀ ପରିବାରରେ ବୁଢ଼ା, ବୁଢ଼ୀ, ଛୁଆ, ଯୁବକ ଓ ମାଆମାନେ ଥାନ୍ତି। ସେମାନଙ୍କ କ୍ଷେତ୍ରରେ ବି ଜେଜେମା ହେଉଛି ମୁରବି। ଛୁଆମାନଙ୍କ ଲାଳନପାଳନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଜେଜେମା ପାଖରେ ଥିଲେ ଛୁଆମାନଙ୍କର ବଞ୍ଚିବା ସମ୍ଭାବନା ଆଠଗୁଣ ବଢ଼ିଯାଏ। ବିପଦ ସମୟରେ କିପରି ବଞ୍ଚିବାକୁ ହେବ ସେ ବିଷୟରେ ମାଆମାନଙ୍କ ଅପେକ୍ଷା ଜେଜେମାମାନେ ନିଜ ଅଭିଜ୍ଞତାରୁ ଅଧିକ ଜାଣିଥାନ୍ତି। ସେମାନେ ଖାଦ୍ୟ ଓ ପାନୀୟ ପାଇଁ ପରିବାରକୁ ଉପଯୁକ୍ତ ସ୍ଥାନକୁ ନେଇଯାନ୍ତି। ବଣ ବିରାଡ଼ିମାନଙ୍କ କ୍ଷେତ୍ରରେ ମାଆ ଓ ଜେଜେମାମାନେ ହିଁ ସନ୍ତାନ ପାଳନ ଦାୟିତ୍ୱ ନିଅନ୍ତି। ଅଣ୍ଡିରା ବଣବିରାଡ଼ିଙ୍କର ଏଥିରେ କିଛି ଭୂମିକା ନ ଥାଏ। ଗୃହପାଳିତ ବିରାଡ଼ିମାନଙ୍କ କ୍ଷେତ୍ରରେ ବି ସେଇଆ ଘଟେ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri